Home ଜିଲ୍ଲା ପରିକ୍ରମା ସତ୍ୟସାଇ ବିଷ୍ଣୁମୋହନ ସରକାରୀ ହାଇସ୍କୁଲ ଗରଦପୁର ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ ହେଉ

ସତ୍ୟସାଇ ବିଷ୍ଣୁମୋହନ ସରକାରୀ ହାଇସ୍କୁଲ ଗରଦପୁର ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ ହେଉ

5

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଂଚଳ ୨୯ନଂ ୱାର୍ଡର ଗରଦପୁର ସ୍ଥିତ ସତ୍ୟସାଇ ବିଷ୍ଣୁମୋହନ ସରକାରୀ ହାଇସ୍କୁଲର ଖେଳପଡିଆ ନିମନ୍ତେ ହାଇସ୍କୁଲ ସଂଲଗ୍ନ ବେସରକାରୀ ଜମି ଅଧିଗ୍ରହଣ ପାଇଁ ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇଛି । ବର୍ତମାନ ସେ ସଂକ୍ରାନ୍ତୀୟ ଫାଇଲ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଉଚ୍ଚ ସୋପାନରେ ବିଚାରାଧୀନ ଅଛି । ବର୍ତମାନର ଜନପ୍ରିୟ ସରକାର ବିଭିନ୍ନ ଶିକ୍ଷାନୁଷ୍ଠାନ ପାଇଁ ଖେଳପଡିଆ ନିମିତ ଉଦ୍ୟମ କରୁଛନ୍ତି । ନିକଟରେ ଭଦ୍ରକ ଜିଲ୍ଲାର ଏକମାତ୍ର ମନ୍ତ୍ରୀ ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡା, ଯୁବ ବ୍ୟାପାର, ଓ ଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ଦାୟିତ୍ୱରେ ଅବସ୍ଥାପିତ ଥିବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଗ୍ରାମବାସୀମାନେ ସାକ୍ଷାତ କରି ଖେଳପଡିଆ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ମନ୍ତ୍ରୀ ମହୋଦୟ ମଧ୍ୟ ଏ ଦିଗରେ ବିଧିବଦ୍ଧ ପଦକ୍ଷେପ ଗ୍ରହଣ କରିବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ଜିଲ୍ଲାସ୍ତରରେ ଜିଲ୍ଲାପାଳ ମହୋଦୟ ଏବଂ ତାଙ୍କର ସମସ୍ତ ଅଧିକାରୀମାନେ ଜମି ଅଧିଗ୍ରହଣ ପ୍ରତିକ୍ରିୟାକୁ ମଧ୍ୟ ଆଗେଇ ନେଇଛନ୍ତି । ଗ୍ରାମବାସୀ ଓ ବୁଦ୍ଧିଜୀବୀମାନେ ମାନ୍ୟବର ମନ୍ତ୍ରୀ ଏବଂ ଉଚ୍ଚ କର୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି ଯେ ଉକ୍ତ ବିଦ୍ୟାଳୟ ପାଇଁ ଅତ୍ୟାବଶ୍ୟକୀୟ ବିଦ୍ୟାଳୟ ସଂଲଗ୍ନ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉ । ଯେହେତୁ ଜମି ଅଧିଗ୍ରହଣ ପ୍ରକ୍ରିୟା ସରକାରୀ ସ୍ତରରେ ବଳବତର ଅଛି, ଭଦ୍ରକ ଜିଲ୍ଲାପାଳ ଏହା ଉପରେ ରହିତାଦେଶ ଜାରି କରିବାକୁ ଦାବୀ ହେଉଅଛି ଯେପରି ଉକ୍ତ ଜମିର ଷ୍ଟେଟସ୍ ନ ବଦଳୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.