Home ଜିଲ୍ଲା ପରିକ୍ରମା ତିହିଡ଼ି ଯୁବମଂଚ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର

ତିହିଡ଼ି ଯୁବମଂଚ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର

3

ଭଦ୍ରକ, ୨୫୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ଅଂଚଳରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଏବଂ ଦୃଷ୍ଟିହୀନତା ଦୂରୀକରଣ ଲକ୍ଷ୍ୟ ନେଇ ଅଗ୍ରଣୀ ସାମାଜିକ ସଂଗଠନ ‘ତିହିଡ଼ି ଯୁବମଂଚ’ ଓ ଭୂମିକା ଚକ୍ଷୁ ଚିକିତ୍ସାଳୟର ମିଳିତ ସହଯୋଗରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ସଫଳତାର ସହ ତିହିଡ଼ି ସଂଗୀତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ତିହିଡ଼ି ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକ ଏବଂ ସଂଗଠନର ଉପଦେଷ୍ଟା ସଚିକାନ୍ତ ନାୟକ ସମ୍ମିଳିତ ଭାବେ ଉଦଘାଟନ କରିଥିଲେ। ସମାଜରେ ସ୍ୱାସ୍ଥ୍ୟ ସେବାର ଗୁରୁତ୍ୱ ଏବଂ ନିୟମିତ ଚକ୍ଷୁ ପରୀକ୍ଷାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ଆଲୋକପାତ କରିଥିଲେ। ଏହି ଚକ୍ଷୁ ଶିବିରରେ ସଂଗଠନର ସଭାପତି କୈଳାସ ବେହେରା, ସମ୍ପାଦକ ନିରଞ୍ଜନ ବାରିକ, ଉପସଭାପତି ପ୍ରିୟବ୍ରତ ପାଢ଼ୀ, ସାଂସ୍କୃତିକ ସଂଯୋଜକ ମନୋଜ ପାଣିଗ୍ରାହୀ, ସନାତନ ସାହୁ ଏବଂ ସଂଯୋଜକ ତଥା ଆଇନଜୀବୀ ନୀଳମାଧବ ସେନାପତି ପ୍ରମୁଖ ଉପସ୍ଥିତ ରହି ଶିବିରକୁ ଆସିଥିବା ରୋଗୀଙ୍କୁ ଯତ୍ନ ନେବା ସହ ସେମାନଙ୍କୁ ଆବଶ୍ୟକୀୟ ସେବା ଯୋଗାଇଥିଲେ। ଭୂମିକା ଚକ୍ଷୁ ଚିକିତ୍ସାଳୟର ଅଭିଜ୍ଞ ଚକ୍ଷୁ ଚିକିତ୍ସକ ଡାକ୍ତର ମୁକ୍ତିକାନ୍ତ ନାୟକ ଶିବିରରେ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିବା ସହ ଉଚିତ୍ ପରାମର୍ଶ ଦେଇଥିଲେ। କ୍ୟାମ୍ପ ପରିଚାଳକ ରାମଚନ୍ଦ୍ର ବେହେରାଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀ ଗାୟତ୍ରୀ ଯେନା, ବସନ୍ତ କୁମାର ନାୟକ, ପ୍ରଭାକର ବେହେରା ଓ ସଚିନ ହେମ୍ରମ ଚିକିତ୍ସା କାର୍ଯ୍ୟରେ ସହାୟତା କରିଥିଲେ। ଶିବିର ପରିଚାଳନାରେ ଯୁବମଂଚର ସଦସ୍ୟ ରେଣୁବାଳା ନାଥ, ସୟଦ ରଫିକ, ରଘୁନାଥ ସାହୁ, ନବ କୁମାର ବେହେରା, ରାକେଶ ବିଶ୍ୱାଳ ଓ ବ୍ରହ୍ମାନନ୍ଦ ପତି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଅତ୍ୟାଧୁନିକ ସରଞ୍ଜାମ ସହିତ ସଜ୍ଜିତ ଭ୍ରାମ୍ୟମାଣ ଯାନ ଜରିଆରେ ଶିବିରରେ ସ୍ଥାନୀୟ ଅଂଚଳର ମୋଟ ୭୮ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା ଓ ମାଗଣା ଚିକିତ୍ସା ସେବା ପ୍ରଦାନ କରାଯାଇଥିଲା। ଯୁବମଂଚର ଏହି ଜନହିତକର କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.