Home ଜିଲ୍ଲା ପରିକ୍ରମା ଆଦର୍ଶ ଶିକ୍ଷକ ପିତବାସ ପଣ୍ଡାଙ୍କ ସ୍ମୃତିସଭା

ଆଦର୍ଶ ଶିକ୍ଷକ ପିତବାସ ପଣ୍ଡାଙ୍କ ସ୍ମୃତିସଭା

2

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅଣିଜୋ ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ତଥା ଅନୁଷ୍ଠାନ ପ୍ରେମୀ ସ୍ୱର୍ଗତଃ ପିତବାସ ପଣ୍ଡାଙ୍କ ଏକାଦଶାହ ଅବସରରେ ସ୍ମୃତିସଭା ଅନୁଷ୍ଠିତ ହୋଇଛିି । ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ମୁରଲୀ ଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ପଚାଂନନ ପୃଷ୍ଟିି ମଂଚ ସଚାଂଳନ କରିଥିଲେ । ଏଥିରେ ପୂର୍ବତନମନ୍ତ୍ରୀ ପ୍ରଫୁଲ ସାମଲ ସ୍ୱର୍ଗତଃ ପିତବାସ ପଣ୍ଡା ଜଣେ ଆଦର୍ଶବାନ୍ ଶିକ୍ଷକ ଥିବା ବେଳେ ଅଚଂଳର ବହୁବିଧ ଉନ୍ନତି ନେଇ କାର୍ଯ୍ୟ କରୁଥିଲେ ବୋଲି କହିଥିଲେ । ବିଜେପିନେତା ଡ.ସୁଧାଶୁଂ ଶେଖର ନାୟକ ପିତବାସ ସାର ସିନ୍ଧୁକେଶ୍ୱର ଉଚ୍ଚ ବିିଦ୍ୟାଳୟରୁ ଅବସର ପରେ ତାଙ୍କ ଦ୍ୱାରା ଖୋଲା ଯାଇଥିବା ସଂସ୍କୃତ ଟୋଲର ଶୈକ୍ଷିକ ବାତାବରଣ ଓ ସୁଦୃଢ ଭିତିଭୂମି ନେଇ ସର୍ବଦା ଚିନ୍ତା କରୁଥିବା ବେଳେ ବିଜେପିର ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳ ପାଇଁ ମାର୍ଗଦର୍ଶନ କରୁଥିବା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ଚର୍ତୁଭୂଜ ପହି, ନାରାୟଣ ଚନ୍ଦ୍ର ଲେଙ୍କା, କୀର୍ତନ ଚରଣ ନାୟକ, ପୂର୍ବତନ ସରପଚଂ ରବିନ୍ଦ୍ର ପଣ୍ଡା, ରବିନାରାୟଣ ମହାନ୍ତି, ଚାରିଗାଁ ସମିତିସଭ୍ୟ ଧରଣୀଧର କର, ସୁରକ୍ଷା ମଂଚ ସଭାପତି କୈଳାସ ଚନ୍ଦ୍ର ଧଳ, ଚିତରଞ୍ଜନ ସାମନ୍ତରାୟ,ଉପେନ୍ଦ୍ର ବିଶ୍ୱାଳ,ଶୁସାନ୍ତ ମିଶ୍ର, ଶରତ ପଣ୍ଡା, କେଶବ କର, ବିଜେପି ନେତା ଅମୂଲ୍ୟ ରତ୍ନ ନନ୍ଦ, ସୁବାଷ ପଣ୍ଡା, ସାମ୍ବାଦିକ ହେମନ୍ତ ସିଂହ, ଶିକ୍ଷାବିତ୍ ମୋହନ ଚରଣ ମହାନ୍ତି, ରମେଶ ପାଣିଗ୍ରାହୀ,ରଞ୍ଜିତା ପାଣିଗ୍ରାହୀ, ସସ୍ମିତା ପଣ୍ଡା, ଉପାସନା ପଣ୍ଡା ପ୍ରମୁଖ ପିତବାସ ସାର ଅଣିଜୋ ପଚାଂୟତର ଅନ୍ୟତମ ବିନ୍ଧାଣୀ ଥିଲେ ବୋଲି କହିଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା । ପରିବାରର ଗଣେଶ ପଣ୍ଡା, ଦେବାଶିଷ୍ ପଣ୍ଡା, ସୀତାରମ ପଣ୍ଡା, ସୁବାଶିଷ୍ ପଣ୍ଡା, ସନ୍ଧ୍ୟାରାଣୀ ପଣ୍ଡା,ରୁଦ୍ରପ୍ରତାପ ପଣ୍ଡା, ଜ୍ୟୋତିପ୍ରକାଶ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.