Home ଜିଲ୍ଲା ପରିକ୍ରମା ଚିତ୍ରଶିଳ୍ପୀଙ୍କ ଜନ୍ମ ଦିନରେ ସେବା କାର୍ଯ୍ୟ

ଚିତ୍ରଶିଳ୍ପୀଙ୍କ ଜନ୍ମ ଦିନରେ ସେବା କାର୍ଯ୍ୟ

5

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ତେବାସୀ, ଗୋପିନାଥ ଜରାନିବାସ ର ବୃଦ୍ଧ ବୃଦ୍ଧାଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ଏବଂ ଅଭାବୀ ମହିଳାଙ୍କୁ ବସ୍ତ୍ରଦାନ କରାଯାଇଛି । ଡାକ୍ତର ଦିଲ୍ଲୀପ କୁମାର ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ଚକ୍ରାପାଢୀ ଗ୍ରାମର ଫଟୋଚିତ୍ରଶିଳ୍ପୀ ନମିତା ବେହେରାଙ୍କ ଜନ୍ମ ଦିନରେ ଏହି ସେବାକାର୍ଯ୍ୟ କରାଯାଇଥିବା ବେଳେ ପରେ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ସାମ୍ବାଦିକ ହେମନ୍ତ ସିଂହଙ୍କ ଆବାହକତ୍ୱରେ ଇଲେଭେନ୍ ଷ୍ଟାର କ୍ଲବ୍ ପରିସରରେ ଆୟୋଜିତ ସଭାକୁ ଶିକ୍ଷକ ପଚାଂନନ ପୃଷ୍ଟି ମଂଚ ସଂଯୋଜନା କରିଥିଲେ । ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ,ବରିଷ୍ଠ ନାଗରିକ ସୁରକ୍ଷା ମଂଚ ସଭାପତି କୈଳାସ ଚନ୍ଦ୍ର ଧଳ, ଗୋଲକ ପୃଷ୍ଟି,ସ୍ତମ୍ଭକାର ସୁବୋଧ କୁମାର ସାହୁ, ନାଟ୍ୟ ନିର୍ଦ୍ଦେଶକ ଗୋପିନାଥ ପାଢୀ,ଶିକ୍ଷାବିତ୍ ଦେବେନ୍ଦ୍ର ମଲ୍ଲିକ୍‌, ରେବତୀ ଦାସ,ବିଜେପି ନେତା ବିଜ୍ଞାନ ଭୂଷଣ ମହାନ୍ତି, ଜଗନ୍ନାଥ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ମାଝୀ ପ୍ରମୁଖ ଚିତ୍ରଶିଳ୍ପୀି ଶୁଶ୍ରୀ ନମିତା ନିଜସ୍ୱ ଉଦ୍ୟମ ଓ ନିଷ୍ଠା ବଳରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାଇ ରଖିଥିବା ବେଳେ ଭବିଷ୍ୟତର ଲକ୍ଷ୍ୟ ପଥରେ ଆଗେଇ ଯିବାକୁ ପରାମର୍ଶ ଦେଇଥିଲେ । ଏହିଅବସରରେ ସଂବେଗଫଳକ, ଉତରୀୟ ପ୍ରଦାନ ପୂର୍ବକ କେକ୍ କଟାଯାଇ ଜନ୍ମ ଦିନର ଶୁଭେଚ୍ଛା ଜଣାଯାଇଥିଲା । ନମିତାଙ୍କ ପିତା ରବିନାରାୟଣ ବେହେରାଙ୍କ ସମେତ କମଳୀନି ରଣା, ସବନମ୍ ଖାତୁନ୍‌, ହାଇମାଜ୍ ଖାତୁନ୍‌, ରୋଜାଲିନ୍ ନାୟକ, ପୂଜାଲିନ୍ ନାୟକ, ରଶ୍ମିରେଖା ବେହେରା, କଲ୍ୟାଣୀ ପାଢୀ, ଶୁଭଲକ୍ଷ୍ମୀ ସାହୁ, ଅବିନାଶ ସିଂହ, ରାକେଶ ସାହୁ, ଧବଳେଶ୍ୱର ସାହୁ, ସୁହାସିନୀ ବେହେରା, ଶୁଭାଙ୍କିକା ଶତପଥୀ, ଏଲିନା ପଣ୍ଡା, ରଶ୍ମିରେଖା ନାୟକ, ଗାୟତ୍ରୀ ପତି, ସ୍ୱାଗତିକା ଜେନା, କିଶୋର ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.