Home ଜିଲ୍ଲା ପରିକ୍ରମା ଧାମରା ବନ୍ଦର ମଧ୍ୟରେ ଶ୍ରମିକ ଶୋଷଣ ତୀବ୍ର – ବିଏମଏସ ରାଜ୍ୟ ସଂପାଦକ

ଧାମରା ବନ୍ଦର ମଧ୍ୟରେ ଶ୍ରମିକ ଶୋଷଣ ତୀବ୍ର – ବିଏମଏସ ରାଜ୍ୟ ସଂପାଦକ

26

ଭଦ୍ରକ, ୨୫୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ଦ୍ୱିତୀୟ ବୃହତମ ବନ୍ଦର ମଧ୍ୟରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଶୋଷଣ କରାଯାଉଛି। ଏହି ଶୋଷଣର ପରିମାଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କିପରି ଏହାର ଆଶୁ ସମାଧାନ ହେବ ସେ ନେଇ ଭାରତୀୟ ମଜଦୁର ସଂଘ ଚିନ୍ତା ପ୍ରକଟ କରିଛି। ମିଳିଥିବା ସୂଚନା ଅନୁଯାଇ ଧାମରା ବନ୍ଦର ମଧ୍ୟରେ ବିଭିନ୍ନ ଠିକା ସଂସ୍ଥାରେ ୩ହଜାରରୁ ଅଧିକ ଶ୍ରମିକ ନିୟୋଜିତ ଅଛନ୍ତି। ସେମାନଙ୍କୁ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ନିୟମାନୁଯାଇ ୪ଭାଗରେ ବିଭକ୍ତ କରାଯାଇଥିବା ବେଳେ ସମସ୍ତ ଶ୍ରମିକ ମାନଙ୍କୁ ଅଣ କୁଶଳୀ ଏବଂ ଅର୍ଧ କୁଶଳୀ ଶ୍ରମିକ ହିସାବରେ ଦରମା ଦିଆ ଯାଉଥିବା ବେଳେ ଅନ୍ୟାନ୍ୟ ଆନୁଷଙ୍ଗିକ ଭତା ଦିଆ ଯାଉ ନାହିଁ। ମାତ୍ର ବନ୍ଦର କର୍ତୁପକ୍ଷ ଶ୍ରମିକ ମାନଙ୍କୁ କୁଶଳୀ, ଅର୍ଧ କୁଶଳୀ, ଅଣ କୁଶଳୀ ଏବଂ ବୃତିଗତ ଶ୍ରମିକ ହିସାବରେ ଅର୍ଥ ପ୍ରଦାନ କରୁଥିବା ବେଳେ ଆଦାନୀ ବନ୍ଦର ମଧ୍ୟରେ ସମସ୍ତ କାର୍ଯ୍ୟକୁ ଠିକାରେ ନେଉଥିବା ସଂସ୍ଥା (କାର୍ଯ୍ୟାନୁବନ୍ଧ) ଶ୍ରମିକ ମାନଙ୍କୁ ଶୋଷଣ କରି କରି ଚାଲିଛି। ସରକାରୀ ନୀତି ନୟମକୁ ଫୁ କରି ଚାଲିଛନ୍ତି। ଖରାଦିନରେ ଶ୍ରମିକ ମାନେ ଯେଉଁ ସ୍ଥାନରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସକାଳ ୧୧-୩ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବାକୁ ସରକାରଙ୍କ ଶ୍ରମ ବିଭାଗ ନିୟମ ଲାଗୁ କରିଥିବା ବେଳେ ଏହାକୁ କୌଣସି ସ୍ଥାନରେ ଲାଗୁ କରାଯାଉ ନାହିଁ। ଏଥିସହ କାର୍ଯ୍ୟ ସ୍ଥାନରେ ଶ୍ରମିକ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା, ବିଶ୍ରାମ ଗୃହ, ଆପଦ କାଳୀନ ସେବା ଗୃହ ଆଦି ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ଶ୍ରମ ବିଭାଗ ନିୟମ ଜାରୀ କରିଥିବା ବେଳେ ସମସ୍ତ ସଂସ୍ଥା ଏହି ନିୟମ କୁ ସଂପୂର୍ଣ ଭାବେ ଉଲଂଘନ କରି ଚାଲିଛନ୍ତି। ଠିକା ସଂସ୍ଥାରେ ଚାକିରୀ କରୁଥିବା ଶ୍ରମିକ ମାନେ ୧ବର୍ଷ କାର୍ଯ୍ୟ ଶେଷ କରିବା ପରେ ସଂପୃକ୍ତ ଠିକା ସଂସ୍ଥା ଶ୍ରମିକ ମାନଙ୍କ ଇପିଏଫ ଏବଂ ଶ୍ରମ ଆଇନ ଅନୁଯାଇ ଫୁଲ ଏବଂ ଫାଇନାଲ ଦରମା ଦେବାକୁ ଅଗ୍ରାହ୍ୟ କରି ଦେଉଛନ୍ତି। କିଛି ଠିକା ସଂସ୍ଥା ନୂତନ ଶ୍ରମିକ ମାନଙ୍କୁ ନିଜ ସଂସ୍ଥାରେ ନିଯୁକ୍ତି ଦେବା ପୂର୍ବରୁ ସେହି ଶ୍ରମିକ ମାନଙ୍କ ପାଖରୁ ଏକ ଏଗ୍ରିମେଂଟ ମଧ୍ୟ ଦସ୍ତଖତ କରାଇ ରଖୁଛନ୍ତି ଏହି ଏଗ୍ରିମେଂଟରେ ଶ୍ରମିକ ମାନେ କୌଣସି ହରତାଳ ଏବଂ ଯେତେବର୍ଷ କାର୍ଯ୍ୟ କଲେ ମଧ୍ୟ କୌଣସି ପ୍ରକାର ଅଧିକ ବେତନ ଏବଂ ଚାକିରୀ ଛାଡିଲେ ସେମାନଙ୍କୁ ଫୁଲ ଏବଂ ଫାଇନାଲ ଦରମା ଦିଆଯିବ ନାହିଁ ବୋଲି ଏଗ୍ରିମେଂଟରେ ଲିପିବଦ୍ଧ ହୋଇଛି। ଏହି ସମସ୍ତ ବେନିୟମ କାର୍ଯ୍ୟକୁ ଭାରତୀୟ ମଜଦୁର ସଂଘର ରାଜ୍ୟ ସଂପାଦକ ଶାନ୍ତନୁ ମହାପାତ୍ର ତୀବ୍ର ସମାଲୋଚନା କରିବା ସହ ତୁରନ୍ତ ସମସ୍ତ ଠିକା ସଂସ୍ଥା ସରକାରଙ୍କ ଶ୍ରମ ବିଭାଗ ଦ୍ୱାରା ଆଗତ ନୀତି ନିୟମକୁ ମାନି ଚଳିବା ପାଇଁ ଚେତାବନୀ ଦେଇଛନ୍ତି ନଚେତ ଆଗାମୀ ଦିନରେ ଶ୍ରମିକ ମାନଙ୍କ ହିତ ପାଇଁ ଭାରତୀୟ ମଜଦୁର ସଂଘ ଧାମରା ବନ୍ଦର ଆଗରେ ଆନ୍ଦୋଳନ କରିବ ବୋଲି ବିବୃତି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.