Home ଜିଲ୍ଲା ପରିକ୍ରମା ଶହିଦ୍ ଭଗତ୍ ସେନାର ରକ୍ତଦାନ ଶିବିର

ଶହିଦ୍ ଭଗତ୍ ସେନାର ରକ୍ତଦାନ ଶିବିର

7

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶହିଦ୍ ଭଗତ୍ ସିଂହ, ସୁଖଦେବ ଦବ ଓ ରାଜଗୁରୁଙ୍କ ୯୫ତମ ବଳିଦାନ ଦିବସ ଉପଲକ୍ଷେ ଭଦ୍ରକର ମହାରାଜ ଅଗ୍ରସେନ ଭବନ, ଚରମ୍ପା ଠାରେ ସଂଗଠନର ଆବାହକ ତଥା ଭଦ୍ରକର ବିଧାୟକ ସୀତାଂଶୁ ସେଖର ମହାପାତ୍ରଙ୍କ ତତ୍ୱାବଧାନରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୋପାଳ ଜୀଉ ଗୋଶାଳା ଠାରେ ଓଡ଼ିଶା ସରକାରଙ୍କ ଙ୍କ ଖଣି, ଇସ୍ପାତ, ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୋପୂଜନ କରି ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଚରମ୍ପାରେ ପହଂଚିଥିଲେ। ପରେ ଅତିଥ୍ ତିଥ୍ୟାମାନଙ୍କୁ ପାରମ୍ପରିକ ଭାବେ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭଦ୍ରକର ବିଧାୟକ ଶ୍ରୀ ମହାପାତ୍ର, ବିଶିଷ୍ଟ ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଭାଜପା ଜିଲ୍ଲା ସଭାପତି ଭଗବାନ ପଣ୍ଡା ଓ ଅବସରପ୍ରାପ୍ତ ସୈନିକ ସଂଘର ଉପଦେଷ୍ଟା ମହେଶ୍ୱର ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ରକ୍ତଦାନ ଶିବିରରେ ସଂଗଠନର ସଦସ୍ୟ ଓ ଶୁଭେଛୁମାନଙ୍କ ସହଯୋଗରେ ମୋଟ ୩୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଶେଷରେ ସଂଗଠନର ବରିଷ୍ଠ ଉପଦେଷ୍ଟା ମନୋଜ ରାୟ ଧନ୍ୟବାଦ ଅର୍ପଣ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.