Home ଜିଲ୍ଲା ପରିକ୍ରମା ଓଡିଶା କ୍ଷେତ ଓ ଗ୍ରାମୀଣ ମଜଦୁର ୟୁନିୟନ ୭ମ ଭଦ୍ରକ ଜିଲ୍ଲା ସମ୍ମିଳନୀ

ଓଡିଶା କ୍ଷେତ ଓ ଗ୍ରାମୀଣ ମଜଦୁର ୟୁନିୟନ ୭ମ ଭଦ୍ରକ ଜିଲ୍ଲା ସମ୍ମିଳନୀ

2

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭିବିଜିରାମଜି କୁ ବାତିଲ କରି ପୂର୍ବପରି ଏମଜିଏନ୍‌ଆରଇଜିଏ କୁ କାର୍ଯ୍ୟକାରୀ କରିବା, କେରଳ ସରକାରଙ୍କ ପରି ଆମ ରାଜ୍ୟର ଘରଡିହ ଶୂନ୍ୟ କ୍ଷେତ ଓ ଗ୍ରାମୀଣ ଶ୍ରମିକ ମାନଙ୍କୁ ସାଢେ ସାତ ଲକ୍ଷ ଟଙ୍କା ମୂଲ୍ୟରେ ଗୋଟିଏ ଗୋଟିଏ ପକ୍କା ଘର ଯୋଗାଇ ଦେବା, ଭାଗଚାଷୀ ମାନଙ୍କ ପାଇଁ ସଂସଦରେ ଓ ଓଡିଶା ବିଧାନସଭା ଭିତରେ ଆଇନ ପ୍ରଣୟନ କରିବା, ସମସ୍ତ କ୍ଷେତ ଓ ଗ୍ରାମୀଣ ଶ୍ରମିକ ମାନଙ୍କୁ ଦୈନିକ ମଜୁରୀ ୭୦୦ ଟଙ୍କା ପ୍ରଦାନ କରିବା, ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ କରିବା, କେନ୍ଦ୍ର ଓ ରାଜ୍ୟ ସରକାର ଜାତୀୟ ସଂପତି ବିକ୍ରି ବଂଦ କରିବା, ଏସ୍ ଆଇ ଆର ନାମରେ ଭୋଟର ତାଲିକାରୁ କ୍ଷେତ ଓ ଗ୍ରାମୀଣ ଶ୍ରମିକ ମାନଙ୍କ ନାମ କାଟିବା ବଂଦ କରିବା ଆଦି ଦାବି ନେଇ ଓଡିଶା କ୍ଷେତ ଓ ଗ୍ରାମୀଣ ମଜଦୂର ୟୁନିୟନର ୭ ମ ଭଦ୍ରକ ଜିଲ୍ଲା ସମ୍ମିଳନୀ ସଂଗଠନର ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀଙ୍କ ସଭାପତିତ୍ୱରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀର ଅଧିବେଶନ ପୂର୍ବରୁ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ ସଂଗଠନର ଲାଲ୍ ପତାକା ଉତୋଳନ କରିଥିଲେ । ସଂଗଠନର ରାଜ୍ୟ ସଂପାଦକ ନିର୍ମଳ ନାୟକ ଉଦ୍ଘାଟକ ଭାବେ ଯୋଗଦେଇ ତାଙ୍କ ଉଦଘାଟନୀ ବକ୍ତବ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଜଦୁର ମାରଣ ନୀତି ବିରୁଦ୍ଧରେ ଆଲୋଚନା କରିଥିଲେ । ସଂଗଠନର ଜିଲ୍ଲା ସଂପାଦକ ଗିରିଧାରୀ ନାଥ ଗତ ୩ ବର୍ଷର ସାଂଗଠନିକ ରିପୋର୍ଟ ଉପସ୍ଥାପନ କରିଥିଲେ । ସମ୍ମିଳନୀ ରେ ଜିଲ୍ଲାର ୧୪ ଜଣ ପ୍ରତିନିଧି ରିପୋର୍ଟ ଉପରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀରେ ଏକ ନୂତନ ୧୬ ଜଣିଆ କମିଟି ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲା । ସଭାପତି ଭାବେ ପ୍ରଫୁଲ୍ଲ ପାଢୀ ଓ ସଂପାଦକ ଭାବେ ଗିରିଧାରୀ ନାଥ ପୁନଃ ନିର୍ବାଚିତ ହୋଇଥିଲେ । ଆଗାମୀ ମେ ମାସ ୨୨ ଓ ୨୩ ତାରିଖରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ସଂଗଠନର ରାଜ୍ୟ ସମ୍ମିଳନୀର ସାଧାରଣ ସଭାରେ ଶହ ଶହ ସଂଖ୍ୟାରେ କ୍ଷେତମଜଦୂର ଓ ଗ୍ରାମୀଣ ଶ୍ରମିକ ମାନେ ଯୋଗ ଦେବାକୁ ନିଷ୍ପତି ହୋଇଥିଲା । ଏହି ସମ୍ମିଳନୀରେ ଯୋଗଦେଇଥିବା ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ସମ୍ମିଳନୀର ସଫଳତା କାମନା କରି ପୂର୍ବତନ ପଂଚାୟତିରାଜ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ,ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ ଜିଲ୍ଲା ଆବାହକ ବିକାଶ ନାଥ, ଭଦ୍ରକ ଓକିଲ ସଂଘ କାର୍ଯ୍ୟକାରିଣୀ ସଭ୍ୟ ବିଚିତ୍ରାନନ୍ଦ ଯେନା ପ୍ରମୁଖ ଯୋଗଦେଇ ସେମାନଙ୍କ ବକ୍ତବ୍‌ଯ ରଖିବା ସହ ଏସ ଆଇ ଆର ନାମରେ ଭୋଟର ତାଲିକା ରୁ ଲକ୍ଷ ଲକ୍ଷ କ୍ଷେତମଜଦୂର, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ମାନଙ୍କୁ ବାଦ ଦେଇ ଆମ ଦେଶରେ ଗଣତନ୍ତ୍ରକୁ ହତ୍ୟା କରୁଥିବା ଭାରତର ମୁଖ୍ୟ ନିର୍ବାଚନ କମିଶନର ବିରୁଦ୍ଧରେ ଲଢେଇ କରିବା ସହ ମୋଦି ସରକାରଙ୍କ ଏକଛତ୍ରବାଦୀ ଜନବିରୋଧି କର୍ପୋରେଟ ସପକ୍ଷବାଦୀ ଆର୍ôଥକ ନୀତି ଓ କର୍ପୋରେଟ- ସାଂପ୍ରଦାୟିକ କୁଚକ୍ର ବିରୁଦ୍ଧରେ ଲଢେଇ କରିବାକୁ ଆହ୍ୱାନ ଜଣାଇଥିଲେ । ଏହି ସମ୍ମିଳନୀରେ ଜିଲ୍ଲାର ଶତାଧିକ କ୍ଷେତ ମଜଦୁର ଓ ଗ୍ରାମୀଣ ଶ୍ରମିକ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.