Home ଜିଲ୍ଲା ପରିକ୍ରମା କନିକା-ଚାନ୍ଦବାଲି ବୈତରଣୀ ମହୋତ୍ସବର ଚତୁର୍ଥ ସନ୍ଧ୍ୟା ଉତ୍ସାହମୟ

କନିକା-ଚାନ୍ଦବାଲି ବୈତରଣୀ ମହୋତ୍ସବର ଚତୁର୍ଥ ସନ୍ଧ୍ୟା ଉତ୍ସାହମୟ

3

ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଦୁର୍ଗା ପଡିଆରେ ଚାଲିଥିବା କନିକା-ଚାନ୍ଦବାଲି ବୈତରଣୀ ମହୋତ୍ସବର ଚତୁର୍ଥ ସନ୍ଧ୍ୟା ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମଙ୍ଗୁଳି ଚରଣ ବେହେରା ସଭାପତିତ୍ୱ କରିଥିବା ବେଳେ ବ୍ରଜକିଶୋର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଦେବେନ୍ଦ୍ର ଦାସ ସ୍ୱାଗତ ଭାଷଣ ରଖିଥିଲେ। ମୁଖ୍ୟ ଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଯୋଗ ଦେଇଥିବା ବେଳେ, ସ୍ୱତନ୍ତ୍ର ଅତିଥି ଭାବେ ବାସୁଦେବପୁର ବିଧାୟକ ଅଶୋକ ଦାସ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ପୂର୍ବତନ ଭଦ୍ରକ ସାଂସଦ ଅନନ୍ତ ପ୍ରସାଦ ସେଠୀ ଉଦ୍‌ବୋଧନ ଦେଇଥିଲେ। ସଂମ୍ମାନିତ ଅତିଥିମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟିର କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାସ, କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ଡ଼ା. ଦେବସ୍ମିତା ଶର୍ମା, ସାହିତ୍ୟିକ ଅମୀୟ ପାଣ୍ଡବ, ବରିଷ୍ଠ କଂଗ୍ରେସ ନେତା ଅମୀୟ କୁମାର ମହାପାତ୍ର, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ଦିଗମ୍ବର ଦାସ, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ମନୋଜ କୁମାର ବିଶ୍ୱାଳ ଓ ସମାଜସେବୀ ସତ୍ୟାନନ୍ଦ ରାଉତ ଉପସ୍ଥିତ ଥିଲେ। ଏହି ଅବସରରେ କନିକା ଓ ଚାନ୍ଦବାଲି ଅଂଚଳର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷମାନଙ୍କୁ ଉତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ କ୍ୟାପଟେନ ଦୁର୍ଯ୍ୟୋଧନ ମହାନ୍ତି, କୃଷ୍ଣଚନ୍ଦ୍ର ବେହେରା, ମାହାବୀର ବେହେରା, ତରୁଣ ଅଗ୍ରୱାଲ, ସାମ୍ବାଦିକ ଅଜୟ ରାଉତ, ଅଜିତ କୁମାର ବେହୁରିଆ ଓ ସୁକାନ୍ତ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ଶରତ ଚନ୍ଦ୍ର ରାଉତ ଧନ୍ୟବାଦ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.