Home ଜିଲ୍ଲା ପରିକ୍ରମା ଅରୁପାନନ୍ଦ ଗ୍ୟାସ ଏଜେନ୍ସିରୁ ୧୨ ସିଲିଣ୍ଡର ଚୋରି, ୫ସିଲିଣ୍ଡର ଜବତ, ୨ ଗିରଫ

ଅରୁପାନନ୍ଦ ଗ୍ୟାସ ଏଜେନ୍ସିରୁ ୧୨ ସିଲିଣ୍ଡର ଚୋରି, ୫ସିଲିଣ୍ଡର ଜବତ, ୨ ଗିରଫ

4

ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧିନ ମହରମପୁର ରାସ୍ତାରେ ପର୍ଶ୍ୱରେଥିବା ଅରୂପାନନ୍ଦ ଗ୍ୟାସ ଏଜେନ୍ସିରୁ ୧୨ଟି ଗ୍ୟାସ ଚୋରି ହୋଇଥିବା ଅଭିଯୋଗ ହୋଇଛି।ପୋଲିସ ଏସମ୍ପର୍କରେ ୧୬୦/୨୬ ମକଦ୍ଦମା ରୁଜୁକରି ହରିପୁର ଗ୍ରାମର ରାକେଶ ଜେନା ଓ ଚନ୍ଦନ ସାହୁଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ଠାରୁ ୫ଟି ଗ୍ୟାସ ସିଲିଣ୍ଡର ଜବତ କରିଥିବା ଜଣାପଡିଛି। ଅଭିଯୋଗରୁ ଜଣାଯାଇଛି ଯେ ,ତିହିଡି଼ -ମହରମପୁର ରାସ୍ତା ପାର୍ଶ୍ୱରେ ଥିବା ଅରୂପାନନ୍ଦ ଗ୍ୟାସ ଏଜେନ୍ସି ପ୍ରାଚୀର ଦେଇ ଗତ ମାସ ୩୦ତାରିଖ ରାତିରେ ଚୋରମାନେ ଏଜେନ୍ସି ଗୋଦାମଗୃହ ପାଚେରୀ ଡେଇଁ ଭିତରକୁ ପଶି ୧୨ଟି ଗ୍ୟାସ ଚୋରିକରିନେଇଥିଲେ । ଏ ସମ୍ପର୍କରେ ଜାଣିବା ପରେ ୧ ତାରିଖରେ ଗ୍ୟାସ ଏଜେନ୍ସି ମାଲିକ ମହରମପୁର ଗ୍ରାମର ନମିତା ନାୟକ ତିହିଡି଼ ଥାନାରେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.