Home ଜିଲ୍ଲା ପରିକ୍ରମା ଏବିଭିପି, ଭଦ୍ରକ ପକ୍ଷରୁ ଜିଲ୍ଲା ସମୀକ୍ଷା ଓ ଯୋଜନା ବୈଠକ

ଏବିଭିପି, ଭଦ୍ରକ ପକ୍ଷରୁ ଜିଲ୍ଲା ସମୀକ୍ଷା ଓ ଯୋଜନା ବୈଠକ

7

ଭଦ୍ରକ, ୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ଶିକ୍ଷାବର୍ଷ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଭଦ୍ରକ ପକ୍ଷରୁ ଗାନ୍ଧୀପଡ଼ିଆ ସ୍ଥିତ ସୀତାରାମ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ସମୀକ୍ଷା ଓ ଯୋଜନା ବୈଠକ ଜିଲ୍ଲା ସମିତିର କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଗତ ଏକ ବର୍ଷର ବିଭିନ୍ନ ସାଙ୍ଗଠନିକ ଓ ସାମାଜିକ କାର୍ଯ୍ୟର ସମୀକ୍ଷା ଏବଂ ଆଗାମୀ ଏକ ବର୍ଷ ପାଇଁ ଯୋଜନା ହୋଇଥିଲା। ସଙ୍ଗଠନର ସଦସ୍ୟତା, କ୍ୟାମ୍ପସ ଓ ନଗର ଶାଖା ଗଠନ, ୬ ଟି ସାଂଗଠାନିକ ରାଷ୍ଟ୍ରୀୟ ଦିବସ ପାଳନ, ଶିକ୍ଷା ଓ ସାମାଜିକ ସ୍ଥିତିକୁ ନେଇ ଆନ୍ଦୋଳନ, ଛାତ୍ର ସଂସଦ ନିର୍ବାଚନ, ରକ୍ତଦାନ, ବୃକ୍ଷ ରୋପଣ, ସ୍ୱଚ୍ଛ ଭାରତ, ରୋଗୀଙ୍କୁ ଫଳ ବଂଟନ, ଜଳ ଛତ୍ର ଆଦି ସାମାଜିକ ସେବା କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା। ଏବିଭିପିର ବାଲେଶ୍ୱର ବିଭାଗ ପ୍ରମୁଖ ପ୍ରାଧ୍ୟାପକ ରମେଶ ଚନ୍ଦ୍ର ବେହେରା, ବିଭାଗ ସଙ୍ଗଠନ ସମ୍ପାଦକ ସମ୍ବିତ ପ୍ରସାଦ ରାଉତ, ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ଜିଲ୍ଲା ସହ ପ୍ରମୁଖ ଡ. ବସନ୍ତ କୁମାର ଦୀକ୍ଷିତ ଓ ଜ୍ୟୋତି ପ୍ରକାଶ ସାହୁ, ଜିଲ୍ଲା ସଂଯୋଜକ ଓଁକାର ମହାନ୍ତି, ସହ ସଂଯୋଜିକା ପୂଜାରାଣୀ ମଲ୍ଲିକ, ପ୍ରାନ୍ତ ସୋସିଆଲ ମିଡ଼ିଆ ସହ ସଂଯୋଜକ ଦେବୀ ପ୍ରସାଦ ଦାସ, ପ୍ରାନ୍ତ ଖେଲୋ ଭାରତ ସହ ସଂଯୋଜକ ଆୟୁଷ ପାଣିଗ୍ରାହୀ, ପ୍ରାନ୍ତ ଫାର୍ମା ଭିଜନ ସହ ସଂଯୋଜକ ସତ୍ୟ ବ୍ରତ ପଣ୍ଡା, ରାଷ୍ଟ୍ରୀୟ କଳା ମଂଚ ପ୍ରାନ୍ତ ସହ ସଂଯୋଜିକା ଗୌତମୀ ପ୍ରିୟଦର୍ଶିନୀ ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ମହାରଣା, ଗୋପୀ କ୍ରିଷ୍ଣା ବାରିକ, ପୁଷ୍ପାଞ୍ଜଳି ଘଡ଼େଇ, ପ୍ରାନ୍ତ ଏସଏଫଡି ସହ ସଂଯୋଜକ ଗୌରାଙ୍ଗ ବଳ, ବିଭାଗ ଏସଏଫଡି ସଂଯୋଜିକା ମାଧୁରୀ ରାଉତ, ବାସୁଦେବପୁର ନଗର ସଭାପତି ପୁରୁଷୋତମ ବେହେରା, ଭଦ୍ରକ ନଗର ସମ୍ପାଦକ କାହ୍ନା ଜେନା, ଧାମନଗର ନଗର ସମ୍ପାଦକ ସାରଥୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.