Home ଜିଲ୍ଲା ପରିକ୍ରମା ଯାତାୟତ ରାସ୍ତା ଅବରୋଧ କରିବା ଅଭିଯୋଗରେ ସପରିବାରଙ୍କ ଧାରଣା

ଯାତାୟତ ରାସ୍ତା ଅବରୋଧ କରିବା ଅଭିଯୋଗରେ ସପରିବାରଙ୍କ ଧାରଣା

2
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୭ା୪(ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାରିବାରିକ ଯାତାୟତ ରାସ୍ତାକୁ ଅବରୋଧ କରି ନିଜ ନାମରେ ଦରଜ କରିବା ସହ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଧାରଣା ଦେଇଥିଲେ। ଏ ସଂପର୍କରେ ଏହି ଜିଲାର ବାଂଶଡା ଥାନା ଅଧୀନସ୍ଥ ଗୋପିନାଥପୁର ଗ୍ରାମନିବାସୀ ଗୌରାଙ୍ଗ ଜେନା, ଦୁର୍ଯ୍ୟୋଧନ ଜେନା, ନାରାୟଣ ଜେନା, ସୁକାନ୍ତ ଜେନା, ବାବୁଲି ଜେନା, ସୁଶିଳା ଜେନା, ବୁଦ୍ଧିରାମ ଜେନା ଓ ମାଧୁରୀ ଜେନା ପ୍ରମୁଖ ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ଏହି ପରିବାରର ୫ ଅଂଶର ଅଂଶୀଦାରମାନେ ବିଗତ ୧୦ ଦଶନ୍ଧି ଧରି ‘ସିକିମ୍‌’ ପ୍ରଜା ଥିଲେ। ସାମନ୍ତ ଜମିଦାର ସ୍ୱର୍ଗତଃ ଉମାଚଣ୍ଡ ଓ ତାଙ୍କ ପୁତ୍ର ଅଭିରାମ ବାର୍ଷିକ ଖଜଣା ନେଉଥିଲେ। ଏବଂ ଉପରୋକ୍ତ ଅଂଶୀଦାରମାନେ ସମାନ ଖଜଣା ଦେଇ ନିଜ ନିଜର ଦଖଲ ମୁତାବକ ଘରଦ୍ୱାର କରି ବସବାସ କରିଆସୁଥିଲେ। ମାତ୍ର ଗତ ୨୦୨୪ ମସିହାରେ ସରକାରଙ୍କ ପ୍ରବର୍ତିତ ଆଇନ୍ ଅନୁସାରେ ସେମାନଙ୍କର ଦଖଲ ମୁତାବକ ସ୍ଥାୟୀ ପଟ୍ଟା ଦିଆଯାଇଥିଲା। ମାତ୍ର ସାମନ୍ତ ଜମିଦାର ଅଭିରାମ ଚଣ୍ଡଙ୍କ କୁପରାମର୍ଶ ଯୋଗୁଁ ସ୍ଥାନୀୟ ଚାନ୍ଦବାଲି ତହସିଲଦାର କ୍ଷେତ୍ରୀୟ ତଦନ୍ତ ନକରି ସ୍ୱର୍ଗତଃ ପୁରୀ ଜେନାଙ୍କ ଦୁଇପୁତ୍ର ହାଡି ଓ କୃଷ୍ଣ ଜେନାଙ୍କ ନାମରେ ସମସ୍ତ ଅଂଶୀଦାରମାନଙ୍କ ଯାତାୟତ ରାସ୍ତାକୁ ହାଲ ପ୍ଲଟ୍ ୨୦୩୦ କୁ ଘରବାରୀ ରୂପେ ସେମାନଙ୍କ ଅଗୋଚରରେ କରି ପଟ୍ଟା ପ୍ରଦାନ କରିଛନ୍ତି। ଫଳରେ ୩ ବର୍ଷ ଧରି ନିରଞ୍ଜନ ଜେନା, ଅନାଦି ଜେନା, ବବୁଲ ଜେନାଙ୍କ ପରିବାର ସ୍ଥାନୀୟ ଥାନା ଓ ଫାଣ୍ଡିରେ ଅଭିଯୋଗ ଦେଇ ବିଭିନ୍ନ ଭାବେ ନିର୍ଯ୍ୟାତନା ଦେଇଥିଲେ। ଅଭିରାମ ଚଣ୍ଡ ନିଜର ରାଜନୈତିକ ଉଦ୍ଦେଶ୍ୟ ପୂରଣ ନିମନ୍ତେ ନିରଞ୍ଜନ, ଅନାଦି ଓ ବବୁଲ ଅନ୍ୟମାନଙ୍କ ଦ୍ୱାରା ମାରାଣସ୍ତ୍ରର ଭୟ ଦେଖାଇ ଚଳପ୍ରଚଳରେ ବାଧା ଉପୁଯାଇବା ସହ ଗତ ୩ ଦିନ ଧରି ଉକ୍ତ ଯାତାୟତ ପ୍ଲଟ୍‌ଟିରେ ବାଡ ବସାଇବାରୁ ନିଜ ବାସଗୃହକୁ ଯାଇନପାରି ଶ୍ମଶାନ ଭୂଇଁରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରାତ୍ରୀ ଯାପନ କରୁଛନ୍ତି। ଏଣୁ ଉକ୍ତ ଘଟଣାର ଏକ ନିରପେକ୍ଷ କ୍ଷେତ୍ରୀୟ ତଦନ୍ତ କରି ସେମାନଙ୍କ ଯାତାୟତ ପାଇଁ ରାସ୍ତା ପ୍ରଦାନ କରିବା ସହ ଉପରୋକ୍ତ ଅସାମାଜିକ ଲୋକଙ୍କ ହିଂସା ଜନିତ ଆକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଏହି ଘଟଣାରେ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ ସମସ୍ତ ବିଷୟ ଅବଗତ ହୋଇ ସ୍ଥାନୀୟ ତହସିଲଦାରଙ୍କୁ ଅଭିଯୋଗର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.