Home ଜିଲ୍ଲା ପରିକ୍ରମା ଧାମରାରେ ଭାରତୀୟ ମଜଦୁର ସଂଘର କାର୍ଯ୍ୟକାରିଣୀ ବୈଠକ,ଆଦାନୀ କର୍ତୁପକ୍ଷଙ୍କ ଶ୍ରମିକ ମାରଣ ନୀତି ମହଙ୍ଗା ସାବ୍ୟସ୍ଥ...

ଧାମରାରେ ଭାରତୀୟ ମଜଦୁର ସଂଘର କାର୍ଯ୍ୟକାରିଣୀ ବୈଠକ,ଆଦାନୀ କର୍ତୁପକ୍ଷଙ୍କ ଶ୍ରମିକ ମାରଣ ନୀତି ମହଙ୍ଗା ସାବ୍ୟସ୍ଥ ହେବ – ଶାନ୍ତନୁ ମହାପାତ୍ର(ବିଏମଏସ ରାଜ୍ୟ ସଂପାଦକ)

2

ଭଦ୍ରକ, ୨୭ା୪(ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୁର ସଂଘ (ବିଏମଏସ)ସଭାଗୃହରେ ଏକ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ମନୋଜ ବସନ୍ତ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଧାମରା ବନ୍ଦର କର୍ତୁପକ୍ଷ(ଆଦାନୀ) ଏବଂ ଏହି ବନ୍ଦର ଅଧିନରେ ଥିବା ସମସ୍ତ ଠିକାସଂସ୍ଥା ଗୁଡିକ ଶ୍ରମିକ ମାରଣ ନୀତି କରିବା ସହ ଶ୍ରମିକ ମାନଙ୍କୁ ଅନବରତ ଶୋଷଣ କରି ଚାଲିଛନ୍ତି। ରାଜ୍ୟ ଶ୍ରମ ଆୟୁକ୍ତ ଙ୍କ ଆଇନକୁ ଫୁ କରି ରାଜ୍ୟ ସରକାରଙ୍କ ବେତନ କିମ୍ବା କେନ୍ଦ୍ର ସରକାରଙ୍କ ବେତନ ଅନୁଯାଇ ଦରମା ଦେଉ ନଥିବା ବେଳେ ଠିକା ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବା ବେଳେ ଏକ ଲିଖିତ ରାଜିନାମା କରି ଶୋଷଣ କରି ଚାଲିଛନ୍ତି। ଶ୍ରମିକ ମାନଙ୍କ ପାଇଁ ଏକକ ବେତନ ନିୟମ ଲାଗୁ କରୁ ନାହାନ୍ତି ସମସ୍ତ ଶ୍ରମିକ ମାନଙ୍କୁ ଠିକା ଶ୍ରମିକ ଭାବେ ନିୟୋଜିତ କରୁଥିବା ବେଳେ ପ୍ରାପ୍ୟ ପ୍ରଦାନରେ ଅହେତୁକ ବିଳମ୍ବ ସହ ଉଚିତ ନ୍ୟାର୍ଯ୍ୟ ପ୍ରାପ୍ୟ ମଧ୍ୟ ପ୍ରଦାନ କରୁ ନାହାନ୍ତି। ଆଦାନୀ କର୍ତୁପକ୍ଷ ନିଜର ଲୋଡିଂ ସାଇଡରେ ଗୋଟିଏ ବେତନ ଦେଉଥିବା ବେଳେ ଏଲଏନଜି ଟର୍ମିନାଲ ସାଇଡରେ ଅନ୍ୟ ଏକ ବେତନ ପ୍ରଦାନ କରୁଛନ୍ତି ବୋଲି ବିଏମଏସର ରାଜ୍ୟ ସଂପାଦକ ଶାନ୍ତନୁ ମହାପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଶ୍ରମିକ ମାରଣ ନୀତି ବିରୁଦ୍ଧରେ ବିଏମଏସ ରାଜରାସ୍ତାକୁ ଓହ୍ଲାଇବା ସହ ଆଗାମୀ ମାସରେ ଏ ନେଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି। ତୁରନ୍ତ କମ୍ପାନୀ କର୍ତୁପକ୍ଷ ଏବଂ ଆଉଟ ସୋର୍ସିଂ କମ୍ପାନୀ ବେତନରେ ତାରତମ୍ୟ ନ ରଖିବା ପାଇଁ ଆହ୍ୱାନ ମଧ୍ୟ ଦେଇଛନ୍ତି। ହୋଇଥିବା କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ଶିକ୍ଷକ ସଂଘ ସଭାପତି ବିଜୟ ମିଶ୍ର, ଜିଲ୍ଲା ସଂପାଦକ ପରେଶ ଧଳ, କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଶେଖର ଜେନା, ମନୋଜ ଲେଙ୍କା, ବିପିନ ବେହେରା, ବିଜୟ ପ୍ରତାପ ଜେନା,ସୂର୍ଯ୍ୟକାନ୍ତ ବିଶ୍ୱାଳ, ଲକ୍ଷ୍ମୀକାନ୍ତ ଦାସ, ଅଭିମନ୍ୟୁ ଜେନା, ଶୁଭେନ୍ଦୁ ନାୟକ, ଅରୁଣ ଦାସ , ପ୍ରଫୁଲ ନାୟକ, ଶଚିକାନ୍ତ ସାହୁ, ଆଶିଷ ମାଇତି, ଭରତ ଧାଡା, ପ୍ରଦ୍ୱୀପ ସେଠୀ, ବିକ୍ରମ ମାନ୍ନା,ଜଗନ୍ନାଥ ଜେନା, ମାନସ ସାହୁ, ଅଜୟ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଜୟ ପ୍ରତାପ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.