Home ଜିଲ୍ଲା ପରିକ୍ରମା ତିହିଡି – ଶ୍ରୀରାମ ନବମୀ ସମିତି ପକ୍ଷରୁ ବାଇକ ଶୋଭାଯାତ୍ରା

ତିହିଡି – ଶ୍ରୀରାମ ନବମୀ ସମିତି ପକ୍ଷରୁ ବାଇକ ଶୋଭାଯାତ୍ରା

8

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଶ୍ରୀରାମ ନବମୀ ସମିତି ପକ୍ଷରୁ ରବିବାର ଅପରାହ୍ନରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ଦଶମୀ ମହୋତ୍ସବ ଅବ୍ୟବହିତ ପୂର୍ବରୁ ଏହି ଶୋଭାଯାତ୍ରା ଭାଟପଡ଼ାସ୍ଥିତ ମା ତାରିଣୀ ମନ୍ଦିରରୁ ବାହାରିଥିଲା । ସମିତି କର୍ମକର୍ତାମାନେ ଜୟ ଶ୍ରୀରାମ ଧ୍ୱନି ଦେଇ ତିହିଡି଼ ବଜାର ଓ ତିହିଡି଼ କଲେଜ ଛକ ପରିକ୍ରମା କରିବା ପରେ ତିହିଡି଼ସ୍ଥିତ ଶ୍ରୀରାମ ମନ୍ଦିର ନିକଟରେ ପହଂଚିଥିଲେ । ସମିତି ସଭାପତି କିଶୋର କୁମାର ନାୟକ, ସମ୍ପାଦକ ଯଯାତି କେଶରୀ ଦାସ, କୋଷାଧ୍ୟକ୍ଷ ନୀଳମଣି ସାବତ, ଜିଲା ରାମ ନବମୀ କମିଟି ସଂଯୋଜକ ବସନ୍ତ କୁମାର ରାଉତ, ବିଶ୍ୱଜିତ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.