ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକ ଟିଲୋ ଗାୟତ୍ରୀ ପରିବାର ପକ୍ଷରୁ ନବ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ପାଳିତ ହୋଇଛି । ପ୍ରାରମ୍ଭରେ ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଶଶି ଶେଖର କରଶର୍ମା ଧର୍ମ ଧ୍ୱଜା ଉତୋଳନ କରିଥିଲେ । ମହିଳା ମାନଙ୍କ ଦ୍ୱାରା ୧୦୮ କଳସ ଶୋଭାଯାତ୍ରାରେ ଅଣାଯାଇ ଯଜ୍ଞ ବେଦୀରେ ସ୍ଥାପନା କରାଯାଇଥିଲା । ଯଜ୍ଞ ଓ ସଂସ୍କାର, ପୂର୍ଣ୍ଣାହୁତି କାର୍ଯ୍ୟ ଅନୁଷ୍ଠିତ ହେବ । ପ୍ରତ୍ୟେହ ସନ୍ଧ୍ୟାରେ ଯୁଗ ସଙ୍ଗୀତ ସାଙ୍ଗକୁ ଶାନ୍ତିକୁଞ୍ଜ ହରିଦ୍ୱାରରୁ ତାଲିମପ୍ରାପ୍ତ ପରିବ୍ରାଜକ ମିନକେତନ ଭାଇ ଓ ସାଥୀଙ୍କ ଦ୍ୱାରା ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଗାୟତ୍ରୀ ପରିବାରର କ୍ଷେତ୍ରବାସୀ ବିଶ୍ୱାଳ, ଆଲୋକ ରଞ୍ଜନ ମୁଖାର୍ଜି, ମକରଧ୍ୱଜ ଲେଙ୍କା, ସନ୍ତୋଷ କୁମାର ଜେନା, ଶିବନାରାୟଣ ସ୍ୱାଇଁ, ରମାକାନ୍ତ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।








