Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ

3

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ପ୍ରଦତ କାର୍ଯକ୍ରମ ଅନୁସାରେ ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ତଥା ବାସୁଦେବପୁର, ଚାନ୍ଦବାଲି ଏବଂ ଧାମନଗର ତାଲୁକରେ ଥିବା ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ପରିଚାଳନା କରିଥିଲେ। ଜିଲ୍ଲା ନ୍ୟାୟାଳୟର ବିଚାରପତି ବୃନ୍ଦ ଯୋଗଦେଇ ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ କରାଇଥିଲେ। ସମାଜରେ ଜଣେ ସ୍ୱେଚ୍ଛାସେବୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କାର୍ଯ୍ୟକ୍ରମ ଓ ନାଲସାର ବିଭିନ୍ନ ଲୋକହିତକାରୀ ଯୋଜନାମାନ ସବୁକୁ ଗରିବ ତଥା ଅବହେଳିତ ଏବଂ ନିଷ୍ପେସିତ ମାନଙ୍କ ନିକଟରେ ପହଂଚାଇବା ଏବଂ ସମ୍ପ୍ରଦାୟ ମଧ୍ୟରେ ଛୋଟମୋଟ ବିବାଦର ମାମଲା ବିନା ସୌହାର୍ଦ୍ଦପୂର୍ଣ୍ଣ ସମାଧାନରେ ସାହାଯ୍ୟ କରିବା, ହିଂସା, ଅପରାଧ କିମ୍ବା ଉତ୍ପୀଡ଼ନର ଶିକାର ମହିଳାମାନଙ୍କୁ ପ୍ରାରମ୍ଭିକ ସହାୟତା ପ୍ରଦାନ କରିବା, ସେମାନଙ୍କୁ ପୋଲିସ ଷ୍ଟେସନ ଏବଂ କୋର୍ଟକୁ ଯିବାରେ ସହାୟତା କରିବା ହେଉଛି ସ୍ୱେଚ୍ଛାସେବୀ ମାନଙ୍କର ମୁଖ୍ୟ ଭୂମିକା। ତେଣୁ ସ୍ୱେଚ୍ଛାସେବୀ ହେଉଛନ୍ତି ଆଇନଗତ ବ୍ୟବସ୍ଥା ଏବଂ ସମ୍ପ୍ରଦାୟ ମଧ୍ୟରେ ମଧ୍ୟସ୍ଥି କହିଲେ ଅତ୍ୟୁକ୍ତି ହେବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.