Home ଜିଲ୍ଲା ପରିକ୍ରମା ଗାନ୍ଧୀ ପଦଯାତ୍ରା ସ୍ମାରକୀ ଉଜ୍ଜୀବିତ ପାଇଁ ,ନିର୍ମାଣ କରାଯାଉ ଗାନ୍ଧୀ ମୂର୍ତ୍ତି

ଗାନ୍ଧୀ ପଦଯାତ୍ରା ସ୍ମାରକୀ ଉଜ୍ଜୀବିତ ପାଇଁ ,ନିର୍ମାଣ କରାଯାଉ ଗାନ୍ଧୀ ମୂର୍ତ୍ତି

1

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ପୀରହାଟ -ଚାରିବାଟିଆ ରାସ୍ତାରେ ଗାନ୍ଧୀ ପଦଯାତ୍ରା ସ୍ମାରକୀ ଉଜ୍ଜୀବିତ ପାଇଁ ଫଳକ ପରିବର୍ତ୍ତେ ଗାନ୍ଧୀ ମୂର୍ତ୍ତି ନିର୍ମାଣ କରାଯିବାକୁ ଦାବି ହୋଇଛି।ଏସମ୍ପର୍କରେ ପ୍ରଦେଶ ସେବା ସଂଗଠନର ସମ୍ପାଦିକା ସୁଭଦ୍ରା ଭାରତୀ ଶନିବାର ଜିଲ୍ଲା ପୂର୍ତ୍ତ ବିଭାଗ କତ୍ତୃପକ୍ଷଙ୍କୁ ଜଣାଇବା ସଂଗେ ସଂଗେ ଏକ ପ୍ରେସ ବିବୃତ୍ତିରେ ମଧ୍ୟ ଜଣାଇଛନ୍ତି।ଏବେ ପିରାହାଟ – ଚାରିବାଟିଆ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଛି ।ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଚାଲିଥିବା ଏହି ନିର୍ମାଣ କାର୍ଯ୍ୟରେ ୮କୋଟି ଟଙ୍କା ବିନିଯୋଗ ହେବ କ୍ଷଏହି ରାସ୍ତା ୭ କିମି ଦୈର୍ଘ୍ୟର ହୋଇଥିବା ବେଳେ ରାସ୍ତାର ଆରମ୍ଭରେ ଥିବା ଗାନ୍ଧୀମାର୍ଗ ଫଳକ ଭଙ୍ଗାଯିବା ନିଶ୍ଚିତ ହୋଇଛି ।ଏହି ପରିପ୍ରେକ୍ଷୀରେ ରାସ୍ତା ଆରମ୍ଭରେ ଫଳକ ସ୍ଥଳରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ପ୍ରଦେଶ ସେବା ସଙ୍ଗଠନ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ଯାହାଦ୍ୱାରା ଗାନ୍ଧୀ ପଦଯାତ୍ରା ସ୍ମାରକୀ ଉଜ୍ଜୀବିତ ହୋଇ ରହିବ ବୋଲି କୁହାଯାଇଛି। ସମ୍ପାଦିକା ଭାରତୀ ଦର୍ଶାଇଛନ୍ତି ଯେ ୧୯୨୭ ମସିହା ଡିସେମ୍ବର ୧୭ତାରିଖରେ ମହାତ୍ମା ଗାନ୍ଧୀ ପୀରହାଟ -ଚାରିବାଟିଆ ରାସ୍ତାରେ ପଦଯାତ୍ରା କରିଥିଲେ । ଏହି ସ୍ମୃତିକୁ ଉଜ୍ଜୀବିତ ରଖିବାକୁ ସାହାପୁର ପଞ୍ଚାୟତ ଅଧୀନ ଚାରିବାଟିଆ ଠାରେ ପୂର୍ବତନ ମନ୍ତ୍ରୀ ନେତ୍ରାନନ୍ଦ ମଲିକଙ୍କ ପ୍ରଚେଷ୍ଟାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତ ନିର୍ମିତ ହୋଇଛି । ତେବେ ସେହି ସ୍ଥାନ ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ରହିଥିଲା । ଏପରିକି ଗାନ୍ଧୀ ଜୟନ୍ତୀରେ ପ୍ରତିମୂର୍ତ୍ତିରେ ଫୁଲମାଳଟିଏ ବି ପଡୁନଥିଲା । ପ୍ରଦେଶ ସେବା ସଙ୍ଗଠନ ଉଦ୍ୟମରେ ସେହି ସ୍ଥାନର ଉନ୍ନତି ଘଟିବା ସମ୍ଭବ ହୋଇଛି । ଅପରପକ୍ଷେ ରାସ୍ତା ଆରମ୍ଭରେ ଥିବା ଫଳକ ଜରାଜୀର୍ଣ୍ଣ ହୋଇପଡ଼ିଥିଲା।୨୦୨୧ ଅକ୍ଟୋବର ୨ତାରିଖରେ ସ୍ମାରକୀ ଫଳକ ମଧ୍ୟ ସଙ୍ଗଠନ ଉଦ୍ୟମରେ ନିର୍ମିତ ହେବା ପରେ ତତକାଳୀନ ବ୍ଲକ ଅଧ୍ୟକ୍ଷା, ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ ଓ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଏହା ଉନ୍ମୋଚିତ ହୋଇଥିଲା । ତେବେ ଚାରିବାଟିଆ ଠାରୁ ସେହି ରାସ୍ତାର ଏବେ ନିର୍ମାଣ କାର୍ଯ୍ୟ କରାଯାଉଥିବାରୁ ଫଳକ ଭଙ୍ଗା ହେବା ନିଶ୍ଚିତ ହୋଇଛ। ଏହି ପରିପ୍ରେକ୍ଷୀରେ ରାସ୍ତା ଆରମ୍ଭରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯିବାକୁ ସଙ୍ଗଠନ ପକ୍ଷରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.