Home ଜିଲ୍ଲା ପରିକ୍ରମା ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ସଚେତନତା ପଦଯାତ୍ରା

ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ସଚେତନତା ପଦଯାତ୍ରା

3

ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ପକ୍ଷ ପାଳନ ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଆଜି ବିଭିନ୍ନ ଦୋକାନ ଓ ବାଣିଜ୍ୟିକ ଅନୁଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ ପାଇଁ ସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି ପଦଯାତ୍ରାକୁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଓ ପୌରପାଳିକା ଅଧ୍ୟକ୍ଷା ଗୁଲମକୀ ଦଲୱାଜି ହବିବଙ୍କ ଦ୍ୱାରା ସକାଳ ୯ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୁଭାରମ୍ଭ କରାଯାଇଥିଲା। ପଦଯାତ୍ରାଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲା। ଏହି ସଚେତନତା ପଦଯାତ୍ରାରେ ପୌରପାଳିକା ଅଧ୍ୟକ୍ଷା, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ ଓ ରବିନାରାୟଣ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଭଦ୍ରକ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମଲ୍ଲିକ, ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଜଗବନ୍ଧୁ ସାହୁ, ନିୟନ୍ତ୍ରିତ ବଜାର ସମିତି ସଦସ୍ୟ, ସମସ୍ତ ମ୍ୟୁନିସିପାଲଟିର ନିର୍ବାହୀ ଅଧିକାରୀ, ପ୍ରଧାନ ଶିକ୍ଷକମାନେ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ, ମଣ୍ଡଳ ଶ୍ରମ ଆୟୁକ୍ତ, ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତନ), ସମସ୍ତ ସହ ଶ୍ରମ ଅଧିକାରୀ, ଶ୍ରମ ବିଭାଗର କର୍ମଚାରୀ, ଟାଉନ ଥାନା ଅଧିକାରୀ, ରୋଟାରୀ କ୍ଲବ, ଲାୟନ୍ସ କ୍ଲବ, ଫେଲୋସିପ ସଂଗଠନର ସଦସ୍ୟମାନେ, ୱାନ୍ ଷ୍ଟପ୍ ସେଂଟର ଓ ଚାଇଲ୍ଡଲାଇନ୍ ସଦସ୍ୟମାନେ, ବିଭିନ୍ନ ବୁଦ୍ଧିଜୀବୀ, କାଳୀପୂଜା ସମିତି ସଦସ୍ୟମାନେ, ଫେକର୍ ଓ ଫେକର୍ ଶ୍ରମିକ ସଂଘର କର୍ମକର୍ତା ଓ ସଦସ୍ୟମାନେ, ସ୍ଥାନୀୟ ବ୍ୟବସାୟୀ ସଂଘର କର୍ମକର୍ତାମାନେ, ଗାନ୍ଧୀ ଆବାସିକ କେନ୍ଦ୍ରର ସଦସ୍ୟ ଓ ଛାତ୍ରଛାତ୍ରୀ, ବିଭିନ୍ନ ବଣିକ ସଂଗଠନର ସଦସ୍ୟମାନେ, ପୋଲିସ କର୍ମଚାରୀ, ସାମ୍ବାଦିକମାନେ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ସକ୍ରିୟଭାବେ ଅଂଶଗ୍ରହଣ କରିଥିଲେ। ଏହା ସହ ଏକ ସଚେତନତା ରଥ ଓ ପ୍ରଚାର ପତ୍ରିକା ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଅଂଚଳରେ ଘୁରି ଲୋକମାନଙ୍କୁ ଓଡ଼ିଆ ଭାଷାରେ ନାମଫଳକ ବ୍ୟବହାର ପ୍ରତି ସଚେତନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.