Home ଜିଲ୍ଲା ପରିକ୍ରମା ବନ୍ତରେ ମହିଳା ଜନ ଆକ୍ରୋଶ ମହିଳା ସମାବେଶ

ବନ୍ତରେ ମହିଳା ଜନ ଆକ୍ରୋଶ ମହିଳା ସମାବେଶ

6

ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବନ୍ତ ଠାରେ ମଣ୍ଡଳ ସ୍ତରୀୟ ମହିଳା ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଛି । ହଜାରେ ସଂଖ୍ୟାରେ ମହିଳା ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ଜଳସେଚନ କାର୍ଯ୍ୟାଳୟସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ଆସି ଥାନା ଛକ ଠାରେ ଏକତ୍ରିତ ହୋଇଥିଲେ । ଭଣ୍ଡାରିପୋଖରୀ ବିଧାନସଭା ନେତା ଡ. ସୁଧାଂଶୁ ଶେଖର ନାୟକଙ୍କ ନେତୃତ୍ୱରେ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ,ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ନାରୀନେତ୍ରୀ ରୀତାରାଣି ବେହେରା,ଛୟାଳସିଂ ସରପଞ୍ଚ ସତ୍ୟଭାମା ଧଳ, ଟିଲୋ ସମିତିସଭ୍ୟା ସୁଜାତା ସେଠୀ, ମଣ୍ଡଳ ସଭାପତି ସନ୍ତୋଷ ନାୟକ, ସାଧାରଣ ସମ୍ପାଦକ ଆନନ୍ଦ ଚନ୍ଦ୍ର ଓଝା, ବନ୍ତ ସମିତିସଭ୍ୟ ପରମେଶ୍ୱର ବାରିକ, ପୂର୍ବତନ ସରପଞ୍ଚ କୃପାସିନ୍ଧୁ ସେଠୀ, ଆଇନଜିବୀ ମାଧବାନନ୍ଦ ଦାସ, ବରଡେଶ୍ୱର ମଣ୍ଡଳ ସଭାପତି ଇଂ. ପ୍ରମୋଦ ଜେନା, ସାଧରଣ ସମ୍ପାଦକ ଜିତେନ୍ଦ୍ର ନାୟକ ପ୍ରମୁଖ ବିରୋଧୀ କଂଗ୍ରେସ ଦଳ ମା’ ମାନଙ୍କୁ ଅସମ୍ମାନ ଓ ମହିଳା ସଂରକ୍ଷଣ ବିଲ୍ ବିରୋଧକୁ ନେଇ ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ମହିଳା ମାନଙ୍କ ଏହି ଅସନ୍ତୋଷରେ କଂଗ୍ରେସ ଦଳ ସତ୍ତା ହରାଇବ ବୋଲି ବକ୍ତବ୍ୟରେ କହିଥିଲେ ପଦାଧିକାରୀ । ଏହି ଅବସରରେ ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । କାର୍ଯ୍ୟକ୍ରମକୁ ମେନକା ଓଝା,ବିଳାସ ଦାସ, କୁନା ସାହୁ, ନବ କିଶୋର ଜେନା, ରବିନ୍ଦ୍ର ସେଠୀ, କୌଶିକ ଜେନା, ଲକ୍ଷ୍ମୀଧର କର,ବସନ୍ତ ବିଶ୍ୱାଳ, ହେମନ୍ତ ମଳିକ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.