Home ଜିଲ୍ଲା ପରିକ୍ରମା ରାମେଶ୍ୱର ସାହିତ୍ୟ ସଂସଦର ଚୈତ୍ର କବିତା ଆସର

ରାମେଶ୍ୱର ସାହିତ୍ୟ ସଂସଦର ଚୈତ୍ର କବିତା ଆସର

2

ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ରାମେଶ୍ୱର ସାହିତ୍ୟ ସଂସଦ ପକ୍ଷରୁ ଚୈତ୍ୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସଂସଦର ଉପ-ସଭାପତି ସପନ କୁମାର ଚାଟାର୍ଜି ଅତିଥିଙ୍କୁ ମଂଚ ଆହ୍ୱାନ କରିଥିଲେ । ସଭାପତି ଦୁଃଶାସନ ଗାହାଣ ସଭାକୁ ପୌରହିତ୍ୟ କରିଥିଲେ । ଏଥିରେ କବି ଚିତରଞ୍ଜନ ବରାଳ, ଡ. ବଳରାମ ମିଶ୍ର, ରୋଟାରିଆନ୍ ବିଜୟ ସାହୁ, ଡ.ରାଇମୋହନ ମହାପାତ୍ର, ଡ.ଅବନୀ କୁମାର ପ୍ରଧାନ ପ୍ରମୁଖ କାଳଜୟୀ ସାହିତ୍ୟ ରଚନା ଉପରେ ଆଲୋକପାତ କରିଥିଲେ । ସଂସଦର ନିୟମିତ ସୁଜନଶୀଳ ସାହିତ୍ୟ ଆଲୋଚନାକୁ ପ୍ରଶଂସା କରାଯାଇଥିଲା । ଏହି ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମି ଦ୍ୱାରା ଭଦ୍ରକରୁ ପ୍ରତିନିଧିତ୍ୱ କରି ପ୍ରଶଂସିତ ହୋଇଥିବା କବୟତ୍ରୀ ଅନିତା ନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରାରମ୍ଭରେ ଦିବଂଗତ ଶ୍ରୀନିବାସ ମହାପାତ୍ରଙ୍କ ଦେହାନ୍ତରେ ନିରବ ପ୍ରାର୍ଥନା କରାଯାଇଥିଲା । ସମ୍ପାଦକ ମୋହିନୀ ମୋହନ ମହାପାତ୍ର ସ୍ୱାଗତ ଭାଷଣ,ସହ-ସମ୍ପାଦକ ପ୍ରାଣବନ୍ଧୁ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଅଧିବେଶନରେ କବୟତ୍ରୀ ମୋନାଲିସା ସାହୁ, ସରୋଜିନୀ ବରାଳ, ସସ୍ମିତା ସାହୁ, ସାବିତ୍ରୀ ବାନାର୍ଜି, ଶ୍ରଦ୍ଧାଞ୍ଜଳୀ ମିଶ୍ର, ଦେବସି୍ମତା ମିଶ୍ର, ଉମେଶ ଚନ୍ଦ୍ର ମହାପାତ୍ର, ବୈକୁଣ୍ଠନାଥ ଓଝା, ମାନସ ରଞ୍ଜନ ପଣ୍ଡା, ରମାକାନ୍ତ ଗାହାଣ, ଶଶାଙ୍କ ଶେଖର ପଣ୍ଡା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ପଣ୍ଡିତ ରତ୍ନାକର ମିଶ୍ର, ଅମିୟ କୁମାର ମହାପାତ୍ର କବିତା ଗୁଡିକର ସମୀକ୍ଷା କରିଥିଲେ । ଧନୁର୍ଜୟ ସେଠୀ, ସଞ୍ଜୟ କୁମାର ସୂତାର, ଗୋପାଳ ଚନ୍ଦ୍ର ମୁଖୀ, ସୁଦର୍ଶନ ବାରିକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.