ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ମହୋତ୍ସବ କମିଟି ଦ୍ୱାରା ଆୟୋଜିତ ‘ କନିକା – ଚାନ୍ଦବାଲି ବୈତରଣୀ ମହୋତ୍ସବ – ୨୦୨୬ ‘ ସମାରୋହର ଦ୍ୱିତୀୟ ସନ୍ଧ୍ୟା ବୁଧବାର ସନ୍ଧ୍ୟା ୬ ଘଟିକାରେ ସ୍ଥାନୀୟ ଦୁର୍ଗା ପଡ଼ିଆଠାରେ କମିଟିର କାର୍ଯ୍ୟକାରୀ ସଭାପତି ବ୍ରଜ କିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି । ବନ୍ଦର ସହରର ଐତିହ୍ୟ ଓ ଭାଇଚାରା ପର୍ବରେ ସମସ୍ତଙ୍କୁ ଏକାକାର କରୁଥିବା ଆୟୋଜିତ ଏହି ଉତ୍ସବର ଦ୍ୱିତୀୟ ସାନ୍ଧ୍ୟ ଅଧିବେଶନରେ ମହୋତ୍ସବ କମିଟିର କାର୍ଯ୍ୟକାରୀ ସଦସ୍ୟ ଦେବବ୍ରତ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ ଆୟୋଜକ ମଙ୍ଗୁଳି ଚରଣ ବେହେରା ଅତିଥି ପରିଚୟ ପ୍ରଦାନ କରିଥଲେ । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ପ୍ରଭାତ କୁମାର ପାଣିଗ୍ରାହୀ , ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ପଣ୍ଡିତ ଦୈତାରୀ ମହାପାତ୍ର , ସ୍ୱତନ୍ତ୍ର ଅତିଥି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବଂଶୀଧର ରାଉତ , ସମ୍ମାନିତ ଅତିଥି ଭାବେ ଗୋସୁରକ୍ଷା ସମିତିର ପ୍ରଚାରକ ସମୀର କୁମାର ପାତ୍ର ଓ ଓଷ୍ଟାର ଭଦ୍ରକ ଜିଲ୍ଲା ସଭାପତି ଅନିଲ କୁମାର ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରି ବନ୍ଦର ଐତିହ୍ୟର ବିକାଶ ଦିଗରେ ସମ୍ମିଳିତ ଭାବେ କାର୍ଯ୍ୟ କରିବାକୁ ଅଂଚଳବାସୀଙ୍କୁ ଆହ୍ୱାନ ଦେଇଥିଲେ । ଉତ୍ସବ ପରିପେକ୍ଷୀରେ ଶିକ୍ଷକ ମାଧବାନନ୍ଦ ଓଝା , ଆଇନାର ସମ୍ପାଦକ ବିଭୁ ପଦାରବିନ୍ଦ ମହାପାତ୍ର , ବିଶିଷ୍ଟ ଚିତ୍ରଶିଳ୍ପୀ ହେମନ୍ତ କୁମାର ସେଠୀ ଓ ଯୁବ ସାମ୍ବାଦିକ ମାନସ ସାହୁଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ପରେ ପରେ ବୌଦ୍ଧର ବାଜାସାଇ ଡାନ୍ ଗ୍ରୁପ୍ ସାଂସ୍କୃତିକ ନୃତ୍ୟ ଓ ତିହିଡି ସଙ୍ଗୀତ ମହାବିଦ୍ୟାଳୟର କଳାକାରମାନେ ଐତିହ୍ୟ ଆଧାର ସଙ୍ଗୀତ ପରିବେଷଣ କରିଥିଲେ । ସମାଜସେବୀ ସୁଧୀର କୁମାର ମହାନ୍ତି , କମିଟି ଆବାହକ ବିଶ୍ୱ କେଶରୀ ମହାନ୍ତି , ରଞ୍ଜନ ଦାସ , ଗଙ୍ଗାଧର ଦାସ , ପ୍ରକାଶ ସେଠୀ , କେଦାର ନାଥ ମହାନ୍ତି ,ଦିଲ୍ଲୀପ ବେହେରା , ଅଶୋକ ସାହୁ , ମାନସ ଦାସ , ନାରିନେତ୍ରୀ ଚନ୍ଦ୍ରକାନ୍ତୀ ଦାସ , ଗୀତାଞ୍ଜଳି ମହାନ୍ତି , ପ୍ରେମଲତା ବାରିକ , ସମାଜସେବୀ ବ୍ରଜସୁନ୍ଦର ମହାନ୍ତି , ସାହିତ୍ୟିକ ପ୍ରଫୁଲ୍ଲ ଦାସ , ଶିକ୍ଷକ ଅମୂଲ୍ୟ କୁମାର ରାଉତ , ଅଧିବକ୍ତା ମଳୟ ରଞ୍ଜନ ଭୋଇ , ଗବେଷକ ତାରାପଦ ମହାନ୍ତି , ନିତ୍ୟାନନ୍ଦ ପଣ୍ଡା , ଲଳିତ କୁମାର ମହାନ୍ତି ଓ ବିଶିଷ୍ଟ ବ୍ୟବସାୟୀ ରଘୁନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କମିଟିର କୋଷାଧ୍ୟକ୍ଷ ନିର୍ମଳ କୁମାର ରାଉତ ଧନ୍ୟବାଦ ଦେଇଥିଲେ ।








