Home ଜିଲ୍ଲା ପରିକ୍ରମା ରାମେଶ୍ୱରପୁର ରେ ମା ରକ୍ଷାକାଳୀ ଙ୍କ ବାର୍ଷିକ ପୁଜା ରେ ଲକ୍ଷାଧିକ ଭକ୍ତଙ୍କ ଭିଡ, ଅଦିନିଆ...

ରାମେଶ୍ୱରପୁର ରେ ମା ରକ୍ଷାକାଳୀ ଙ୍କ ବାର୍ଷିକ ପୁଜା ରେ ଲକ୍ଷାଧିକ ଭକ୍ତଙ୍କ ଭିଡ, ଅଦିନିଆ ବର୍ଷା ଦାଉ ସାଜିଲା

4

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତ ଅଧିନସ୍ତ ରାମେଶ୍ୱରପୁର ଗ୍ରାମ ରେ ମା ରକ୍ଷାକାଳୀ ଙ୍କ ର ବାର୍ଷିକ ପୁଜା ଅନୁଷ୍ଠିତ ହୋଇଯାଇଅଛି, ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଗୋଟିଏ ଦିନରେ ମା ଙ୍କ ର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ଶନିବାର ରାତ୍ର ୯ ଘଟିକା ସମୟ ଗେଙ୍ଗୁଟି ନଦୀ ରୁ କଳସ ପୂଜା କରାଯାଇ ଶୋଭାଯାତ୍ରା ରେ ମନ୍ଦିର କୁ ଅଣାଯାଇଥିଲା,ଏଥିରେ ଉକ୍ତ ଗ୍ରାମର ବୀରେନ୍ଦ୍ର କୁମାର ବାରିକ ସଂକଳ୍ପ କରିଥିଲେ ଏହା ପରେ ମା ଙ୍କ ଚକ୍ଷୁ ଓ ଘଟ ସ୍ଥାପନ କରାଯିବା ସହିତ ପୂଜା ଅର୍ଚ୍ଚନା କରାଯାଇଥିଲା, ରାତ୍ର ୨.୩୦ ସମୟ ରେ ଏକ ବୁଦା ବଳି ଦିଆଯାଇଥିଲା, ଏହା ସହିତ ୭୦୦ ରୁ ଅଧିକ ବୁଦା କୁ କାନ କଟା ଯାଇ ଉସର୍ଗ କରାଯାଇଥିଲା,ହଜାର ହଜାର ଭକ୍ତ ଙ୍କ ର ସମାଗମ ହୋଇଥିଲା କେବଳ ଭଦ୍ରକ ଜିଲ୍ଲା ନୁହ ପୋଡ଼ଶି ଜିଲ୍ଲା ସହିତ ପଶ୍ଚିମ ବଙ୍ଗ ରୁ ମଧ୍ୟ ଭକ୍ତ ମାନେ ନିଜର ମାନସିକ ପୂରଣ ହୋଇଥିବାରୁ ଏଠାକୁ ଆସିଥିଲେ, ଧାମନଗର ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଶାନ୍ତି ଶୃଙ୍ଖଳା ରଖିବା ସହିତ କମିଟି କୁ ସମ୍ପୂଣ ସହଯୋଗ କରିଥିଲେ, ଏହି ପରିପେକ୍ଷୀରେ ମାନ୍ୟବର ଉଚ୍ଚ ଶିକ୍ଷା, ଭାଷା, ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ, ସାଂସଦ ଙ୍କ ପ୍ରତିନିଧି ମନରଞ୍ଜନ ମଲ୍ଲିକ, ଧାମନଗର ବ୍ଲକ ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ ପୁହାଣ, ଧାମନଗର ଏନ ଏ ସି ମନ୍ତ୍ରୀ ଙ୍କ ପ୍ରତିନିଧି କୈଳାସ ମହାପାତ୍ର ପୂର୍ବତନ ପଂଚାୟତ ସମିତି ଅଧକ୍ଷ ଅଶୋକ କୁମାର ନାୟକ, ବିଜେଡି ବ୍ଲକ ସଭାପତି ପ୍ରତାପ ସାମଲ, ପୂର୍ବତନ ସଭାପତି ଉମେଶ ମହାନ୍ତି, ସ୍ଥାନୀୟ ସରପଞ୍ଚ ରଂଜିତ ଯେନା ମା ଙ୍କୁ ଦର୍ଶନ କରିବା ସହିତ ମା ଙ୍କୁ ଆଶ୍ରିବାଦ ଭିକ୍ଷା କରିବା ସହିତ ଅଂଚଳ ବାସି ଙ୍କୁ ନିରୋଗ ଓ ଦୁଃଖ ଦୂର ନିମନ୍ତେ ମାଙ୍କୁ ପ୍ରାଥନା କରିଥିଲେ ଉକ୍ତ କାର୍ଯ୍ୟକ୍ରମ ରେ କମିଟି ର ସଭାପତି କ୍ଷେତ୍ରବାସି ବାରିକ, ସମ୍ପାଦକ ରମାକାନ୍ତ ବେହେରା, ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ନାୟକ,ସଭ୍ୟ ଭାସ୍କର ମହାପାତ୍ର, ଦାମୋଦର ମହାନ୍ତି, ଭାସ୍କର ଦଳାଇ, ପ୍ରଶାନ୍ତ କୁମାର ବେହେରା, ଅନନ୍ତ ଦଳାଇ, ଧନଞ୍ଜୟ ନାୟକ, ଓ ମା ରକ୍ଷା କାଳୀ ଯୁବକ ସଂଘ ର ସମସ୍ତ ସଭ୍ୟ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, ଦିନ ୨୦ ଟା ରୁ ୩ ଟା ପର୍ଯ୍ୟନ୍ତ ହୋମ ଯଂଜ୍ଞ କରାଯାଥିଲା, ଶେଷରେ ପୁର୍ଣଆହୁତି ଦିଆଯାଇ ସନ୍ଧ୍ୟା ରେ ମା ଙ୍କ ର ଭସାଣି ଶୋଭାଯାତ୍ରା କରାଯାଇ ଗେଙ୍ଗୁଟି ନଦୀରେ ବିସର୍ଜନ କରାଯାଇଥିଲା। ତେବେ ଅଦିନିଆ ବର୍ଷା ଦାଉ ସାଜିଥିଲା।ବର୍ଷା କୁ ଖାତିରି ନକରି ଭକ୍ତ ମାନେ ମା ଙ୍କ ଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.