Home ଜିଲ୍ଲା ପରିକ୍ରମା ଧାମନଗର ଥାନାର ଏସଆଇ ପ୍ରଦୀପ ନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଧାମନଗର ଥାନାର ଏସଆଇ ପ୍ରଦୀପ ନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

14

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନାର ଏଏସଆଇ ପ୍ରଦୀପ ନାୟକ ତାଙ୍କ ଦୀର୍ଘ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିବାବେଳେ ଧାମନଗର ଥାନା ପରିସରରେ ତାଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ପୋଲିସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ସଭାରେ ଧାମନଗର ଏସଡିପିଓ ଅନୀରୋଧ ମୁଦୁଲି ଓ ଥାନାଧିକାରୀ ଶୁବ୍ରଜିତ ଦାସ ଉପସ୍ଥିତ ରହି ଶ୍ରୀ ନାୟକଙ୍କ ଦୀର୍ଘ ସେବାକାଳର କର୍ତବ୍ୟନିଷ୍ଠା, ଶୃଙ୍ଖଳାବଦ୍ଧତା ଓ ସଦାଚରଣକୁ ଉଚ୍ଚ ପ୍ରଶଂସା କରିଥିଲେ। ସେମାନେ କହିଥିଲେ ଯେ, ତାଙ୍କର କାର୍ଯ୍ୟପ୍ରଣାଳୀ ଓ ସେବାଭାବ ଯୁବ ପୋଲିସ କର୍ମଚାରୀଙ୍କ ପାଇଁ ପ୍ରେରଣାଦାୟକ ରହିଛି। ପରେ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ କରି ଶ୍ରୀ ନାୟକଙ୍କୁ ସମ୍ମାନିତ କରାଯାଇଥିଲା। ସହକର୍ମୀମାନେ ତାଙ୍କ ସହ କାଟିଥିବା ସ୍ମୃତିମୟ ମୁହୂର୍ତମାନଙ୍କୁ ସ୍ମରଣ କରି ଭାବୁକ ପରିବେଶ ସୃଷ୍ଟି କରିଥିଲେ। ପ୍ରଦୀପ ନାୟକ ପୋଲିସ ବିଭାଗରେ ୧୯୯୦ ମସିହାରୁ ଦୀର୍ଘ ବର୍ଷ ଧରି ସେବା ଦେଇ ବିଭିନ୍ନ ଜିଲ୍ଲାରେ ନିଷ୍ଠାର ସହ କର୍ତବ୍ୟ ପାଳନ କରିଛନ୍ତି। ତାଙ୍କର ଶେଷ କାର୍ଯ୍ୟସ୍ଥଳ ଭାବେ ଧାମନଗର ଥାନାରେ ସେ ସଫଳତାର ସହ ଦାୟିତ୍ୱ ନିବାହ କରିଥିବା କଥା ସଭାରେ ଉଲ୍ଲେଖ ହୋଇଥିଲା। ଶେଷରେ ଶ୍ରୀ ନାୟକଙ୍କ ସୁସ୍ଥ, ସୁଖମୟ ଓ ସମୃଦ୍ଧ ଅବସରଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସବ୍‌ଇନ୍ସପେକ୍ଟର ରସ୍ମିତା ମଲ୍ଲିକ, ମହେଶ୍ୱର ପ୍ରଧାନ, ସୁଜିତ ରାଉତ, ଲରେନ୍ସ କୁଜୁରୁ, ନରେନ୍ଦ୍ର ରାଉତ, କଲ୍ପନା ରାଉତ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.