Home ଜିଲ୍ଲା ପରିକ୍ରମା ଶ୍ରୀରାମ ନବମୀ ମହୋତ୍ସବ, କାଳବୈଶାଖୀ ସତ୍ୱେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ୬୦୦୮ ମହିଳାଙ୍କ...

ଶ୍ରୀରାମ ନବମୀ ମହୋତ୍ସବ, କାଳବୈଶାଖୀ ସତ୍ୱେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ୬୦୦୮ ମହିଳାଙ୍କ କଳସ ଶୋଭାଯାତ୍ରା ଓ ଆଜ୍ଞାମାଳ ଯାତ୍ରା ଅନୁଷ୍ଠିତ

6

ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ଐତିହାସିକ ଶ୍ରୀରାମ ନବମୀ ମହାଯଜ୍ଞ ଉପଲକ୍ଷେ ଚଳିତ ବର୍ଷ ରୀତିନୀତି ଅନୁଯାୟୀ ଆଜି କଳସ ଶୋଭାଯାତ୍ରା, ଆଜ୍ଞାମାଳ ଅଣାଯିବା କାର୍ଯ୍ୟ ସହିତ ଯଜ୍ଞ କର୍ମ ଆରମ୍ଭ ହୋଇଛି । ପୂର୍ବାହ୍ଣରେ ୪ ଟି ଆଧ୍ୟାତ୍ମିକ ସ୍ଥଳୀ ଅଯୋଧ୍ୟା ଧାମ, ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣି, ଯାଜପୁରର ମା’ ବିରଜା ଓ ଭଦ୍ରକର ମା’ ଭଦ୍ରକାଳୀଙ୍କ ପୀଠରୁ ଶତାଧିକ ଭକ୍ତଙ୍କ ଦ୍ୱାରା ଆଜ୍ଞା ମାଳ ଅଣାଯାଇ ଗାନ୍ଧୀପଡ଼ିଆ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଶ୍ରୀରାମ ନବମୀ ମହାଯଜ୍ଞ ନିମନ୍ତେ ସହରର ବାବା ଲୋକନାଥ ମନ୍ଦିରରୁ ଘଟ ଅଣାଯାଇ ଯଜ୍ଞାରମ୍ଭ ହୋଇଥିଲା । ଅପରାହ୍ନ ୪ ଘଟିକାରେ ୬ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟାର ମହିଳାମାନେ ଗାନ୍ଧୀପଡ଼ିଆ ଯଜ୍ଞସ୍ଥଳରୁ ବାହାରି ଅସ୍ତଳ ଗ୍ରାମ ହୋଇ ପଂଚମୁଖୀ ହନୁମାନ ମନ୍ଦିର ନିକଟ ସାଳନ୍ଦୀ ନଦୀ ଘାଟରେ ପହଂଚିଥିଲେ । ସେଠାରେ ରୀତିନୀତି ଅନୁଯାୟୀ ପୂଜା ପରେ ମହିଳାମାନେ ଘଟୋତଳନ କରିଥିଲେ । ପରେ ଶୋଭାଯାତ୍ରାରେ ବନ୍ତ ଛକ, ଅପର୍ତିବିନ୍ଧା ଛକ, କଚେରୀ ବଜାର, ଟାଉନହଲ ଛକ, ନୂଆବଜାର ହୋଇ ଗାନ୍ଧୀ ପଡ଼ିଆକୁ ଫେରିଥିଲେ । କାଳ ବୈଶାଖୀର ପ୍ରଭାବ ଥିବା ସତ୍ୱେ ମାତୃ ମଣ୍ଡଳୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ଯଜ୍ଞ ମଣ୍ଡପରେ ରୀତିନୀତି ମୁତାବକ ପୂଜାକର୍ମ ଆରମ୍ଭ କରାଯାଇଛି । ଆଜିଠାରୁ ଏହି ପୂଜା ଯଥା, ରାମ ନବମୀ ଯଜ୍ଞ, ହନୁମାନ ଚାଳିଶା ପାଠ ଆଦି ୩ ଦିନ ଧରି ଅନୁଷ୍ଠିତ ହେବ । ଏହି ଯଜ୍ଞ କର୍ମରେ କର୍ତାକର୍ତା ଭାବେ ସନାତନ ସାହୁ, ପ୍ରହ୍ଲାଦ ନାୟକ, ଅମ୍ବିକା ପ୍ରସନ୍ନ ଦାସ, ସନ୍ତୋଷ ସାହୁ, ରବି ସାହୁ ସପତ୍ନୀକ ସଂକଳ୍ପ କରିଛନ୍ତି । ଆଜି ବାବା ଆଖଣ୍ଡଳମଣିଙ୍କ ପୀଠରୁ ଶ୍ରୀରାମ ମହାଯଜ୍ଞ ସମିତିର ବରିଷ୍ଠ ଉପଦେଷ୍ଟା ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ, ବରିଷ୍ଠ ସମାଜସେବୀ କିଶୋର ନାୟକ, ବିରଜା କ୍ଷେତ୍ରରୁ ସମିତିର ଉପଦେଷ୍ଟା ବଦ୍ରୀ ନାରାୟଣ ଧଳ, ଭଦ୍ରକାଳୀଙ୍କ ପୀଠରୁ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏବଂ ଅଯୋଧ୍ୟା ଧାମରୁ ରାଜୁ ବାଇତିଙ୍କ ତତ୍ୱାବଧାନରେ ଆଜ୍ଞାମାଳ ଅଣାଯାଇଥିବା ବେଳେ ମହିଳାଙ୍କ କଳସ ଶୋଭାଯାତ୍ରାରେ ବିଭିନ୍ନ ପଂଚାୟତ ଓ ବ୍ଲକ ସ୍ତରର ମହିଳା ନେତୃତ୍ୱମାନେ ବିଭିନ୍ନ ବିଭାଗର ଦାୟିତ୍ୱ ନିର୍ବାହ କରିଥିଲେ । ଏହି ବିଶାଳ କଳସ ଶୋଭାଯାତ୍ରାରେ ଶ୍ରୀରାମ ମହାଯଜ୍ଞ ସମିତିର ସଭାପତି ଆଇନଜୀବୀ ନିତ୍ୟାନନ୍ଦ ନାୟକ, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ଉପ ସଭାପତି ଜଗନ୍ନାଥ ଦାଶ, ତ୍ରିଲୋଚନ ନାୟକ, ଦୀନବନ୍ଧୁ ପତି, ସାଧାରଣ ସମ୍ପାଦକ ଶରତ ପଢିଆରୀ, ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ, ସମ୍ପାଦକ ସ୍ୱାଧୀନ ସୁନ୍ଦର ଦାସ, ଆଇନଜୀବୀ ତୁଷାର କାନ୍ତ ଦାସ ଏବଂ ସ୍ୱରୂପା ନନ୍ଦ ମହାପାତ୍ର, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ସହ କୋଷାଧ୍ୟକ୍ଷ ଶିବ ଶଙ୍କର ଦାସ, ଉପଦେଷ୍ଟା ପ୍ରଦୀପ୍ତ ବିଶ୍ୱାଳ, ବରିଷ୍ଠ ସଦସ୍ୟ ଭଗବାନ ପଣ୍ଡା, ଶ୍ରୀହର୍ଷ ସ୍ୱାଇଁ, ସୁବ୍ରତ କୁମାର ନାୟକ, ଭାଗବତ ବାରିକ, ବିମ୍ବାଧର ସେନାପତି, ବିଭୁ ଚନ୍ଦନ ଜେନା, ଡ. ଦେବରାଜ ପାତ୍ର, ପ୍ରତାପ ଦାସ, ଶ୍ରୀକାନ୍ତ ଲେଙ୍କା, ମାନସ ବାରିକ, ବୃନ୍ଦାବନ ଜେନା, ସଞ୍ଜୀବ ମହାନ୍ତି, ରଞ୍ଜନ ବଳ , ବିଶ୍ୱ ରଞ୍ଜନ ଦାସ, ରଞ୍ଜିତ ମହାପାତ୍ର, ସୁରେଶ ସାମଲ, ବସନ୍ତ ରାଉତ, ମହିଳା ସେବିକା ରଞ୍ଜିତା ସ୍ୱାଇଁ, ଗୀତାଞ୍ଜଳି ପଢିଆରୀ, ମାଳତୀ ଲତା ସାହୁ, ପଙ୍କଜିନି ଲେଙ୍କା, କଳ୍ପନା ଜେନା, ଭାରତୀ ବିଶ୍ୱାଳ, ଉର୍ମିଳା ସେଠୀ, ପଦ୍ମିନୀ ଦ୍ୱିବେଦୀ, ରମିତା ପାଢ଼ୀ, ସୁମିତ୍ରା ପାଣି, ମଧୁସ୍ମିତା ମହାପାତ୍ର, ମମତା ବେହେରା, ସଂଯୁଲତା ପଣ୍ଡା, ଅଞ୍ଜୁଲତା ରାଉତ, ତପସ୍ୱିନୀ ମହାପାତ୍ର, ଗୀତାଞ୍ଜଳି ବେହେରା, ଗୌତମୀ ପାଢ଼ୀ ପ୍ରମୁଖ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.