Home ଜିଲ୍ଲା ପରିକ୍ରମା ଉତ୍କଳମଣି ଶିଶୁ ଶିକ୍ଷା ମନ୍ଦିରର ବାର୍ଷିକ ଉତ୍ସବ

ଉତ୍କଳମଣି ଶିଶୁ ଶିକ୍ଷା ମନ୍ଦିରର ବାର୍ଷିକ ଉତ୍ସବ

3

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକର ଉତ୍କଳମଣି ଶିଶୁ ଶିକ୍ଷା ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ଅବସରପ୍ରାପ୍ତ ସହ ଶିକ୍ଷାଧିକାରୀ ଜୟକୃଷ୍ଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବାର୍ଷିକ ଉତ୍ସବରେ ଗୋପବନ୍ଧୁ ଶିକ୍ଷା ବିସ୍ତାର ସମିତି,କଟକର ଉପସଭାପତି ତଥା ଅଧ୍ୟାପକ ଆଦିତ୍ୟ ପ୍ରସାଦ ଧଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ଭବିଷ୍ୟତ ତିଆରି କରିବାରେ ଉତ୍କଳମଣି ଶିଶୁ ଶିକ୍ଷା ମନ୍ଦିରର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ମତୋ ଉପସ୍ୱାସ୍ଥ କେନ୍ଦ୍ରର ଡାକ୍ତର ତଥା କବୟିତ୍ରୀ ଡ଼ ସରୋଜିନୀ ପଟ୍ଟନାୟକ ଯୋଗଦେଇ ସୁ-ନାଗରିକ ଗଢିବାରେ ଉତ୍କଳମଣି ଶିଶୁ ଶିକ୍ଷା ମନ୍ଦିର ଏକ ଆନ୍ଦୋଳନ ସୃଷ୍ଟି କରିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଗୋପବନ୍ଧୁ ଶିକ୍ଷା ବିସ୍ତାର ସମିତିର ସଂଯୋଜକ ସୁକାନ୍ତ ବିଶୋଈ, ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁବାସ ମହାନ୍ତି ,ବିଦ୍ୟାଳୟର ସମ୍ପାଦକ ଶରତ ଚନ୍ଦ୍ର ପଣ୍ଡା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଗୁରୁମା ଶୁଭସ୍ୱପ୍ନା ବଳ ଅତିଥି ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ । ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜ୍ଜନ କରିଥିବା ଓ ପ୍ରତ୍ୟେକ ଶ୍ରେଣୀର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ । ଗୋପବନ୍ଧୁ ଶିକ୍ଷା ବିସ୍ତାର ସମିତି ଦ୍ୱାରା ପରିଚାଳିତ ବାର୍ଷିକ ମେଧାବୃତି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଶୁଭମ ଦାସ ଙ୍କୁ ପୁରସ୍କୃତ କରିବା ସହ ବିଦ୍ୟାଳୟର ଛାତ୍ରୀ ସ୍ମିତା ନାୟକଙ୍କୁ ବେଷ୍ଟ ଷ୍ଟୁଡେଂଟ ଓ ଶ୍ରୀମତୀ ସମାପ୍ତିନି ପାଲଇଙ୍କୁ ବେଷ୍ଟ ଅଭିଭାବକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷରେ ଗୁରୁମା କୀର୍ତିମୟୀ ଦାସ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଗୁରୁମା ନିରୂପମା ଦାସ, ସୁଭଦ୍ରା ମାଝୀ, ମୋନାଲିସା ସୂତାର, ସୀମାରଣୀ ପଲ୍ଲାଇ, ମିଲୁ ମହାଳିକ, ପ୍ରଣତି ନାୟକ, ମିନାରାଣୀ ବେହେରା ଓ ଗୁରୁଜୀ ଜ୍ୟୋତି ରଞ୍ଜନ ବାରିକ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.