Home ଜିଲ୍ଲା ପରିକ୍ରମା ଉତ୍କଳ କେଶରୀ ଆଗରପଡା ମହୋତ୍ସବର ଦ୍ୱୀତିିୟ ସନ୍ଧ୍ୟା, ଓଡିଶା ବିକାଶ ପାଇଁ ମହତାବ ଚିନ୍ତା କରୁଥିଲେ-...

ଉତ୍କଳ କେଶରୀ ଆଗରପଡା ମହୋତ୍ସବର ଦ୍ୱୀତିିୟ ସନ୍ଧ୍ୟା, ଓଡିଶା ବିକାଶ ପାଇଁ ମହତାବ ଚିନ୍ତା କରୁଥିଲେ- ଅଜୟ ନାୟକ

6

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହୋତ୍ସବ ଅଚଂଳର ବିକାଶର କଥା କହେ, ଡ.ହରେକୃଷ୍ଣ ମହତାବ ହେଉଛନ୍ତି ଓଡିଶାର ବରପୁତ୍ର, ମହତାବ ଯେପରି ଓଡିଶାର ବିକାଶ ପାଇଁ ଚିନ୍ତା କରୁଥିଲେ। ସେହି ଚିନ୍ତାକୁ ପ୍ରତି ମହୋତ୍ସବରେ ସମୀକ୍ଷା କଲେ କେବଳ ଆଗରପଡା କିମ୍ବା ଓଡିଶା ନୁହେଁ ବରଂ ସମଗ୍ର ଭାରତ ବର୍ଷର ବିକାଶ ହୋଇ ପାରିବ ବୋଲି ଉତ୍କଳ କେଶରୀ ଆଗରପଡା ମହୋତ୍ସବର ଦ୍ୱୀତିୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ ଅଜୟ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ । ହେମପଦ୍ମ ଗାଲାକ୍ସି ପରିସରରେ ଆୟୋଜିତ ସଭାରେ ମହୋତ୍ସବ କମିଟିର ସମ୍ପାଦକ ସାମ୍ବାଦିକ ହେମନ୍ତ ସିଂହଙ୍କ ମଂଚ ସଂଯୋଜନା କରିଥିଲେ । ସଭାପତି ବରିଷ୍ଠ ଆଇନଜିବୀ ମନୋଜ ରାୟ ସାଂସ୍କୃତିକ ସଭାକୁ ଅଧ୍ୟକ୍ଷତା କରିଥିଲେ । ଅନ୍ୟତମ ଅତିଥି ଭାବେ ବରିଷ୍ଠ ନାଗରିକ ସୁରକ୍ଷା ମଂଚ ସଭାପତି କୈଳାସ ଚନ୍ଦ୍ର ଧଳ, କାର୍ଯ୍ୟକାରୀ ସଭାପତି ରତ୍ନାକର ନାୟକ, ସ୍ତମ୍ଭକାର ସୁବୋଧ ସାହୁ,ନାଟ୍ୟ ନିର୍ଦ୍ଦେଶକ ଗୋପିନାଥ ପାଢୀ, ଉପଦେଷ୍ଟା ଗୋଲକ ପୃଷ୍ଟି ପ୍ରମୁଖ ବହୁ ଲୋକଙ୍କ ସମାଗମରେ ଉତ୍ସବ ପାଳନର ନିଆରା ମଜା ଥାଏ ବୋଲି କହିଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ୱାରା ଚାନ୍ଦୁଆଶିଳ୍ପୀ ପଦ୍ମଲୋଚନ ଦତ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ନୃତ୍ୟ ସଙ୍ଗୀତରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର, ଟ୍ରଫି ପ୍ରଦାନ କରାଯାଇଥିଲା । ସହ-ସମ୍ପାଦକ ଗଦାଧର ବେହେରା ଅତିଥି ପରିଚୟ ରଖିଥିବା ବେଳେ ଶେଷରେ ଅଶୋକ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ କଳାହାଣ୍ଡିର ଭବାନୀପାଟଣାରୁ ଆସିଥିବା ସିମ୍ପୋନୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସନାତନ ସାହୁ, ଚିତରଞ୍ଜନ ଦାସଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମକୁ ପଦ୍ମନାଭ ସେଠୀ, ମାମୁନି ସିଂହ, ନିହାର ରଞ୍ଜନ ସାହୁ,ଶ୍ୟାମ ସୁନ୍ଦର ଦାସ, କରନ କୁମାର ଜେନା,ପ୍ରତିମା ସାହୁ, ନମିତା ବେହେରା, ସୁଦର୍ଶନ ସିଂହ, ପବିତ୍ର ଜେନା, ରାଜେଶ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଏହି ମହୋତ୍ସବ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏଥିପାଇଁ ପଡିଆରେ ତୋରଣ, ଦୋଳି, ମିନା ବଜାର ସାଙ୍ଗକୁ ଖାଦ୍ୟ ସାମଗ୍ରୀର ଷ୍ଟଲ୍ ମାନ ଶୋଭାପାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.