Home ଜିଲ୍ଲା ପରିକ୍ରମା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଧୂଷୁରୀ ଏରିଆ ହସ୍ପିଟାଲର ନୂତନ ଗୃହର ଶୁଭ ଶିଳାନ୍ୟାସ

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଧୂଷୁରୀ ଏରିଆ ହସ୍ପିଟାଲର ନୂତନ ଗୃହର ଶୁଭ ଶିଳାନ୍ୟାସ

4

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ଧୁଷୁରୀ ଏରିଆ ହସ୍ପିଟାଲ ରୂପରେଖ ବଦଳିବ। ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ୩ କୋଟି ଟଙ୍କାର ଆର୍ôଥକ ସହାୟତା ମଞ୍ଜୁର କରାଯାଇଛି ଏବଂ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ଶନିବାର ମାନ୍ୟବର ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଶୁଭ ଶିଳାନ୍ୟାସ କରିଛନ୍ତି। ପାଖାପାଖି ୧୫ ରୁ ୨୦ ପଂଚାୟତର ଜନସାଧାରଣ ସ୍ୱାସ୍ଥ୍ୟସେବା ନିମନ୍ତେ ଉକ୍ତ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି । ମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ନିକଟରେ ଏହାର ନୂତନ ରୂପରେଖ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ ଏରିଆ ହସ୍ପିଟାଲର ବିକାଶ କାର୍ଯ୍ୟ ନିମନ୍ତେ ୩ କୋଟି ଟଙ୍କା ମଞ୍ଜୁର ସହିତ ଆନୁଷଙ୍ଗିକ ଟେଣ୍ଡର ବ୍ୟବସ୍ଥା ଅନୁସାରେ ୨.୪୦ କୋଟି ମୂଲ୍ୟରେ କାର୍ଯ୍ୟ ହେବା ନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।ମଞ୍ଜୁର ଅର୍ଥରେ ହସ୍ପିଟାଲରେ ପୁରୁଷ ଓ ମହିଳା ରୋଗୀଙ୍କ ପାଇଁ ପୃଥକ ୱାର୍ଡ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ନିର୍ମାଣ ଯୋଜନା ନେଇ ଡିପିଆର ପ୍ରସ୍ତୁତ କରାଯାଇଛି। ବାସନ୍ତୀ ପଡିଆ ନିକଟରେ ନୂତନ ଗୃହ ନିର୍ମାଣ ପାଈଁ ସ୍ଥାନ ଚି଼ହ୍ନଟ ହେବା ପରେ ଆଜି ତାହାର ଶିଳାନ୍ୟାସ କରାଯାଇଛି।ପରେ ମାନ୍ୟବର ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ସଫେଇ କାର୍ଯ୍ୟକ୍ରମ ର ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀ ରାମହରୀ ଗୋସ୍ୱାମୀ,ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପୁହାଣ,ସାଂସଦ ପ୍ରତିନିଧି ମନୋଜ କୁମାର ମଲ୍ଲିକ, ସରପଂଚ ଅନ୍ତର୍ଯ୍ୟାମୀ ପତି, ଧାମନଗର ବିଡ଼ିଓ ବନ ବିହାରୀ ଦିନ୍ଦା, ଧୂଷୁରୀ ଏରିଆ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଅଭିଳାଷ ମଲ୍ଲିକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.