ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆମ ଦେଶ ଭାରତ, ବିଶ୍ୱର ସବର୍ବୃହତ ଗଣତାନ୍ତ୍ରିକ ଦେଶ ଏବଂ ଏହାର ଜନସଂଖ୍ୟା ସର୍ବାଧିକ। ଏହି ବୃହତ୍ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁପରିଚାଳନା ପାଇଁ ଦେଶର ଅଦ୍ଧେର୍କ ଜନସଂଖ୍ୟା,ନାରୀ ସମାଜର ସଠିକ୍ ସହଭାଗିତା ଜରୁରୀ ବୋଲି ମାତୃଶକ୍ତି ବନ୍ଦନ: ମା’ ଓ ମାଟି ମେହାତ୍ସବ କମିଟି ତଥା ଓଡ଼ିଶା ତେଜସ୍ୱିନୀ ମହିଳା ସଙ୍ଗଠନ, ଭଦ୍ରକ ଏବଂ ଭୂମି କନ୍ୟା ମହିଳା ସଙ୍ଗଠନ ଓଡ଼ିଶା, ଭଦ୍ରକ ଆନୁକୁଲ୍ୟରେ ଭଦ୍ରକ ସହର କଚେରୀ ବଜାର ସ୍ଥିତ ମନମୋହନ ସଂଗୀତ ପରିଷଦ ପଡ଼ିଆରେ ଆୟୋଜିତ ମାତୃଶକ୍ତି ବନ୍ଦନ: ମା’ ଓ ମାଟି ମହୋତ୍ସବ -୨୦୨୬ ପଂଚମ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମାତୃଶକ୍ତି ବନ୍ଦନ ମା’ ଓ ମାଟି ମହୋତ୍ସବ କମିଟିର ସମ୍ପାଦକ ରବିନାରାୟଣ ଖିଲାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସାରସ୍ୱତ ସନ୍ଧ୍ୟାରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେବା ନିବୃତ ଅଧ୍ୟକ୍ଷ ତଥା ଶିବ ଚରଣ ଖାମୁରାଇ ମୁଖ୍ୟ ବକ୍ତା, ପ୍ରସାର ଭାରତୀ ଗୀତିକାର ଓ ନାଟ୍ୟକାର ତଥା ସାରସ୍ୱତ ସାଧକ ନାଟ୍ୟଶ୍ରୀ ନିମର୍ଳ ରାଉତ, ଅବସର ପ୍ରାପ୍ତ କୃଷି ନିଦ୍ଦେର୍ଶକ ରମେଶ ଚନ୍ଦ୍ର ରାୟ, କବୟିତ୍ରୀ ବୀଣାପାଣି ତ୍ରିପାଠୀ, କବୟିତ୍ରୀ ଓ ଶିକ୍ଷୟିତ୍ରୀ ସାବିତ୍ରୀ ସେଠୀ,ଓଡ଼ିଶା ତେଜସ୍ୱିନୀ ମହିଳା ସଙ୍ଗଠନ ସଭାନେତ୍ରୀ କଳ୍ପନା ଜେନା, ଭୂମି କନ୍ୟା ମହିଳା ସଙ୍ଗଠନ ସଭାନେତ୍ରୀ ସଂଯୁକ୍ତା ବଳ ନାୟକ ସମ୍ମାନନୀୟ ଅତିଥି ଏବଂ ଅଧ୍ୟାପିକା ସଂଯୁକ୍ତା ଭାରତୀ ବରେଣ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସେବିକା ମାଳତୀ ଚୌଧୁରୀଙ୍କ ସ୍ମୃତିରେ ଷଷ୍ଠ ସନ୍ଧ୍ୟା ମଂଚକୁ ଉତ୍ସର୍ଗ କରାଯାଇଥିଲା ଏବଂ ‘ଆମ ଗଣତନ୍ତ୍ରେର ନାରୀର ଅଧିକାର’ ଶୀଷର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମା’ ଓ ମାଟି ମହୋତ୍ସବ କମିଟିର ସଭାପତି ଇଂ. ଅଭୟ ସୂତାର ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା, ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହୋତ୍ସବର ଉପସଭାନେତ୍ରୀ ମନୋରମା ରାୟ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିଲେ। ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ସ୍ୱାଗତ ଭାଷଣ ସଂଗୀତ ପରିବେଷଣ କରିଥିଲେ ଓ ପ୍ରଧାନ ଶିକ୍ଷୟିତ୍ରୀ ଡ. ଜାନକୀ ପାଢ଼ୀ ଧନ୍ୟବାଦ ଅପର୍ଣ କରିଥେôଲ। ଓଡ଼ିଶା ତେଜସ୍ୱିନୀ ମହିଳା ସଙ୍ଗଠନ ସମ୍ପାଦିକା ଅଞ୍ଜନା ମିଶ୍ର, ସହସମ୍ପାଦିକା ଚୈତାଳି ଖିଲାର , ସରକାରୀ ଅଧିବକ୍ତା ଅଞ୍ଜୁବାଳା ରାଉତ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ଯାଦବ ପ୍ରମୁଖ ମଂଚ ଓ ମହୋତ୍ସବ ପରିଚାଳନା କରିଥିଲେ। ରିଚିସ୍ମିତା ମହାନ୍ତି ପରିଚାଳିତ ‘ଉତ୍ସବ କ୍ରିଏଟିଭ ଆର୍ଟ୍ସ’, ଭଦ୍ରକର କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।








