Home ଜିଲ୍ଲା ପରିକ୍ରମା ଧାମନଗର : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ସ୍ୱାଭିମାନ ଦିବସ ପାଳିତ

ଧାମନଗର : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ସ୍ୱାଭିମାନ ଦିବସ ପାଳିତ

3

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଠାରେ ସ୍ୱାଧୀନତା ସଂଗ୍ରାମର ପୀଠ ମହତାବ ସେବାସଦନ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ସ୍ୱାଭିମାନ ଦିବସ ସମ୍ବାଦ ଓ ଆମ ଓଡିଶା ତରଫରୁ ପାଳନ କରାଯାଇଥିଲା।ମହତାବ ସେବାସଦନର ପରିଚାଳକ ବରିଷ୍ଠ ସାମ୍ବାଦିକ ବାସୁଦେବ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁ୍‌ଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ନଗର ପ୍ରତିନିଧି କୈଳାସ ଚନ୍ଦ୍ର ମହାପାତ୍ର,ବରିଷ୍ଠ ନାଗରିକ ପରିଷଦର ସଭାପତି ଅନିଲ କୁମାର ବାରିକ, ଶିକ୍ଷାବିତ ରସାନନ୍ଦ ମହାପାତ୍ର,ମହେଶ୍ୱର ସ୍ୱାଇଁ,ଶଚ୍ଚୀକାନ୍ତ ପଣ୍ଡା,ସୁରଥ ଚନ୍ଦ୍ର ସେଠୀ,ହୃଦାନନ୍ଦ କର,ଅଭିମନ୍ୟୁ ମଲ୍ଲିକ, ଭାସ୍କର ସାମଲ, ଅଧ୍ୟାପକ ଚିତରଞ୍ଜନ ଦାଶ,ଭୋଳାନାଥ ସାହୁ,ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସେଠୀ,ମନୋଜ କୁମାର ସିଂହ ସାମ୍ବାଦିକ ମନୋଜ ଦାସ,ସେକ ଜାଫର ଅଲ୍ଲୀ,ସଞ୍ଜୀବ ମହାନ୍ତି,ପ୍ରଦୀପ ମହାପାତ୍ର,ସରୋଜ ଖୁଂଟିଆ,ଦୀନକୃଷ୍ଣ ମହାପାତ୍ର, କୁମାରେଶ ଖିଲାର,ସେକ ହାମିଦ,କୂଳମଣୀ ବେହେରା,ସନ୍ତୋଷ ମହାପାତ୍ର,ମାନଗୋବିନ୍ଦ ଜେନା ପ୍ରମୁଖଙ୍କ ସମେତ ବହୁ ସାମ୍ବାଦିକ,ଶିକ୍ଷାବିତ,ସମାଜସେବୀ ଓ ବୁଦ୍ଧିଜୀବୀ ଯୋଗଦେଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମ୍ପର୍କରେ ବକ୍ତବ୍‌ଯ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ମଧୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅପର୍ଣ କରାଯାଇଥିଲା। ଏବିଇଓ ହେମେନ୍ଦ୍ର ନାଥ ମହାନ୍ତି ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବରିଷ୍ଠ ସାମ୍ବାଦିକ କୃଷ୍ଣ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଧାମନଗର ଓକିଲ ସଂଘ ତରଫରୁ ଆଇନଜୀବୀ ଯୋଗ ଦେଇ ମଧୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଅର୍ପଣ କରି ଆଇନଜୀବୀ ଦିବସ ପାଳନ କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.