Home ଜିଲ୍ଲା ପରିକ୍ରମା ଶ୍ରୀ ଶ୍ରୀ ମାଆ ଗଭେଇ ଠାକୁରାଣୀଙ୍କ ସାମ୍ବସ୍ତିରକ ଉତ୍ସବ

ଶ୍ରୀ ଶ୍ରୀ ମାଆ ଗଭେଇ ଠାକୁରାଣୀଙ୍କ ସାମ୍ବସ୍ତିରକ ଉତ୍ସବ

3

ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଂଚଳ ୱାର୍ଡ ନଂ–୭ ସାହାପୁର (ଗବସାହି) ଗ୍ରାମରେ ଆରାଧ୍ୟା ଗ୍ରାମଦେବତୀ ଶ୍ରୀ ଶ୍ରୀ ମାଆ ଗଭେଇ ଠାକୁରାଣୀଙ୍କ ସାମ୍ବସ୍ତରିକ ଉତ୍ସବ ଭକ୍ତି, ଆନନ୍ଦ ଓ ଅପାର ଉତ୍ସାହରେ ମହାଆଡମ୍ବର ସହ ପାଳନ ହୋଇଅଛି । ଗ୍ରାମବାସୀ ଓ ଭକ୍ତମାନଙ୍କର ଅଦ୍ଭୁତ ଏକତା ଓ ଶ୍ରଦ୍ଧା ଏହି ପବିତ୍ର ଅବସରକୁ ଆହୁରି ଅଧିକ ଗରିମାମୟ କରିଥିଲା। ଏହି ଶୁଭ ଅବସରରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବରିଷ୍ଠ ନେତା ଗୋପାଳ କୃଷ୍ଣ ଦାସ, ଯୁବନେତା ଦୁର୍ଗା ପ୍ରସନ୍ନ ଦାସ, ବିକାଶ ଶ୍ରେଷ୍ଠା ଓ ଅନ୍ୟାନ୍ୟ ସମ୍ମାନୀୟ ବ୍ୟକ୍ତିବର୍ଗ ଉପସ୍ଥିତ ରହି ମାଆଙ୍କ ଚରଣରେ ଶିର ନମାଇ ସମସ୍ତଙ୍କ ସୁଖ, ଶାନ୍ତି ଓ ଜଗତ କଲ୍ୟାଣ ପାଇଁ ଆଶୀର୍ବାଦ କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.