Home ଜିଲ୍ଲା ପରିକ୍ରମା ବିଜେପିର ପ୍ରତିଷ୍ଠା ଦିବସ

ବିଜେପିର ପ୍ରତିଷ୍ଠା ଦିବସ

2

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ଓ ମହତାବ ମଣ୍ଡଳ ଆଗରପଡା ବିଜେପି ପକ୍ଷରୁ ଦଳର ୪୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବନ୍ତ ମଣ୍ଡଳ ସଭାପତି ସନ୍ତୋଷ ନାୟକଙ୍କ ତତ୍ୱାବଧାନରେ ଦଳର ବିଧାନସଭା ନେତା ଡ. ସୁଧାଂଶୁ ଶେଖର ନାୟକ,ମଣ୍ଡଳ ସାଧାରଣ ସମ୍ପାଦକ ଆନନ୍ଦ ଚନ୍ଦ୍ର ଓଝା,ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ,ବିଜୟ ପ୍ରଧାନ,ପୂର୍ବତନ ସରପଚଂ କୃପାସିନ୍ଧୁ ସେଠୀ,ହେମନ୍ତ ମଳିକ, ଅରୂପ ମଲ୍ଲିକ୍‌,ବରିଷ୍ଠ କାର୍ଯ୍ୟକର୍ତା ଶଙ୍କର୍ଷଣ ଜେନା, ଖଗେଶ୍ୱର ବେହେରା, ରୀତାରାଣୀ ବହେରା, ବସନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଦଳ ପ୍ରତିଷ୍ଠା ସମୟରୁ ଅଦ୍ୟାବଧି ଯେଉଁମାନଙ୍କ ତ୍ୟାଗ ତପସ୍ୟାରେ ବିଶ୍ୱରେ ଏକ ନମ୍ବର ହୋଇ ପାରିଛି ସେମାନଙ୍କୁ ସ୍ମରଣ କରିବାର ଅବକାଶ ମିଳିଛି ବୋଲି କହିଥିଲେ । ସେହିପରି ଆଗରପଡା ମହତାବ ମଣ୍ଡଳ ପକ୍ଷରୁ ସ୍ଥାନୀୟ କଲେଜ ଛକ ଠାରେ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦଙ୍କ ତତା୍ୱବାଧାନରେ ବରିଷ୍ଠ କାର୍ଯ୍ୟକର୍ତା ପ୍ରଫୁଲ୍ଲ ସିଂହ ପତକା ଉତୋଳନ କରିଥିଲେ । ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ସୁବାଷ ପଣ୍ଡା, ଚିନ୍ମୟ ମହାପାତ୍ର, ଗୋପାଳ କୃଷ୍ଣ ଦାଶ, ସୁବାଷ ପଣ୍ଡା, ଶ୍ୟାମସୁନ୍ଦର ପଣ୍ଡା,ମହାନ୍ତପଡା ସମିତିସଭ୍ୟ ନିମଳ ନାୟକ,ଅଶୋକ ପରିଡା,ମହେନ୍ଦ୍ର ଦାସ, ତପନ ସିଂହ, ଧିବର ସାମଲ, ପ୍ରଫଲ୍ଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମିଷ୍ଠାନ ବଂଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.