Home ଜିଲ୍ଲା ପରିକ୍ରମା ମ୍ୟାଟ୍ରିକ୍ ପରୀକ୍ଷାଫଳ : ସହରାଂଚଳ ଠାରୁ ଗ୍ରାମାଂଚଳ ଆଗରେ, ବ୍ଲକ୍‌ଗ୍ରାଂଟ, ଏଡେଡ୍ ସ୍କୁଲ ଠାରୁ ସରକାରୀ...

ମ୍ୟାଟ୍ରିକ୍ ପରୀକ୍ଷାଫଳ : ସହରାଂଚଳ ଠାରୁ ଗ୍ରାମାଂଚଳ ଆଗରେ, ବ୍ଲକ୍‌ଗ୍ରାଂଟ, ଏଡେଡ୍ ସ୍କୁଲ ଠାରୁ ସରକାରୀ ହାଇସ୍କୁଲ ବହୁ ପଛରେ

2

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ ସହରାଂଚଳ ତୁଳନାରେ ଗ୍ରାମାଂଚଳରେ ମ୍ୟାଟ୍ରିକ୍ ପରୀକ୍ଷାଫଳ ଆଗରେ ଅଛି। ସହରାଂଚଳରେ ଥିବା ହାଇସ୍କୁଲ ଗୁଡିକର ଭିତିଭୂମିର ବିକାଶ ସାଙ୍ଗକୁ ଶିକ୍ଷକ ଅଭାବ ନଥିବାବେଳେ ମ୍ୟାଟ୍ରିକ୍ ପରୀକ୍ଷାଫଳ ଗତ କିଛିବର୍ଷ ଧରି କାହିଁକି ଖରାପ ହେଉଛି, ଏନେଇ ଶିକ୍ଷାବିତ୍ ମହଲ ଚିନ୍ତା ପ୍ରକଟ କରିଛି। ଜିଲା ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ। ଯଦି ଆମେ ନମୁନା ଭାବେ ଚଳିତବର୍ଷର ଭଦ୍ରକ ବ୍ଲକ୍ ଓ ପୌରାଂଚଳର ମ୍ୟାଟ୍ରିକ୍ ପରୀକ୍ଷାଫଳକୁ ତର୍ଜମା କରିବା, ତେବେ ଭଦ୍ରକ ସହରାଂଚଳ ନୟାବଜାରରେ ଥିବା ମଂଜୁଳା ମଂଜରୀ ଶିଶୁ ମନ୍ଦିରରୁ ୧୭ ଜଣ ଏ୧ ପାସ୍ କରିଛନ୍ତି। ଏହି ବେସରକାରୀ ସ୍କୁଲକୁ ବାଦ୍ ଦେଲେ ଭଦ୍ରକ ସହରରେ ୭ଟି ହାଇସ୍କୁଲ। ଚଳିତବର୍ଷ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ପରୀକ୍ଷା ଫଳ ଶତ ପ୍ରତିଶତ ରହିଛି। ଏ୧ ରେ ଜଣେ ଅଛନ୍ତି। ସେହିପରି ବହୁ ପୁରାତନ ୧୮୫୮ ମସିହାରେ ପ୍ରତିଷ୍ଠିତ ବି.ଏମ. ବାଗୁରାଇ ହାଇସ୍କୁଲର ପରୀକ୍ଷାଫଳ ସନ୍ତୋଷ ଜନକ ନୁହେଁ। ୧୮୮୮ ମସିହାରେ ସ୍ଥାପିତ ଭଦ୍ରକ ଜିଲାସ୍କୁଲରେ ଜଣେ। ବି.ଏମ ବାଗୁରାଇ ହାଇସ୍କୁଲରେ ୧୩୪ ଜଣଙ୍କ ମଧ୍ୟରୁ ୧୨୬ ଜଣ ପାସ୍ କରିଛନ୍ତି। ଏ୧ ରେ ଜଣେ, ଏ୨-୬, ବି୧-୧୧ , ବି୨-୧୪, ୬୦ ପ୍ରତିଶତରୁ କମ୍ ମାର୍କ ରଖିଛନ୍ତି ୩୫ ଜଣ, ୫୦ ପ୍ରତିଶତରୁ କମ୍ ମାର୍କ ରଖିଛନ୍ତି ୪୦ ଜଣ, ୪୦ ପ୍ରତିଶତରୁ କମ୍ ମାର୍କ ରଖିଛନ୍ତି ୧୯ ଜଣ। ଭଦ୍ରକ ଜିଲାସ୍କୁଲରେ ୧୬୨ ଜଣଙ୍କ ମଧ୍ୟରୁ ୧୫୯ ଜଣ ପାସ୍ କରିଛନ୍ତି। ଏ୧-୧, ଏ୨-୧୦, ବି୧-୨୩, ବି୨-୪୦, ୬୦ ପ୍ରତିଶତରୁ କମ୍ ମାର୍କ ରଖିଛନ୍ତି ୫୩, ୫୦ ପ୍ରତିଶ୍ରତରୁ କମ୍ ରଖିଛନ୍ତି ୨୧ ଓ ୪୦ ପ୍ରତିଶତରୁ କମ୍ ମାର୍କ ରଖିଛନ୍ତି ୧୨ ଜଣ । ଅନ୍ୟପକ୍ଷରେ ୧୯୦୮ ମସିହାରେ ସ୍ଥାପିତ ପୁରୁଣାବଜାରସ୍ଥିତ ନାରାୟଣ ଚନ୍ଦ୍ର ହାଇସ୍କୁଲର ପରୀକ୍ଷାଫଳ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ବିଦ୍ୟାଳୟରେ ୨୪୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୨ ଜଣ ଫେଲ୍ ହୋଇଛନ୍ତି। ଏ୧-୦, ଏ୨-୨, ବି୧-୮, ବି୨-୧୦, ୬୦ ପ୍ରତିଶତରୁ କମ୍ ରଖିଛନ୍ତି ୪୧ ଜଣ, ୫୦ ପ୍ରତିଶତରୁ କମ୍ ରଖିଛନ୍ତି ୭୧ ଓ ୪୦ ପ୍ରତିଶତରୁ କମ୍ ରଖିଛନ୍ତି ୯୫ ଜଣ। ଅନ୍ୟପକ୍ଷରେ ଚଳିତ ମ୍ୟାଟ୍ରିକ୍ ପରୀକ୍ଷାଫଳରୁ ଜଣାପଡୁଛି ଯେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକ ବ୍ଲକ୍‌ଗ୍ରାଂଟ ଓ ଏଡେଡ୍ ହାଇସ୍କୁଲ ଠାରୁ ବହୁ ପଛରେ ପଡିଛି। ଭଦ୍ରକ ବ୍ଲକ୍ ଅଧୀନସ୍ଥ ବ୍ଲକ୍‌ଗ୍ରାଂଟ ହାଇସ୍କୁଲ ରମ୍ଭିଳାରୁ ୫ ଜଣ ଏ୧ ପାଇଥିବାବେଳେ ପଲ୍ଲୀଶ୍ରୀ ହାଇସ୍କୁଲ କୋଡଗମ୍ଭୀରରୁ ୨ ଜଣ, କାନ୍ତକାବି ହାଇସ୍କୁଲ ବାହାଦଲାପୁରରୁ ଜଣେ ଓ ଏଡେଡ୍ ବି.ଜେ. ହାଇସ୍କୁଲ ବାଣିତିଆରୁ ୩ ଜଣ ଏ୧ ପାଇଛନ୍ତି। ସେହିପରି ସମସ୍ତ ବ୍ଲକ୍‌ର ଗ୍ରାମାଂଚଳ ଗୁଡିକରେ ଥିବା ବ୍ଲକ୍‌ଗ୍ରାଂଟ ଓ ଏଡେଡ୍ ସ୍କୁଲ ସରକାରୀ ଉଚ୍ଚ ବିଦ୍ୟାଳୟ ଅପେକ୍ଷା ମ୍ୟାଟ୍ରିକ ପରୀକ୍ଷାଫଳ ଭଲ ରହୁଛି। ଚାନ୍ଦବାଲି ବ୍ଲକ୍ ଜନ୍ତୁଆଳି ବିଏସ୍‌ସି ନୋଡାଲ ହାଇସ୍କୁଲର ଛାତ୍ରୀ ସର୍ବାଧିକ ୫୭୩ ନମ୍ବର ରଖିଛନ୍ତି। ସେହିଭଳି ଜିଲାର ୧୦ ଜଣଙ୍କ ମଧ୍ୟରେ ଗ୍ରାମାଂଚଳ ହାଇସ୍କୁଲ ଗୁଡିକ ବହୁସଂଖ୍ୟାରେ ଅଧିକ ନମ୍ବର ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.