Home ଜିଲ୍ଲା ପରିକ୍ରମା ଗୃହିଣୀ ; ଗୃହର ଲକ୍ଷ୍ମୀ, ଅର୍ଥର ସୁଦକ୍ଷା ପରିଚାଳିକା, ମାତୃଶକ୍ତି ବନ୍ଦନ: ମା’ ଓ ମାଟି...

ଗୃହିଣୀ ; ଗୃହର ଲକ୍ଷ୍ମୀ, ଅର୍ଥର ସୁଦକ୍ଷା ପରିଚାଳିକା, ମାତୃଶକ୍ତି ବନ୍ଦନ: ମା’ ଓ ମାଟି ମହୋତ୍ସବ -୨୦୨୬ ର ଚତୁର୍ଥ ସନ୍ଧ୍ୟା

4

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଗୃହିଣୀ ରୋଜଗାରହୀନା ଏବଂ ଅଯଥା ଖର୍ଚ୍ଚ କରି ଗୃହର ଆର୍ôଥକ ମେରୁଦଣ୍ଡକୁ ଦୋହଲାଇ ଦିଏ ;ଏକ ଭ୍ରାନ୍ତ ଧାରଣା। ବରଂ ଗୃହର ଆର୍ôଥକ ସମ୍ବଳ ସହ ଅନ୍ୟାନ୍ୟ ସମ୍ବଳକୁ ସଦୁପଯୋଗ ସହ ସଠିକ୍ ପରିଚାଳନା କରି ଗୃହଲକ୍ଷ୍ମୀ ସାଜିଥାଏ ବୋଲି ମାତୃଶକ୍ତି ବନ୍ଦନ: ମା’ ଓ ମାଟି ମହୋତ୍ସବ କମିଟି ତଥା ଓଡ଼ିଶା ତେଜସ୍ୱିନୀ ମହିଳା ସଙ୍ଗଠନ, ଭଦ୍ରକ ଏବଂ ଭୂମି କନ୍ୟା ମହିଳା ସଙ୍ଗଠନ ଓଡ଼ିଶା, ଭଦ୍ରକ ଆନୁକୁଲ୍ୟରେ ଭଦ୍ରକ ସହର କଚେରୀ ବଜାର ସ୍ଥିତ ମନମୋହନ ସଂଗୀତ ପରିଷଦ ପଡ଼ିଆରେ ଆୟୋଜିତ ମାତୃଶକ୍ତି ବନ୍ଦନ: ମା’ ଓ ମାଟି ମହୋତ୍ସବ -୨୦୨୬ ଚତୁର୍ଥ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଭୂମି କନ୍ୟା ମହିଳା ସଙ୍ଗଠନର ସଭାନେତ୍ରୀ ସଂଯୁକ୍ତା ବଳ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସାରସ୍ୱତ ସନ୍ଧ୍ୟାରେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ, ସରୋଜ କୁମାର ଦତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ପ୍ରାକ୍ତନ ଓଡ଼ିଆ ପ୍ରାଧ୍ୟାପିକା ଭାନୁମତୀ ମାଟିଆ ମୁଖ୍ୟ ବକ୍ତା, ସେବା ନିବୃତା ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ଯାଦବ, ସଂଗଠିକା ତଥା ସରକାରୀ ଅଧିବକ୍ତା ଅଞ୍ଜୁବାଳା ରାଉତ, ଉପଜିଲ୍ଲାପାଳଙ୍କ ବିଭାଗୀୟ ଅଧିକାରୀ ଜେମାମଣି ନାୟକ, ଓଡ଼ିଶା ତେଜସ୍ୱିନୀ ମହିଳା ସଙ୍ଗଠନ ସମ୍ପାଦିକା ଅଞ୍ଜନା ମିଶ୍ର,କବି ତଥା ସଂଗଠକ ନିର୍ମଳ ଚନ୍ଦ୍ର ବେହୁରିଆ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଭଦ୍ରକର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସେବିକା ଅନ୍ନପୂର୍ଣ୍ଣା ଦେବୀଙ୍କ ସ୍ମୃତିରେ ଚତୁର୍ଥ ସନ୍ଧ୍ୟା ମଂଚକୁ ଉତ୍ସର୍ଗ କରାଯାଇଥିଲା। ଓଡ଼ିଶା ତେଜସ୍ୱିନୀ ମହିଳା ସଙ୍ଗଠନ ସଭାନେତ୍ରୀ କଳ୍ପନା ଜେନା ସ୍ୱାଗତ ଭାଷଣ, ଓ ଶିକ୍ଷୟିତ୍ରୀ ମନୋରମା ରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହୋତ୍ସବର ସହସମ୍ପାଦିକା ଚୈତାଳି ଖିଲାର ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିଲେ। ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ସ୍ୱାଗତ ଭାଷଣ ସଂଗୀତ ପରିବେଷଣ କରିଥିଲେ ଓ ପ୍ରଧାନ ଶିକ୍ଷୟିତ୍ରୀ ଡ. ଜାନକୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ସଭାପତି ଇଂ. ଅଭୟ ସୂତାର,ସମ୍ପାଦକ ରବିନାରାୟଣ ଖିଲାର, ଆବାହକ ନୀହାର ରଞ୍ଜନ କର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିଜୟ ଲକ୍ଷ୍ମୀ ପଣ୍ଡା ପ୍ରମୁଖ ମଂଚ ଓ ମହୋତ୍ସବ ପରିଚାଳନା କରିଥିଲେ। ଏମ୍‌.ଏମ. ଡ୍ୟାନ୍ସ ଗ୍ରୁପ୍‌, ଭଦ୍ରକର କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.