Home ଜିଲ୍ଲା ପରିକ୍ରମା ଶିକ୍ଷକ ଅଭାବ ସହିତ ଭିତ୍ତିଭୂମି ର ଅଭାବ ପାଇଁ ବିଦ୍ୟାଳୟ ତାଲା ପକାଇ ଧାରଣାରେ ବସିଲେ...

ଶିକ୍ଷକ ଅଭାବ ସହିତ ଭିତ୍ତିଭୂମି ର ଅଭାବ ପାଇଁ ବିଦ୍ୟାଳୟ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

11

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚାନ୍ଦବାଲି ବ୍ଲକରେ ଶିକ୍ଷାର ବିକଳ ଚିତ୍ର । ଶିକ୍ଷକ ଓ ଶ୍ରେଣୀ ଗୃହ ଅଭାବରୁ ବିଦ୍ୟାଳୟ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ।ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓସ୍ତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସୂଚନା ମୁତାବକ ଉକ୍ତ ବିଦ୍ୟାଳୟରେ ଶିଶୁ ବାଟିକାକୁ ଲଗାଇ ୯ଟି ଶ୍ରେଣୀରେ ମୋଟ ୨୦୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶିକ୍ଷକ ଅଛନ୍ତି ୫ଜଣ । ତା ସହିତ ଶ୍ରେଣୀ ଗୃହର ମଧ୍ୟ ଅଭା୍ୱ । ପିଲାଙ୍କ ଅନୁସାରେ ଶ୍ରେଣୀ ଗୃହ ଓ ଶିକ୍ଷକ ଅଭା୍ୱ ହେତୁ ପାଠ ପଢି ପାରୁ ନାହାଁନ୍ତି ପିଲା । ଏ ସମ୍ବନ୍ଧରେ ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଙ୍କୁ ଅଭିଯୋଗ ପରେ ଶୁଣୁ ନାହାଁନ୍ତି ସରକାର । ଶେଷରେ ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ । ଯେ ପର୍ଯ୍ୟନ୍ତ ଆବଶକୀୟ ସଂଖ୍ୟକ ଶିକ୍ଷକ ଓ ଶ୍ରେଣୀ ଗୃହ ନିର୍ମାଣ ନ ହୋଇଛି ଗଣଧାରଣା ଜାରି ରହିବ ବୋଲି ବିଦ୍ୟାଳୟର ସଭାପତି ପ୍ରଫୁଲ୍ଲ ସାହୁ କହିଛନ୍ତି।ଏପଟେ ଚାନ୍ଦବାଲି ବିଇଓ ଶୁଭେନ୍ଦୁ ମହାରାଜ ପହଞ୍ଚି କହିଛନ୍ତି ଅଭିଭାବକ ଓ ସ୍କୁଲ କମିଟି ସହ ବୁଝାସୁଝା କରିବା ସହ ଖରା ଛୁଟି ପରେ ଶ୍ରେଣୀ ଗୃହ ମରାମତି ଓ ଶିକ୍ଷକ ପଦବୀ ପୁରଣ କରିବେ ବୋଲି ମତପ୍ରକାଶ କରିଛନ୍ତି। ଅଭିଭାବକ ମାନଙ୍କ ମଧ୍ୟରେ ଭୀମସେନ ସେଠୀ,ଦୀପକ ମହାନ୍ତି,ସୁମନ କଲ୍ୟାଣ ସେଠୀ,ଦେବା ମହାନ୍ତି, ମାଣିକ ବେହେରା,ନମିତା ପଡିହାରୀ, ସଞ୍ଜୁଲତା ସାହୁ, ରଙ୍ଗ ଲତା ସେଠୀ, ମଞ୍ଜୁଲତା ସାହୁ,ଅବଳା ମହାକୁଡ଼,ଭାରତୀ ତାଡୁ, ରଞ୍ଜିତା ବେହେରା ଙ୍କ ସମେତ ଅନେକ ଅବିଭାବକମାନେ ସ୍କୁଲ ସମ୍ମୁଖରେ ତାଲା ପକାଇ ଅନସନରେ ବସିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.