Home ଜିଲ୍ଲା ପରିକ୍ରମା ରାଜପଥରେ ହୁତୁହୁତୁ ହୋଇ ଜଳିଲା ହାଇୱା,ଅଳ୍ପକେ ବର୍ତିଲେ ଡ୍ରାଇଭର

ରାଜପଥରେ ହୁତୁହୁତୁ ହୋଇ ଜଳିଲା ହାଇୱା,ଅଳ୍ପକେ ବର୍ତିଲେ ଡ୍ରାଇଭର

5

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ରାଜପଥ ରେ ହୁତୁ ହୁତୁ ହୋଇ ଜଳିଲା ହଇୱା। ଅଳ୍ପକେ ବର୍ତି ଗଲେ ଡ୍ରାଇଭର ବିଜୟ କୁମାର ନାଥ। ରାଜପଥରେ ଯାତାୟାତ ବାଧାପ୍ରାପ୍ତ। ୧୬ ନମ୍ୱର୍ ଜାତୀୟ ରାଜପଥ ର ଭଦ୍ରକ ଗ୍ରାମାଂଚଳ ଥାନା ଅଧିନ ଗୋପବନ୍ଧୁ ପୁର ଛକ ନିକଟରେ ଘଟଣା ଘଟିଛି । ସୂଚନା ଅନୁଯାୟୀ ଭଦ୍ରକରୁ ଭୁବନେଶ୍ୱର ଆଡ଼କୁ ଯାଉଥିବା ହାଇୱାରେ ହଠାତ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ଗାଡିଟି ସମ୍ପୂର୍ଣ ଜଳି ଯାଇଛି। ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛି। ନିଆଁ ଲାଗିବା କାରଣରୁ ଭଦ୍ରକ ଭୁବନେଶ୍ୱର ପାର୍ଶ୍ୱ ରାଜପଥ ଗାଡି ଚଳାଚଳ ବନ୍ଦ ରହିଥିବାବେଳେ ପରବର୍ତୀ ସମୟରେ ତାହା ସ୍ୱାଭାବିକ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.