ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ମୁଣ୍ଡଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ୱେତପଦ୍ମା ପାତ୍ରଙ୍କୁ ଆଜି ତୋଫାବିବି ସ୍କୁଲ୍ ପରିସରରେ ଅବସର ସମ୍ବର୍ଦ୍ଧନା ଦିଆଯାଇଛି । ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ସିଆରସିସି ନିରଞ୍ଜନ ଖିଲାରଙ୍କ ସଭାପତିତ୍ୱରେ ଶିକ୍ଷାବିତ୍ ତଥା ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ ମଂଚ ସଂଯୋଜନା କରିଥିଲେ । ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଶିକ୍ଷକତା ଜୀବନ ଧୂପ ପରି ହେବା ଉଚିତ୍, ସମସ୍ୟା ରୂପକ ପବନରେ ଦୀପ ପରି ନଲିଭି ସଦା ବାସ୍ନାୟିତ ହୋଇ ଛାତ୍ରଛାତ୍ରୀଙ୍କ ଜୀବନକୁ ଉକୃଷ୍ଠତାର ଶୀର୍ଷ ସ୍ଥାନକୁ ନେଇ ଯାଆନ୍ତୁ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ, ତାଙ୍କ ବକ୍ତବ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କର୍ତବ୍ୟ ଓ ନିଷ୍ଠାରେ ସମସ୍ତେ ମୁଗ୍ଧ ହେବା ଉଚିତ୍, ଶିକ୍ଷକ ଜୀବନରେ ଅବସର ନଥାଏ ବରଂ ଏକ ନୂଆ ଜୀବନର ଅନ୍ୱେଷଣ ବୋଲି ସେ କହିଥିଲେ । ମୁଖ୍ୟବକ୍ତା ପ୍ରାକ୍ତନ ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ମିଶ୍ର କହିଲେ, ମୂଲ୍ୟବୋଧ ଭିତିକ ଶିକ୍ଷା ସମାଜର ଅମ୍ବିକ କଳେବରକୁ ଆକୃଷ୍ଠ କରିବା ସହିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଭୂମିକାକୁ ଗୁରୁତ୍ୱ ଦେବା ଆବଶ୍ୟକ । ସମ୍ମାନିତ ଅତିଥି ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ତାଙ୍କ ବକ୍ତବ୍ୟରେ ଶିକ୍ଷକ ମାନଙ୍କ ଦୃଢ ସଂକଳ୍ପ ଓ ପ୍ରୟାସ ଶିକ୍ଷାନୁଷ୍ଠାନ ତଥା ଶିକ୍ଷକ ସମାଜକୁ ସଫଳତାର ମହନୀୟତା ପ୍ରଦାନ କରେ ବୋଲି କହିଥିଲେ । ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା,ହାଇକୋର୍ଟର ଆଇନଜିବୀ ମନୋଜ କୁମାର ରାୟ,ସହ-ଗୋଷ୍ଠୀ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ,ଆଦର୍ଶ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ଶିକ୍ଷାବିତ୍ ତଥା ସାହିତ୍ୟିକ ଜଗନ୍ନାଥ ପାତ୍ର, ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷାଧିକାରୀ ଚର୍ତୁଭୁଜ ପହି, ସମାଜସେବୀ ତଥା ବିଜେଡି ନେତା ପ୍ରଶାନ୍ତ କୁମାର ଦାଶ,ଶିକ୍ଷକ ସଂଘ ନେତା ଧର୍ମେନ୍ଦ୍ର ନାରାୟଣ ଜେନା,ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ,ଶିକ୍ଷାବିତ୍ ନିଗମାନନ୍ଦ ମିଶ୍ର, ତୋଫାବବି ସ୍କୁଲ୍ ପ୍ରଧାନଶିକ୍ଷକ କୃଷ୍ଣ ଚନ୍ଦ୍ର ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଦାୟୀ ଶିକ୍ଷୟିତ୍ରୀ ଶ୍ୱେତପଦ୍ମା ଜଣେ ଆଦର୍ଶବାନ୍ ଶିକ୍ଷୟିତ୍ରୀ ଥିଲେ ବୋଲି କହିଥିଲେ । ଏହି ଅବସରରେ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ , ବିଭିନ୍ନ ବିଦ୍ୟାଳୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ପତ୍ର, ଉତରୀୟ ଓ ଉପକରଣ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ସମ୍ବର୍ଦ୍ଧନାର ଉତରରେ ଶ୍ରୀମତି ପାତ୍ର କାର୍ଯ୍ୟକାଳ ମଧ୍ୟରେ ପ୍ରତିଟି ସମୟ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ଓ ଉତମ ଚରିତ୍ର ଗଠନ ଦିଗରେ ଲଗାଏଁ ବୋଲି କହିଥିଲେ । ତପନ ସାହୁ ଅତିଥିଙ୍କୁ ମଂଚ ଆହ୍ୱାନ, ସୁକାନ୍ତ କୁମାର ବେହେରା ଅତିଥି ପରିଚୟ, ଭାରତୀ ମିଶ୍ର ସ୍ୱାଗତ ଭାଷଣ ଓ ଶେଷରେ ପଚାଂନନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ଅର୍ନ୍ତଯ୍ୟାମୀ ମଲ୍ଲିକ, ଧରଣୀ ଧର ପୁହାଣ, ଅକ୍ଷୟ ମହାନ୍ତି, ପଦ୍ମନାଭ ସେଠୀ,ସୂଚିସ୍ମିତା ନାୟକ, ମଧୁସ୍ମିତା ଜେନା, ଗୀତାଞ୍ଜଳୀ ସାହୁ, ପୁଷ୍ପାରାଣୀ ନାୟକ କୌଶଲ୍ୟା ସେଠୀ, ଗୋପାଳ ଦେହୁରୀ, ଉମାମଣି ସିଂହ, ସବିତା ରାଣୀ ଜେନା, ସୁକାନ୍ତି କିଷ୍କୁଙ୍କ ସମେତ ସନ୍ତୋଷ ପାତ୍ର, ସରିତା ଜେନା, ରଚିତା ଜେନା, ଅର୍ପିତା ଜେନା, ଅଜିତ୍ ବାରିକ, ପ୍ରଜ୍ଞାପ୍ରକାଶ ଜେନା, ରିପନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।








