Home ଜିଲ୍ଲା ପରିକ୍ରମା ସାନ ସରକାର ବାବାଙ୍କ ୧୩ ତମ ବାର୍ଷିକ ଫାତେହା ପ୍ରସ୍ତୁତି ବୈଠକ

ସାନ ସରକାର ବାବାଙ୍କ ୧୩ ତମ ବାର୍ଷିକ ଫାତେହା ପ୍ରସ୍ତୁତି ବୈଠକ

5

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାଇପାସ ରୋଡ ସ୍ଥିତ ଖାନକାହା ପରିସରରେ ଗୁଲସନେ ଗୌସପାକ ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଟ୍ରଷ୍ଟର ସଭାପତି ହାଜୀ ଓ ହାଫିଜ଼ ଶେଖ ମହମ୍ମଦ ଇସହାକ ଙ୍କ ସଭାପତିତ୍ୱରେ ଓ ସମ୍ପାଦକ ଶେଖ ଅତା ମୋହିଦ୍ଦିନଙ୍କ ସହଯୋଗରେ ଆରମ୍ଭ ହୋଇଥିଲା ଓ ଚଳିତ ବର୍ଷ ସୁଫି ହଜରତ ସୈୟଦ ଶାହା ଓସୀମ ଅଖତର କାଦରୀ ଓରଫ ସାନ ସରକାର (ମାମାଜାନ) ଙ୍କ ୧୩ ତମ ଫାତେହା ଉତ୍ସବ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ୫ ଏପ୍ରିଲ ୨୦୨୬ (ରବିବାର) ରେ ପାଳନ କରାଯିବ ବୋଲି ନିଷ୍ପତି ନିଆ ହୋଇଛି । ବୈଠକ ନିଷ୍ପତି ଅନୁଯାୟୀ ଉତ୍ସବ ପୂର୍ବ ଦିନ ୪ ଏପ୍ରିଲ (ଶନିବାର) ଅପରାହ୍ନ ୪ ଘଟିକାରୁ ରାତ୍ରି ୧୦ଘଟିକା ପର୍ଯ୍ୟନ୍ତ ବାବାଙ୍କ ଭକ୍ତ ମାନେ ଖାନକାହା କମିଟି ଠାରେ ଫାତେହା ଉତ୍ସବ ପାଇଁ ଫଳ ସାମଗ୍ରୀ ପହଂଚାଇ ଦେବେ । ରାତ୍ରି ୧୧ ଘଟିକାରୁ ଫଳ ସାମଗ୍ରୀ କଟା ଆରମ୍ଭ ହେବ ଓ ଅର୍ଦ୍ଧ ରାତ୍ରିରୁ ବାବାଙ୍କ ସ୍ନାନ (ଗୋସଲଖାନୀ) ପରେ ପରେ କମିଟିର ଚାଦର ଚଢ଼ାଇବେ । ୫ ଏପ୍ରିଲ ରବିବାର ସକାଳ ନମାଜ ପାଠ ପରେ କୁରାନଖାନୀ, ମିଲାଦ ସରିଫ ଓ ଫାତେହାର ଆୟୋଜନ କରାଯିବ । ଫାତେହା ପରେ ଭକ୍ତଙ୍କୁ ପ୍ରସାଦ (ଶିରିଣୀ) ବଂଟନ କରାଯିବ ଓ ଫାତେହା ପରେ ଆମ ରାଜ୍ୟ ସହିତ ଭାରତର ଅଣୁ କୋଣରୁ ଲକ୍ଷାଧିକ ଭକ୍ତ ମାନେ ବାବାଙ୍କ ସମାଧିରେ ଚାଦର ଚଢାଇ ଦର୍ଶନ କରିପାରିବେ । ଭାଇଚାରା ଭଦ୍ରକ ସହରରେ ବାହାରୁ ଆସିଥିବା ବାବାଙ୍କ ଭକ୍ତ ମାନଙ୍କ ପାଇଁ ସୂ-ବ୍ୟବସ୍ଥା, ଯାତାୟାତ ପାଇଁ ଖାନକାହା ଟ୍ରଷ୍ଟ ଜିଲ୍ଲା ପ୍ରସାଶନ କୁ ଅନୁରୋଧ କରିଛି । ମହିଳା ଭକ୍ତ ମାନେ ସନ୍ଧ୍ୟା ଆଜାନ ପର୍ଯ୍ୟନ୍ତ ବାବାଙ୍କ ସମାଧିପୀଠ ଦର୍ଶନ କରିପାରିବେ ।ଓ ଏହି ବୈଠକରେ ଟ୍ରଷ୍ଟର ସମସ୍ତ ସଭ୍ୟ ଯୋଗଦାନ କରିଥିଲେ ।ଖାନକାହା ଠାରେ ସମସ୍ତ ଧର୍ମର ଭକ୍ତମାନେ ଯୋଗଦାନ କରିପାରିବେ। ଏଠି କୌଣସି ଭେଦଭାବ ନାହିଁ ଓ ଭାଇଚାରା ସହର ଭଦ୍ରକ ଖାନକାହା ଠାରେ ଶାନ୍ତିଶୃଙ୍ଖଳା ସହିତ ଫାତେହା ଉତ୍ସବ ପାଳନ କରିବାକୁ ଟ୍ରଷ୍ଟର ସମ୍ପାଦକ ଶେଖ ଅତା ମୋହିଉଦ୍ଦିନ ସମସ୍ତଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.