Home ଜିଲ୍ଲା ପରିକ୍ରମା ଭଦ୍ରକ କଳା, ସାହିତ୍ୟ ଓ ସଂସ୍କୃତିର ତ୍ରିବେଣୀ ସଙ୍ଗମ, ଭଦ୍ରକ ବୈଶାଖୀ ମେଳାର ୯ମ ସନ୍ଧ୍ୟା

ଭଦ୍ରକ କଳା, ସାହିତ୍ୟ ଓ ସଂସ୍କୃତିର ତ୍ରିବେଣୀ ସଙ୍ଗମ, ଭଦ୍ରକ ବୈଶାଖୀ ମେଳାର ୯ମ ସନ୍ଧ୍ୟା

6

ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ ପରିସରରେ ଚାଲିଥିବା ଭଦ୍ରକର ସର୍ବପ୍ରଥମ ‘ବୈଶାଖୀ ମେଳା-୨୦୨୬’ର ନବମ ସନ୍ଧ୍ୟା ଏକ ଭବ୍ୟ ସାଂସ୍କୃତିକ ଓ ବୌଦ୍ଧିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଗବେଷକ ତଥା ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. କ୍ଷୀରୋଦ କୁମାର ସାମଲଙ୍କ ପୌରୋହିତ୍ୟରେ ‘ସଂସ୍କୃତିର ପ୍ରାଣକେନ୍ଦ୍ର ଭଦ୍ରକ’ ଶୀର୍ଷକ ଆଲୋଚନାଚକ୍ରରେ ବିଶିଷ୍ଟ ଅତିଥିମାନେ ଯୋଗଦେଇ ଭଦ୍ରକର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଉପରେ ଆଲୋକପାତ କରିଥିଲେ। ବରେଣ୍ୟ ଅତିଥି ଭାବେ ଐତିହାସିକ ଡ. ଭାଗବତ ତ୍ରିପାଠୀ ଭଦ୍ରକର ଐତିହାସିକ ଗୁରୁତ୍ୱ, ପ୍ରତ୍ନତାତ୍ୱିକ ମହତ୍ୱ, ପୁରାଣ ଓ ଇତିହାସ ଦୃଷ୍ଟିରେ ମାଟିର ମହନୀୟତା ଉପରେ ନିଜର ଗବେଷଣାତ୍ମକ ମତପ୍ରଦାନ କରିଥିଲେ। ବିଶିଷ୍ଟ ଚିକିତ୍ସକ ଡା. ରଣଜିତ ଖଟୁଆ ଯୋଗଦେଇ ସମାଜ ଗଠନରେ ସଂସ୍କୃତିର ଭୂମିକା ଏବଂ ମାନବୀୟ ମୂଲ୍ୟବୋଧର ବିକାଶ କିପରି ଭଦ୍ରକର ମାଟିରେ ପ୍ରତିଫଳିତ ହୋଇଛି, ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ବରିଷ୍ଠ ନାଗରିକ ମହାସଂଘ ସମ୍ପାଦକ କୈଳାସ ମହାପାତ୍ର ବୟୋଜ୍ୟେଷ୍ଠଙ୍କ ଅନୁଭବ ଏବଂ ନୂତନ ପିଢ଼ିକୁ ସଂସ୍କୃତି ସହିତ ଯୋଡ଼ିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ନାଟ୍ୟକାର ତଥା ଅବସରପ୍ରାପ୍ତ ଅଧ୍ୟାପକ ସୁଧାଂଶୁ ନାୟକ ବରଣ୍ୟ ଅତିଥି ଭାବେ ଯୋଗଦେଇ ଭଦ୍ରକର ସାହିତ୍ୟିକ ଓ ଶୈକ୍ଷିକ ପରିବେଶ କିଭଳି ଓଡ଼ିଶାର କଳା ଓ ସଂସ୍କୃତିକୁ ସମୃଦ୍ଧ କରିଛି, ସେ ସମ୍ପର୍କରେ ତାତ୍ୱିକ ଉପସ୍ଥାପନା କରିବା ସହ ବୈଶାଖୀ ପର୍ବ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ଏକତା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭାପତି ଅଜୟ ନାୟକ, ବୈଶାଖୀ ମେଳରେ ସମ୍ପାଦକ ରୂପକ ରାୟ, ତ୍ୟାଗଭୂମି ସମ୍ପାଦକ ଅଧିବକ୍ତା ଗଦାଧର ବଳ, ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ, ମନୋରଞ୍ଜନ ଦାସ, ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ, ପ୍ରଫେସର ଅଭୟ କୁମାର ଦାସ, ପଦ୍ମନ ରାୟ, ସୁଧାକର ରାଉତ, ଉମାକାନ୍ତ ପାଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଅଧ୍ୟାପକ ଉମାକାନ୍ତ ମହାଳିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କବି ଡାକ୍ତର ଅନିଲ ଦାସ ମଂଚ ଆମନ୍ତ୍ରଣ କରିଥିଲେ। ସମାଜସେବୀ ରାଜଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ‘ବନ୍ଦେ ମାତରମ୍ କଲ୍‌ଚୁରାଲ୍ ଆସୋସିଏସନ୍‌’ ତରଫରୁ ଏକ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.