ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆଗରପଡା ବିଜେପି ମହତାବ ମଣ୍ଡଳ ପକ୍ଷରୁ ଆଜି ମହିଳା ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଛି । ଏହି ମଣ୍ଡଳ ଅଧିନ ପୁରଷ୍ଣଣ୍ଢ, ବିଟିପୁର, ମହାନ୍ତିପଡା, ଗୋପିନାଥପୁର,ଚାରିଗାଁ, ଅଣିଜୋ, ଆଡିଆ, ରାମଚନ୍ଦ୍ରପୁର, ବଡମହିଷଗୋଠ ଆଦି ପଚାଂୟତରୁ ଶହସ୍ରାଧିକ ମହିଳା ଇଲେଭେନ୍ ଷ୍ଟାର କ୍ଲବ୍ ଠାରେ ଏକତ୍ରିତ ହୋଇଥିଲେ । ବିଟିପୁର ସମିତିସଭ୍ୟା ଜ୍ୟୋର୍ତିମୟୀ ପଣ୍ଡା,ନାରୀନେତ୍ରୀ ବାସନ୍ତୀ ମହାପାତ୍ର, ପ୍ରତିମା ସାହୁ, ମମତା ନାୟକ,ଅନ୍ନପୂର୍ଣ୍ଣା ବିଶ୍ୱାଳ, ସୁମିତ୍ରା ଦାସ, ଗୌରୀ ରଣା, ଉର୍ବସୀ ଜେନା, ବାସନ୍ତୀ କୁଣ୍ଡୁଙ୍କ ନେତୃତ୍ୱରେ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ଇଣ୍ଡମେଟୋ ଓ ବିରୋଧି କଂଗ୍ରେସ ଦଳ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ । କଲେଜଛକ ଠାରେ ଆୟୋଜିତ ପ୍ରତିବାଦ ସଭାରେ ଦଳର ଭଣ୍ଡାରିପୋଖରୀ ବିଧାନସଭା ନେତା ଡ.ସୁଧାଂଶୁ ଶେଖର ନାୟକ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମର୍ିଳା ନାୟକ, ମଣ୍ଡଳ ପ୍ରଭାରୀ ରଞ୍ଜିତ ମହାନ୍ତି,ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ପ୍ରଭାତ ପାଢୀ ପ୍ରମୁଖ କଂଗ୍ରେସ ଓ ବିଜେଡିର ମହିଳା ମାନଙ୍କ ପ୍ରତି ଘୂର୍ଣ୍ଣ୍ୟ ଏବଂ ସଂରକ୍ଷଣ ପ୍ରସଙ୍ଗରେ ପ୍ରତାରଣା ଭାବକୁ ନେଇ ବକ୍ତବ୍ୟ ରଖି ଆଗାମୀ ଦିନରେ ମାତୃ ଶକ୍ତି ଏହାର ଦୃଢ ଜବାବ ଦେବ ବୋଲି କହିଥିଲେ । ଏହି ଅବସରରେ କଂଗ୍ରସନେତା ରାହୁଲ ଗାନ୍ଧୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତଳିକା ଦାହ କରାଯାଇଥିଲା । ମିନତୀ ବେହେରା,ଶକୁନ୍ତଳା ଦାସ, ମାନସୀ ମୁଦୁଲି, ଉଷାରାଣି ବେହେରା,ମହାନ୍ତିପଡା ସମିତିସଭ୍ୟ ନିର୍ମଳ ନାୟକ, ଶିବାନନ୍ଦ ଦାସଅଧିକାରୀ, ଗୋପାଳକୃଷ୍ଣ ଦାଶ,ହେମନ୍ତ ସିଂହ,ସୁବାଷ ପଣ୍ଡା, ଅଶୋକ ପରିଡା, ଚିନ୍ମୟ ମହାପାତ୍ର, ମଦନ କଟୁଆଳ, କାଳନ୍ଦୀ ନାୟକ, ବୁଟୁ ପାଢୀ, ତୁଳସୀ ମଲ୍ଲିକ୍, ଶକୁନ୍ତଳା ଦାସ, ଚିନ୍ତାମଣୀ ମହାରଣା, କିରଣ ମୟ ବେହେରା, ମାନସୀ ମୁଦୁଲି, ଟିକି ବେହେରା, ମିଲିକା ସାହୁ, ଶୁସାନ୍ତ ରଣା, ଧିବର ସାମଲ, କମଳା ନାୟକ, ମଞ୍ଜୁଲତା ମୁଦୁଲି, ବାବୁରାମ ବେହେରା, ମଦନମେହନ ଦାଶ, ଭଗବାନ ସାହୁ, ପ୍ରଫୁଲ ମହାନ୍ତି, ଦେବଯାନୀ ଦେହୁରୀ, ତିଳୋତମା ବିନ୍ଧାଣୀ, ସରସ୍ୱତୀ ପାଣିଗ୍ରାହୀ, ବନିତା ଡାଙ୍ଗୁଆ,ହୀରା ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ।








