Home ଜିଲ୍ଲା ପରିକ୍ରମା ଭଦ୍ରକରେ ୯୧ ତମ ଓଡ଼ିଶା ଦିବସ ପାଳିତ

ଭଦ୍ରକରେ ୯୧ ତମ ଓଡ଼ିଶା ଦିବସ ପାଳିତ

6

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ୯୧ ତମ ଓଡ଼ିଶା ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ହ ର୍ଷୋଲ୍ଲାସର ସହିତ ପାଳିତ ହୋଇଛି । ଜିଲ୍ଲା ପ୍ରଶାସନ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ବ୍ୟାପକ ଉପସ୍ଥିତି ଦେଖିବାକୁ ମିଳିଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଚ୍ଚ ଶିକ୍ଷା, କ୍ରିଡା ଓ ଯୁବସେବା ଓ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇ ଓଡ଼ିଶାର ଏ୍ୟିତିହ ,ସାହିତ୍ୟ ଓ ସଂସ୍କୃତିର ମହତ୍ୱ ବିଷୟରେ ଅଭିଭାଷଣ ଦେଇ ସମସ୍ତଙ୍କୁ ଓଡିଆ ଭାଷା ଓ ପରିଚୟକୁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦେଇଥିଲେ । ଓଡିଆ ଭାଷାର ଉତ୍ପତି ଓ ଏହାର ମାହାତ୍ମ୍ୟ ଉପରେ ମନ୍ତ୍ରୀ ଆଲୋକପାତ କରିଥିଲେ । ଏଥି ସହ ଆମ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀର ରଚୟିତା ଭଦ୍ରକର ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଗୌରବ ଗାଥାକୁ ସ୍ମରଣ କରିଥିଲେ । ଓଡ଼ିଶା ଦିବସର ଏହି ସଭାକୁ ସଭାପତିତ୍ୱ କରୁଥିବା ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଦିଲୀପ ରାଉତରାଏ ଓଡ଼ିଶାର ଆମ ଦେଶ ପାଇଁ ଅବଦାନ ଓ ବଳିଦାନ ବିଷୟରେ କହି ସମସ୍ତ ଓଡ଼ିଆଙ୍କୁ ନିଜ ଭାଷା ଓ ରାଜ୍ୟ ପାଇଁ ଉଛର୍ଗୀକୃତ ରହିବାକୁ ଅନୁରୋଧ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଯୋଗଦେଇ ଓଡ଼ିଶା ପ୍ରତି ଗର୍ବ ଓ ଭାବନାକୁ ଆହୁରି ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଇଂ. ଅଭୟ ସୁତାର ଓଡ଼ିଶା କିପରି ଇଂରେଜମାନଙ୍କ ଠାରୁ ସ୍ୱତନ୍ତ୍ର ହୋଇଥିଲା ସେ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଓଡ଼ିଶା ଦିବସର ଭବ୍ୟ ସମାରୋହରେ ବିଦ୍ୟାଳୟ ସ୍ତରୀୟ ଦେଶାତ୍ମବୋଧକ, ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତାରେ ଉତୀର୍ଣ୍ଣ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଉକ୍ତ ପ୍ରତିଯୋଗିତାର ବିଜେତାମାନଙ୍କୁ ସାଳଂଦି ହସ୍ପିଟାଲ, ସାଳଂଦି ନର୍ସିଂ ହୋମ ଓ ଆର.ସି. ଏନ୍ ମିଡିଆ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସଭାରେ ବିଭିନ୍ନ ସାଂସ୍କୃତିକ କାର‌୍ୟକ୍ରମ କୁନି କୁନି ପିଲାମାନଙ୍କ ଦ୍ୱାରା ପରିବେଶଣ କରାଯାଇଥିଲା। ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର ମଂଚ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.