Home ଜିଲ୍ଲା ପରିକ୍ରମା ଉତ୍କଳ କେଶରୀ ମହୋତ୍ସବର ତୃତୀୟ ସନ୍ଧ୍ୟା, ମହୋତ୍ସବ କଳାକୁ ଉତ୍ସାହିତ କରେ- ଅନୁପମା ଦାଶ

ଉତ୍କଳ କେଶରୀ ମହୋତ୍ସବର ତୃତୀୟ ସନ୍ଧ୍ୟା, ମହୋତ୍ସବ କଳାକୁ ଉତ୍ସାହିତ କରେ- ଅନୁପମା ଦାଶ

9

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଐତିହାସିକ ମାଟି ଆଗରପଡା ହେମପଦ୍ମ ଗାଲାକ୍ସି ଠାରେ ଚାଲିଥିବା ତ୍ରୟୋଦଶତମ ଉତ୍କଳ କଶେରୀ ଆଗରପଡା ମହୋତ୍ସବର ତୃତୀୟ ଦିବସର ସାଂସ୍କୃତିକ ସଭାରେ ପ୍ରତିଭା ସମ୍ବର୍ଦ୍ଧନା ଓ ରଙ୍ଗାରଙ୍ଗ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏ ମାଟି ହେଉଛି ପବିତ୍ର ମାଟି,ଆଗରପଡା ମାଟି କଳା,ସାହିତ୍ୟ, ସଂସ୍କୃତି,ରାଜନୈତିକ ଓ ସାମ୍ବାଦିକତାର ମାଟି । ଏ ଅଚଂଳରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହାନ୍ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରହିଛନ୍ତି ନବ ଉତ୍କଳର ନିର୍ମାତା ଡ.ହରେକୃଷ୍ଣ ମହତାବ । ତାଙ୍କ ପାଇଁ ଏ ମାଟି ଗର୍ବିତ ବୋଲି ସେ କହିଥିଲେ । ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ, ରାଜନେତ୍ରୀ ତଥା ସମାଜସେବି ଶୁଶ୍ରୀ ଅନୁପମା ଦାଶ ଗାଁ ଗହଳିରେ ଥିବା ସୁନ୍ଦର ପ୍ରତିଭା ମାନଙ୍କୁ ମହୋତ୍ସବ ମଂଚରେ ସୁଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିବା ସହ ମହାପୁରୁଷଙ୍କ ଗାରିମାମୟ ଗାଥାକୁ ସ୍ମରଣ କରିବା ନେଇ ଏହା ଏକ ଶ୍ରେଷ୍ଠ ମଂଚ ବୋଲି କହି ଏ ବରପୁତ୍ର ମାଟିରେ ପାଦ ଥାପି ଗର୍ବିତ ବୋଲି କହିଥିବା ବେଳେ ମହୋତ୍ସବର କଳେବର ବୃଦ୍ଧିରେ ଅଚଂଳବାସୀଙ୍କ ପୁର୍ଣ୍ଣ ସହଯୋଗକୁ ପ୍ରଶଂସା କରିଥିଲେ । ମହୋତ୍ସବ କମିଟିର ସଭାପତି ଆଇନଜିବୀ ମନୋଜ ରାୟ ସାଂସ୍କୃତିକ ସଭାକୁ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ଉପ-ସଭାପତି ପ୍ରଶାନ୍ତ ଦାଶ, ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ତଥାଗତ ସାମଲ, ପୂର୍ବତନ ସରପଚଂ ସତ୍ୟସାଧନ ବେଜ,ଉପଦେଷ୍ଟା ସୁବୋଧ କୁମାର ସାହୁ, ବରିଷ୍ଠା ନାଗରିକ ସୁରକ୍ଷା ମଂଚ ସଭାପତି କୈଳାସ ଚନ୍ଦ୍ର ଧଳ, ସଭ୍ୟ ଗୋଲକ ପୃଷ୍ଟି ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହୋତ୍ସବ ଖୁସି ବାଂଟିବାର ମାଧ୍ୟମ ବୋଲି କହିଥିଲେ । ସମ୍ପାଦକ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ ଅତିଥି ପରିଚୟ ସ୍ୱାଗତ ଭାଷଣ ରଖିଥିବା ବେଳେ ସହ-ସମ୍ପାଦକ ଗଦାଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ପଚାଂନନ ପୃଷ୍ଟି ଅତିଥିଙ୍କୁ ମଂଚ ଆହ୍ୱାନ କରିଥିବା ବେଳେ ଅଧ୍ୟାପିକା ପ୍ରତିମା ସାହୁ ମାନପତ୍ର ପାଠ କରିଥିଲେ । ଏହି ଅବସରରେ ସମାଜସେବିକା ଅନୁପମା ଦାଶ, ଏମ୍ ଏମ୍ ଡ୍ୟାନ୍ସ ଏକାଡେମିର ଅଧ୍ୟକ୍ଷା ଦେବୀଦତା ହୋତା ,ଯୁବ ସାମ୍ବାଦିକ ଶୁଭ୍ରକାନ୍ତ ରାଉତରାୟଙ୍କୁ ମାନପତ୍ର, ସଂବେଗ ଫଳକ,ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିର୍ତ କରାଯାଇଥିଲା । ଚିତ୍ରଶିଳ୍ପୀ ନମିତା ବେହେରା,ନୃତ୍ୟଗୁରୁ ସନାତନ ସାହୁ, ନିହାର ରଞ୍ଜନ ସାହୁ,କରନ କୁମାର ଜେନା,ଚିତରଞ୍ଜନ ଦାସ,ପଦ୍ମନାଭ ସେଠୀ, ମାମୁନି ସିଂହ, ଦୀପକ ପୁରୀ, ପବିତ୍ର ଜେନା, ରାଜେଶ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.