Home ଜିଲ୍ଲା ପରିକ୍ରମା ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ୨ଶହ କିମି ସାଇକେଲ ଯାତ୍ରା,୪୦ଡିଗ୍ରୀ ଖରାରେ ବାବାଙ୍କ ମହିମା ଟାଣି...

ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ୨ଶହ କିମି ସାଇକେଲ ଯାତ୍ରା,୪୦ଡିଗ୍ରୀ ଖରାରେ ବାବାଙ୍କ ମହିମା ଟାଣି ଆଣିଲା ପୀଠକୁ

4

ଭଦ୍ରକ, ୨୬ା୪(ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈଶାଖମାସରେ ଟାଇଁ ଟାଇଁ ଖରା। ସକାଳ ୯ଟା ପରେ ପାରଦ ବଢ଼ିବା ସହ ମଧ୍ୟାହ୍ନ ସୁଧା ୪୦ଡିଗ୍ରୀରେ ପହଂଚୁଛି। ଏହାକୁ ଖାତିରି ନକରି ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ରବିବାର ଭୋର ୪ଟା ସମୟରେ ମୟୁରଭଞ୍ଜ ଜିଲା କପ୍ତିପଦା ସୁଲଗଡିଆ ଗାଁର ୭୪ ବର୍ଷିୟ ଜୟନ୍ତ ନାୟକ ଓ ତାଙ୍କ ସାଥିରେ ଇନ୍ଦ୍ରଜିତ ମେରିଡିଆନ, ଜହ୍ନ ବିନ୍ଧାଣୀ, ସୁରଜ ନାୟକ ୪ଜଣ ଏକତ୍ରିତ ଭାବେ ସାଇକେଲ ଚଳାଇ ସନ୍ଧ୍ୟା ୫ଟା ସୁଧା ପହଂଚିଥିଲେ ବାବାଙ୍କ ପୀଠ ଆରଡିଧାମରେ। ଏପରିକି ମୟୁରଭଞ୍ଜ ରୁ ଆରଡି ପୀଠ ଦୀର୍ଘ ୨ଶହ କିମିରୁ ଉର୍ଦ୍ଧ ବାଟ ସାଇକେଲ ଯୋଗେ ଆସିଥିଲେ ୪ଭକ୍ତ। ଏପରି ଡହଡହ ଖରାରେ କିପରି ଭାବେ ଏତେ ବାଟ ସାଇକେଲରେ ଆସିଲ ପଚାରିବାରୁ ବାବାଙ୍କର ଅପାର କରୁଣା ଓ ତାଙ୍କର ମହିମା ଯୋଗୁଁ ବୈଶାଖ ମାସର ୪୦ଡିଗ୍ରୀ ଖରା କିଛି ପ୍ରଭାବ ପକାଇ ନାହିଁ। ତାହାଛଡ଼ା ଯେଉଁଠି ଆମକୁ ଶୋଷ ଲାଗିଛି ପିଇବାପାଣି ମିଳିଛି। ବାବାଙ୍କ ନାମ ତୁଣ୍ଡରେ ଧରି ଆସିଥିବାରୁ ଆମକୁ ବାଟ ଜଣା ପଡିଲା ନାହିଁ ବୋଲି କହିଥିଲେ ଭକ୍ତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.