Home ଜିଲ୍ଲା ପରିକ୍ରମା ଜୟ ମା’ ପତ୍ର ସଉରୁଣୀଙ୍କ ନୂତନ ପୀଠ ପ୍ରତିଷ୍ଠା ମହୋତ୍ସବ

ଜୟ ମା’ ପତ୍ର ସଉରୁଣୀଙ୍କ ନୂତନ ପୀଠ ପ୍ରତିଷ୍ଠା ମହୋତ୍ସବ

5

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ପଂଚାୟତର ବଳଭଦ୍ର ପୁରର ଓଲଟୁଙ୍ଗା ଠାରେ ମା’ ପତ୍ର ସଉରୁଣୀ ନୂତନ ପୀଠ ପ୍ରତିଷ୍ଠା ମହୋତ୍ସବ ଧୂମ ଧାମରେ ପାଳିତ ହୋଇଯାଇଛି। ମା’ ଙ୍କ ଅପାର କରୁଣା ଉତ୍ସବ ମୁଖରହ ପୂଜାମଣ୍ଡପ ପ୍ରାଙ୍ଗଣରେ ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପ୍ରବଚନ, ଭଜନ ସଂଧ୍ୟା, ସତସଂଗ ଆଦି ଅନୁଷ୍ଠିତ ହେଉଛି । ଏଠାରେ ମହାପ୍ରଭୁଙ୍କର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠାର ବାର୍ଷିକ ଉତ୍ସବ ସହ ମା’ ଠାକୁରାଣୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ସହ ବିଶ୍ୱଶାନ୍ତି ମହାଯଜ୍ଞ ଆଦି ଧାର୍ମିକ କାର୍ଯ୍ୟ ଚାଲୁରହିଛି। ଶନିବାର ୧୦୮ ମହିଳା ବିରାଟ ଶୋଭାଯାତ୍ରାରେ ଘଂଟ, କିର୍ତନ, ଦୁଲୁଦୁଲି୍ୱାଦ୍ୟ, ଢୋଲ, ମହୁରୀ, ତେଲିଙ୍ଗି ଆଦି ବାଦ୍ୟର ତାଳେତାଳେ ନିକଟସ୍ଥ ଗ୍ରାମ ନିକଟରେ ଥିବା ପୂଣ୍ୟତୋୟା ବୈତରଣୀରେ କଳସ ଉତୋଳନ କରଥିଲେ। ରବିବାର ପ୍ରଭାତରୁ ମନ୍ଦିର ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଥିଲା । ସୂର୍ଯ୍ୟପୂଜା, ଗୋ ପୂଜା, ଯଜ୍ଞକୁଣ୍ଡରେ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଘୃତ ଆହୁତି ଆଦି କାର୍ଯ୍ୟ ସମାପନ କରା ଯାଇଥିଲା ଓ ମଧ୍ୟାହ୍ନରେ ଗ୍ରାମବାସୀଙ୍କ ସମେତ ଆଖପାଖ ଗ୍ରାମର ଶ୍ରଦ୍ଧାଳୁ ମାନେ ପ୍ରାସାଦ ସେବନ କରିଥିଲେ । ସନ୍ଧ୍ୟାରେ ସ୍ଥାନୀୟ ଅଂଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା ନୃତ୍ୟ ପରିବେଷଣ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମନ ମୋହିଥିଲା । ଗ୍ରାମର ସରପଂଚ ଏବଂ ନିତ୍ୟାନନ୍ଦ ପାଣିଓ ତାଙ୍କ ଧର୍ମପତ୍ନୀ ଏବଂ ତାଙ୍କ ଧର୍ମପତ୍ନୀ କର୍ତା ଭାବେ ପୂଜନ କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ । ମନ୍ତ୍ରଧ୍ୱନିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ସୋମବାର ସନ୍ଧ୍ୟାରେ ଆଧ୍ୟାତ୍ମିକ ପ୍ରବଚନ ଓ ମଙ୍ଗଳ ବାର ଭଜନ ସନ୍ଧ୍ୟା ଓ ଯଜ୍ଞ ପୂର୍ଣ୍ଣାହୁତି ଆଦି ଅନୁଷ୍ଠିତ ହୋଇଯାଇଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ସାମିଲ ହୋଇଛନ୍ତି ।ଏହି କାର୍ଯ୍ୟକ୍ରମ ରେ ନିତ୍ୟାନନ୍ଦ ପାଣି, ସତ୍ୟପଦା ଦାସ,ମାନସ ପାଣି,ନିରାକର ଦାସ, ଶଙ୍କର୍ଷଣ ସାହୁ,ଅମର ଚନ୍ଦ୍ର ପେଡି, ବିନୋଦ ବିହାରୀ ଦାସ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.