ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀରାମ ନବମୀ ମହୋତ୍ସବ ଲାଗି ଭଦ୍ରକ ଉତ୍ସବ ମୁଖର ହୋଇଛି। ବିଭିନ୍ନ ଛକ ବଜାର ରାସ୍ତା ସାଜସଜ୍ଜା ଚାଲିଛି। ମହୋତ୍ସବ ଉଦ୍ଘାଟିତ ହୋଇଛି। ମୀନା ବଜାର ଖୋଲିଛି। ସନ୍ଧ୍ୟାରେ ପୁରୁଣା ବଜାର ଅଂଚଳରେ ପୁଲିସ ପଇଁତରା ମାରିଛି । ବୁଧବାର କଚେରି ବଜାର ସମେତ ଗୋଶାଳା ଛକପୁରୁଣା ବଜାରରେ ପୁଲିସର ଫ୍ଲାଗମାର୍ଚ୍ଚସାଂସ୍କୃତିକ କାର୍ଯ୍ୟକ୍ରମ ଜମୁଛି। ମଙ୍ଗଳବାର ଅଯୋଧ୍ୟାରୁ ଆସିଥିବା ଆଜ୍ଞାମାଳ ଚରମ୍ପା ହନୁମାନ ମନ୍ଦିରରେ ପହଂଚି ଥିଲା। ସେଠାରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା କରାଯାଇ ଭଦ୍ରକ ଗାନ୍ଧି ପଡ଼ିଆ ଅଣାଯାଇଥିଲା। ସେହିଭଳି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ମା’ ଭଦ୍ରକାଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପୂର୍ବକ ଆଜ୍ଞାମାଳ ଆଣିଥିଲେ। ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ନବମୀ ପାଇଁ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରୁ ଆସିଲା ଆଜ୍ଞାମାଳ । ବାବାଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇ ଆଜ୍ଞାମାଳ ଆସିବା ପରେ ଘଂଟାକିର୍ତନ ସହ ବିଜେପି ଦଳର ରାଜ୍ୟସଭା ସାଂସଦ ତଥା ସଭାପତି ମନମୋହନ ସାମଲ ଓ ଅନ୍ୟମାନେ ମନ୍ଦିର ବେଢ଼ା ପରିକ୍ରମା କରି ଏକ ସୁସଜ୍ଜିତ ରଥରେ ବିଜେ କରାଇଥିଲେ। ଏହି ରଥକୁ ଶ୍ରଦ୍ଧାଳୁ ଭକ୍ତ ନଗରୀ ପରିକ୍ରମା କରାଇ ଭଦ୍ରକ ଅଭିମୁଖେ ଯାତ୍ରା କରିଥିଲେ। ସେହିଭଳି ଆଜି ମାତୃଶକ୍ତି ଦ୍ୱାରା କଳସ ଶୋଭାଯାତ୍ରା ଆୟୋଜିତ ହୋଇଛି । ଆଜି ପୁଲିସ ପ୍ରଶାସନ ପକ୍ଷ ରୁ ଫ୍ରାଗ ମାର୍ଚ୍ଚ କରାଯାଇଛି। ଭଦ୍ରକ ଆଦି ଅଂଚଳରେ ଏହି କାର୍ଯ୍ୟକ୍ରମ ହେବାର ଅଛି। ଏବେ ୯ ପ୍ଲାଟୁନ ରାଜ୍ୟ ପୁଲିସ ସମେତ ୩ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ରହିଛନ୍ତି। ଆଗକୁ ଏହାର ସଂଖ୍ୟା ବଢିବ ବୋଲି ଜଣାପଡ଼ିଛି। ଆଜି ହୋଇଥିବା ଫ୍ଲାଗ ମାର୍ଚ୍ଚ ରେ ସିଟି ଡିଏସପି ଅନିଲ ପ୍ରଧାନ ସମେତ, ଡିଏସପି ସମ୍ବିତ ମାଝୀ ସମେତ ଅନ୍ୟ ଥାନାଧିକାରୀ ସାମିଲ ଥିଲେ।








