Home ଜିଲ୍ଲା ପରିକ୍ରମା ଦୁର୍ଘଟଣାରେ ଜଣେ ମୃତ , ୮ ଗୁରୁତର

ଦୁର୍ଘଟଣାରେ ଜଣେ ମୃତ , ୮ ଗୁରୁତର

10

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରି ଘରକୁ ଫେରୁଥିବା ବେଳେ ହୋଇଛି ଗାଡ଼ି ଦୁର୍ଘଟଣା। ଏହି ଦୁର୍ଘଟଣାରେ ଏକ ପରିବାରର ମୁଖିଆଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଏମିତି ଦୁଖଦଃ ଘଟଣା ଘଟିଛି ଭଦ୍ରକ ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ ତ୍ରିଶଳପୁର ଛକ ନିକଟ ବାସୁଆ ଢ଼ାବା ନିକଟରେ। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବାସୁଦେବପୁର ଇରମ ଅଂଚଳର ଅମରନାଥ ପାଢ଼ୀ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ମାନେ ପୁରୀ ଯାଇଥିଲେ। ପୁରୀ ରେ ଜଗା ଦର୍ଶନ ସାରି ଫେରୁଥିବା ବେଳେ ବୋଲେରୋ ଚାଳକଟିର ଆଖି ଲାଗି ଯିବାରୁ ରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରକ ପଛକୁ ଧକ୍କା ମାରିଥିଲା। ଫଳରେ ବୋଲେରୋଟିର ଗାଡ଼ି ଆଗରେ ବସିଥିବା ଅମରନାଥ ପାଢ଼ୀଙ୍କର ମୃତ୍ୟୁ ହୋଇଥିବା ବେଳେ ସମସ୍ତ ସଦସ୍ୟ ମାନେ ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତ ଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡ଼ିର ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି ଗ୍ରାମାଂଚଳ ପୋଲିସ। ତେବେ ଜାତୀୟ ରାଜପଥ ଉପରେ ଗାଡି ଠିଆ ହେବା ଦ୍ୱାରା ବାରମ୍ବାର ଦୁର୍ଘଟଣା ଘଟୁ ଥିବାରୁ ଏହା ଉପରେ ଗୁରୁତ୍ୱ ଦେଇ ମାନ୍ୟବର ସୁପ୍ରିମ କୋର୍ଟ ପରିବହନ ବିଭାଗ କୁ ନିର୍ଦେଶ ଦେଇଛନ୍ତି କାର୍ଯ୍ୟାନୁଷ୍ଠାନ ପାଇଁ। ୧୬ ନମ୍ବର ଜାତୀୟ ରାଜପଥ ର ଭଦ୍ରକ ସୀମାବର୍ତି ରାସ୍ତାରେ ଗାଡି ରହୁଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ବେଳେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ଏହାର ତଦନ୍ତ କରୁଛି ଗ୍ରାମାଂଚଳ ପୋଲିସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.