ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ମାଁ ଭଦ୍ରକାଳୀ ମଣ୍ଡଳ ର କେଦାର ପୁର ଗ୍ରାମ ପଂଚାୟତ ର ଏକ ବିଶାଳ ମହିଳା ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଶହ ଶହ ସଂଖ୍ୟାରେ ମହିଳା ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ଖଣ୍ଡିଆ ବାଣ ପଡିଆ ରୁ କେଦାର ପୁର ଛକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଶହ ଶହ ମହିଳା ଏକତ୍ରିତ ହୋଇଥିଲେ । ଭଦ୍ରକ ବିଧାୟକ ଶିତାଶୁ ଶେଖର ମହାପାତ୍ର, ଜିଲ୍ଲା ସଭାନେତ୍ରୀ ରମିତା ପାଢ଼ୀ, ମାଁ ଭଦ୍ରକ କାଳୀ ମଣ୍ଡଳ ର ସଭାପତି ସୁଶାନ୍ତ ପଣ୍ଡା, ବେନ୍ତାଳ ପଂଚାୟତ ର ସରପଂଚ ମାନୁଲତା ପଣ୍ଡା, ବେନ୍ତାଳ ପଂଚାୟତ ର ସରପଂଚ ଙ୍କ ପ୍ରତିନିଧି ଗୁରୁ ଗୋବିନ୍ଦ ପଣ୍ଡା, ମହିଳା ମୋର୍ଚ୍ଚା ର ସେକ୍ରେଟାରୀ ମନୋରମା ଧଳ, ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ସଦସ୍ୟ ଅନିଲ ବେହେରା, ନାରାୟଣ ସେନାପତି, ମିନାକ୍ଷୀ ବେହେରା, ଦେବରକୁଣ୍ଡ ମଣ୍ଡଳ ପକ୍ଷରୁ ଆୟୋଜିତ “ମହିଳା ଆକ୍ରୋଶ ଶୋଭାଯାତ୍ରା”ରେ ମାତୃଶକ୍ତିଙ୍କ ନାରୀ ସମ୍ମାନ, ସୁରକ୍ଷା ଓ ଅଧିକାର ପାଇଁ ମାତୃଶକ୍ତିଙ୍କ ଆତ୍ମବିଶ୍ୱାସ, ଜାଗୃତି ଓ ସଂଘର୍ଷମୟ ସ୍ୱର ହେଉଛି ସଶକ୍ତ ଭାରତ ଗଠନର ମୂଳ ଆଧାର। କଂଗ୍ରେସ ଓ ତାଙ୍କ ସମର୍ôଥତ ଦଳମାନଙ୍କ ଦ୍ୱାରା ନାରୀ ସମ୍ମାନକୁ ଅବମାନିତ କରୁଥିବା ମନୋଭାବ ବିରୋଧରେ ଏହି ଜନଆକ୍ରୋଶ ଅନୁଷ୍ଠିତ ହେଉଛି ଲୋକମାନଙ୍କ ଦୃଢ଼ ସ୍ୱର। ନାରୀ ସମ୍ମାନ ସହ କୌଣସି ପ୍ରକାରର ଅନ୍ୟାୟକୁ କେବେ ମଧ୍ୟ ବରଦାସ୍ତ କରାଯିବ ନାହିଁ। ସଭାନେତ୍ରୀ ରମିତା ପାଢ଼ୀ କହିଥିଲେ ।ବିରୋଧୀ କଂଗ୍ରେସ ଦଳ ମା’ ମାନଙ୍କୁ ଅସମ୍ମାନ ଓ ମହିଳା ସଂରକ୍ଷଣ ବିଲ୍ ବିରୋଧକୁ ନେଇ ନାରୀନେତ୍ରୀ ମଣ୍ଡଳ ସଭାପତି ବକ୍ତବ୍ୟ ରଖିଥିଲେ ଆଗାମୀ ଦିନରେ ମହିଳା ମାନଙ୍କ ଏହି ଅସନ୍ତୋଷରେ କଂଗ୍ରେସ ଦଳ ସତା ହରାଇବ ବୋଲି ବକ୍ତବ୍ୟରେ କହିଥିଲେ ପଦାଧିକାରୀ । ଏହି ଅବସରରେ ରାହୁଲ ଗାନ୍ଧୀ ନବୀନ ପଟ୍ଟନାୟକ କୁଶ ପୁତଳିକା ଦାହ କରାଯାଇଥିଲା । ଶେଷ ରେ ଭଦ୍ରକ ବ୍ଲକ ଚେୟାରମେନ ଉର୍ମିଳା ନାୟକ ନିଜ ବ୍ୟକ୍ତବ ଉପସ୍ଥାପନ କରିଥିଲେ।








