Home ଜିଲ୍ଲା ପରିକ୍ରମା ପୂର୍ବ ଶତୃତାକୁ ନେଇ ସାମ୍ବାଦିକକୁ ମରଣାନ୍ତକ ଆକ୍ରମଣ କଲେ ସରକାରୀ ଶିକ୍ଷକ

ପୂର୍ବ ଶତୃତାକୁ ନେଇ ସାମ୍ବାଦିକକୁ ମରଣାନ୍ତକ ଆକ୍ରମଣ କଲେ ସରକାରୀ ଶିକ୍ଷକ

26

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳର ସାମ୍ବାଦିକ ସେକ ଜାଫର ଅଲିଙ୍କୁ ଜଗତି ଶାମପୁରର ପ୍ରଧାନ ଶିକ୍ଷକ ସେକ ସମସୁଦ୍ଦିନ ଆକ୍ରମଣ କରିବା ନେଇ ଧାମନଗର ଥାନାରେ ଅଭିଯୋଗ ପରେ ଧାମନଗର ଥାନା ଅଧିକାରୀ ସାମ୍ବାଦିକଙ୍କ ଅଭିଯୋଗରେ ଥାନା କେସ ନମ୍ୱର୍ ୧୭୪/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଯେ ସେକ ଜାଫର ୧୬ ତାରିଖ ଗୁରୁବାର ରାତି ପ୍ରାୟ ୧୦ ଟା ସମୟରେ ପୀରବାବାଙ୍କୁ ଦର୍ଶନ କରିବା ପାଇଁ ଖାନକା ସରିଫ କୁ ଯାଇଥିଲି। ପୀରବାବାଙ୍କୁ ଦର୍ଶନ ପରେ ବ୍ୟକ୍ତିଗତ କାମ ସାରି ୧୦ ଟା ୪୦ ମିନିଟ ସମୟରେ ଘରକୁ ଫେରିବା ବେଳେ ଖାନକା ସରିଫ ଅଫିସ ସମ୍ମୁଖରେ ପୂର୍ବ ଶତୃତା ବିଦ୍ୟାଳୟ ଅନିୟମିତତାକୁ ଖବର ପରିବେଷଣ ଏବଂ ମିଛ କଥା ଶୁଣି ଉକ୍ତ ଶିକ୍ଷକ ହଠାତ ଉତକ୍ଷିପ୍ତ ହୋଇ ଜୀବନରୁ ମାରିଦେବା ପାଇଁ ମରଣାନ୍ତକ ଆକ୍ରମଣ କରି ମୁଣ୍ଡକୁ ଶକ୍ତ ପାହାର ଦେଇଛନ୍ତି। ପରେ ଶିକ୍ଷକ ଜଣକ ଫୋନ କରି ନିଜ ସହଯୋଗୀ ୪ ଜଣ ଯୁବକ ମାନଙ୍କୁ ଡକାଇ ପୁଣି ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ଆହତ ହୋଇ ସାମ୍ବାଦିକ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇ ଥିଲେ । ତେବେ ଘଟଣା ର ସମାଧାନ ପାଇଁ ଉଦ୍ୟମ ପରେ ସମଧାନ ନ ହେବାରୁ ସାମ୍ବାଦିକ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.