ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାଲଗୋଣ୍ଡା ଗ୍ରାମ ପଞ୍ଚାୟତ ରାମପୁର ବିଣାପାଣି ଯୁବ ପରିଷଦ, ରାମପୁର ଦ୍ୱାରା ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉତ୍ସାହ ଓ ମହାଆଡମ୍ବର ମଧ୍ୟରେ ସଫଳତାର ସହ ଉଦ୍ଜାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ପାଖପାଖି ଅଞ୍ଚଳର ବହୁ କ୍ରିକେଟ ଦଳ ଅଂଶଗ୍ରହଣ କରି ଖେଳକୁ ରୋମାଞ୍ଚକର କରିଥିଲେ।ଅନ୍ତିମ ମ୍ୟାଚ୍?ରେ ଦୁଇଟି ଶକ୍ତିଶାଳୀ ଦଳ ବାବା ସଦାଶିବ ନୂଆବନ୍ଧ କ୍ରିକେଟ ଦଳ ଓ ବାବା ମଣି ନାଗେଶ୍ୱର ତେନ୍ତୁଲି ଡିହ ମଧ୍ୟରେ ମୁହାଁମୁହିଁ ହୋଇ ଦର୍ଶକମାନଙ୍କୁ ରୋମାଞ୍ଚିତ କରିଥିଲେ। ଶେଷରେ ବିଜୟୀ ଦଳକୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଏକ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ପ୍ରିନ୍ସରାକେଶ ନାୟକ,ଖେରଙ୍ଗ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ, ପୂର୍ବତନ ସମବାୟ ସମିତି ର ସଭାପତି ପ୍ରଭାତ ନାୟକ ଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ। ଯୁବକମାନେ ଓ କ୍ରିକେଟ ପ୍ରେମୀମାନେ ବିପୁଳ ସଂଖ୍ୟାରେ ଉପସ୍ଥିତ ଥିଲେ।ଆୟୋଜକମାନଙ୍କ କହିବା ଅନୁଯାୟୀ, ଏହି ପ୍ରତିଯୋଗିତାର ଲକ୍ଷ୍ୟ ଯୁବ ପିଢିକୁ କ୍ରିଡାରେ ଆଗ୍ରହୀ କରିବା ସହ ତାଙ୍କ ମଧ୍ୟରେ ଭାଇଚାରା ଓ ଏକତା ବୃଦ୍ଧି କରିବା। କାର୍ଯ୍ୟକ୍ରମ ଟି ସଫଳ ଭାବେ ସମାପ୍ତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ମାହୋଲ ସୃଷ୍ଟି ହୋଇଛି। ଉକ୍ତ କ୍ରିକେଟ ପ୍ରତିଯୋଗିତା ରେ ବାବା ସଦାଶିବ ନୂଆବନ୍ଧ କ୍ରିକେଟ ଟିମ୍ ୨୦ ଓଭର ରେ ୧୨୫ ରନ୍ କରିଥିବା ବେଳେ ବାବା ମଣି ନାଗେଶ୍ୱର ତେନ୍ତୁଳି ଡିହ ୨୦ ଓଭର ରେ ୧୩୧ କରି ବିଜେତା ହୋଇଥିଲା।ବିଜେତା ହାସଲ କରିଥିବା ଦଳକୁ ଟ୍ରଫି ସହିତ ୧୦୦୦୦ ହଜାର ଟଙ୍କା ମିଳିଥିବା ବେଳେ ରନରସ୍ପ ୭୦୦୦ ହଜାର ଟଙ୍କା ମିଳିଥିବା ସୂଚନା ମିଳିଛି। ବିଣାପାଣି ଯୁବ ପରିଷଦ ର ଅନିଲ ଦାସ, ଶିବଶଙ୍କର ଦାସ, ଶିଶିର ଦାସ, ମନୋରଞ୍ଜନ ଦାସ,କୁନୁ ଦାସ,ଗୈତମ ଦାସ, ସୁନିଲ ଦାସ ଉପସ୍ଥିତ ଥିଲେ।








