Home ଜିଲ୍ଲା ପରିକ୍ରମା ରାଜନୈତିକ ଛତ୍ରଛାୟାରେ ମନ୍ତ୍ରବାସୁଳୀ ଗୋଷ୍ଠୀ, ମାନ ଓ ଓଜନରେ ଠକୁଛି,ବହିଷ୍କାର ଦାବୀ

ରାଜନୈତିକ ଛତ୍ରଛାୟାରେ ମନ୍ତ୍ରବାସୁଳୀ ଗୋଷ୍ଠୀ, ମାନ ଓ ଓଜନରେ ଠକୁଛି,ବହିଷ୍କାର ଦାବୀ

3

ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକର ଆଳମଙ୍ଗା ଠାରେ ଥିବା ମା’ମନ୍ତ୍ରବାସୁଳି ସ୍ୱୟଂ ସହାୟକ ଗୋଷ୍ଠୀ ବିଭିନ୍ନ ସମୟରେ ନିମ୍ନ ମାନର ଛତୁଆ ଯୋଗାଇ ଚର୍ଚ୍ଚାରେ ରହି ଆସୁଛି । କେତେବେଳେ ଓଜନରେ ଠକେଇ ତ କେତେବେଳେ ଖାଦ୍ୟର ମାନ ନିକୃଷ୍ଠ । ଗୋଷ୍ଠୀର ଏହି ଠକେଇ ପଛରେ ରାଜନୈତିକ ଛତ୍ରଛାୟା କାର୍ଯ୍ୟ କରୁଛି ବୋଲି ଅଲୋଚନା ହେଉଛି । ରାଜ୍ୟ ସରକାର ଶିଶୁ ,କିଶୋରୀ,ଗର୍ଭବତୀ ଓ ପ୍ରସୂତି ମା’ ମାନଙ୍କ ପାଇଁ ଛତୁଆ, ସୁଜି, ମୁଢି,ବେସନ, ବାଦାମ ଲଡୁ, ସୋଲା, ଖଜୁରୀ ଆଦିରେ ଖାଦ୍ୟ ପ୍ରସ୍ତୁତ କରି ବଟଂନ କରି ଆସୁଛନ୍ତି । ଦୀର୍ଘବର୍ଷ ଧରି ଏହି ବ୍ଲକରେ ମା’ମନ୍ତ୍ର ବାସୁଳୀ ସ୍ୱୟଂ ସହାୟକ ଗୋଷ୍ଠୀ ସାମଗ୍ରୀମାନ ଯୋଗାଇ ଆସୁଥିଲେ । ଖାଦ୍ୟର ମାନ ଓ ଓଜନକୁ ନେଇ ବିଭିନ୍ନ ଆଡୁ ଅଭିଯୋଗ ହେବା ପରେ ଅନ୍ୟ ୨ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଥିଲା । ହେଲେ କିଛି ମାସ ପରେ ଉପରୋକ୍ତ ଦୁଇଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ କାଟି ରାଜନୈତିକ ଆଧିପତ୍ୟ ଜାହିର କରି ପୁର୍ନବାର ମନ୍ତ୍ର ବାସୁଳୀ ବଟଂନ ଦାୟିତ୍ୱ ନେଇଛି । ୭ରୁ ୩ ବର୍ଷ ଶିଶୁ ଓ ଗର୍ଭବତୀ/ପ୍ରସୁତୀ ମହିଳାଙ୍କ ପାଇଁ ୪ କେଜି ଛତୁଆ ଦେବାର ନିୟମ ଥିବା ବେଳେ ଏହି ଗୋଷ୍ଠୀ ୩ କେଜି ୪୯୨ ଗ୍ରାମ ଛତୁଆ ବଟଂନ କରୁଛି । ନିୟମ ଅନୁଯାୟୀ ଉକ୍ତ ଛତୁଆରେ ଗହମ, ବୁଟ, ଚିନା ବାଦାମ, ଚିନି ମିଶ୍ରିତ କରାଯାଉ ନାହିଁ । ଗର୍ଭବତୀଙ୍କୁ ଦିଆଯାଉଥିବା ବାଦାମ ଲଡୁରେ ଖସା ପରିବର୍ତେ ଅତ୍ୟଧିକ ଗୁଡ ମିଶ୍ରଣ ହେଉଥିବା ବେଳେ ତାହା କାଳିଆ କିଟି କିଟି ଦେଖାଯାଉଛି । କିଶୋରୀ ,ଗର୍ଭବତୀ ଓ ପ୍ରସୁତୀଙ୍କୁ ଦିଆଯାଉଥିବା ଅଫୁଟା ସୋଲା ସାଙ୍ଗକୁ ଲାଲ୍‌ମୁଢି, ପୋକରା ବାଦାମ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ବେଳେ ଖାଇବା ଅନୁପଯୋଗୀ ଅଟେ । ଯାହାର ଓଜନ ଏକ କିଲୋଗ୍ରାମ ନିୟମ ରହୁଥିବା ବେଳେ ୯ ଗ୍ରାମ ଗୋଷ୍ଠୀ ଯୋଗାଉଛି । ୭ ରୁ ୩ ବର୍ଷ ଛୁଆଙ୍କ ପାଇଁ ବେସନ, ତେଲ, ସୁଜି ପରିବର୍ତେ ଖାଲି ସୁଜି ଦିଆଯାଉଛି । ଗର୍ଭବତୀ ଓ ପ୍ରସୁତିଙ୍କୁ ୫ ଶହ ଖଜୁରୀ ଦେବା ପରିବର୍ତେ ୩ ଶହ ଗ୍ରାମ ଓ ତାହା ଅତ୍ୟନ୍ତ ନିମ୍ନ ମାନର ବୋଲି ଅଭିଯୋଗ ହେଉଛି । ଉପରୋକ୍ତ ସାମଗ୍ରୀ ଯୋଗାଣ ନେଇ ଜନୈକ ଅଙ୍ଗନୱାଡି କର୍ମୀ କହନ୍ତି,ମଝିରେ ଯେଉଁ ଗୋଷ୍ଠୀ ସାମଗ୍ରୀ ଯୋଗାଉଥିଲା ତାର ମାନ ଓ ଓଜନ ମୋଟାମୋଟି ଠିକ୍ ଥିଲା,ହେଲେ ଏବେ ମନ୍ତ୍ର ବାସୁଳୀ ଗୋଷ୍ଠୀର ସାମଗ୍ରୀ ଅତ୍ୟନ୍ତ ନିମ୍ନ ମାନର ଅଭିଯୋଗ କଲେ କେହି କର୍ଣ୍ଣପାତ କରୁ ନାହାନ୍ତି । ଅନ୍ୟ ପକ୍ଷରେ ସିଡିପିଓ ଆଲ୍ଲାଦୀ ମାରାଣ୍ଡି ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.