Home ଜିଲ୍ଲା ପରିକ୍ରମା ଧାମନଗରରେ ପବିତ୍ର ଇଦ-ଉଲ ଫିତର ପର୍ବ ପାଳିତ

ଧାମନଗରରେ ପବିତ୍ର ଇଦ-ଉଲ ଫିତର ପର୍ବ ପାଳିତ

3

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଓ ସହରାଂଚଳରେ ପବିତ୍ର ଇଦ-ଉଲ ଫିତର ପର୍ବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଶନିବାର ଏହି ଅବସରରେ ଧାମନଗର ସ୍ଥିତ ଇଦଗା ମଇଦାନ ପରିସରରେ ସକାଳ ୮ଟା ୩୦ରେ ହଜାର ହଜାର ମୁସଲମାନ ଭାଇମାନ ଏକତ୍ରିତ ହୋଇ ସମୂହ ନମାଜ ପଡିଛନ୍ତି। ଖାନକା ସରିଫ ନୂତନ ମତୱଲ୍ଲୀ ଆଲହାଜ ସୟଦ ହବିବ ରଜା ହବିବି ସମୂହ ନମାଜ ପାଠ ପଢାଇଛନ୍ତି। ପରେ ମତୱଲ୍ଲୀ ବାବାଙ୍କୁ ଇଦଗା ଠାରୁ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା ସହିତ ଖାନକା ସରିଫ ନିଆଯାଇ ଥିଲା। ସେଠାରେ ଫାତେହା ଭକ୍ତ ଓ ଶ୍ରଦ୍ଧାଳୁମାନେ ପୀରବାବାଙ୍କୁ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ମୁସଲମାନ ଭାଇ ମାନେ କାନ୍ଧକୁ କାନ୍ଧ ମିଶାଇ ପରସ୍ପରକୁ ଇଦ୍ ମୁବାରକ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏକ ମାସ ଧରି ରମଜାନ ମାସରେ ନିଷ୍ଠାର ସହ (ରୋଜା) ଉପବାସ କରିଥାନ୍ତି। ଜହ୍ନ ଦେଖିବା ପରେ ନୂତନ ବସ୍ତ୍ର ପରିଧାନ କରି ଇଦ୍ ପର୍ବ ପାଳନ କରନ୍ତି। ଏହି ପରିପ୍ରେକ୍ଷୀରେ ନିଜ ପାଖରେ ଗଛିତ ଥିବା ଧନ ସମ୍ପତି,ସୁନା,ରୁପା ଗହଣା ଓ ଟଙ୍କା ଏବଂ ନିଜ ନିଜର ମୁଣ୍ଡ ପିଛା ଏକ ବର୍ଷର ଇସଲାମିକ ନିୟମ ଅନୁଯାୟୀ କିଛି ବ୍ୟବଧାନ ହିସାବରେ ଜକାତ ଓ ଫିତରା ବାହାର କରି ଗରିବ ଲୋକଙ୍କୁ ଆର୍ôଥକ ସହାୟତା ଓ ଲୁଗା ବଂଟନ ସହ ମସଜିଦ ଓ ମଜାର ସରିଫକୁ ଅର୍ଥ ଦାନ କରାଯାଇଥାଏ। ଧାମନଗର ଟ୍ରେକର ଷ୍ଟାଣ୍ଡ ଠାରେ ଇଦ୍ ପର୍ବ ଉପଲକ୍ଷେ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଉପସ୍ଥିତ ରହି ମତୱଲ୍ଲୀ ବାବାଙ୍କୁ ଇଦ୍ ମୁବାରକ୍ ଓ ଶୁଭେଚ୍ଛା ଜଣାଇବା ସହ ସମସ୍ତ ମୁସଲମାନ ଭାଇମାନଙ୍କୁ ଇଦ ମୁବାରକ୍ ଜଣାଇ ମିଠା ଖୁଆଇଲେ। ସେହିପରି ବ୍ଲକ ଅଂଚଳରେ ଥିବା ମୁସ୍ତାଫାପୁର, ଦୋବଲ,ଚୁଡାକୁଟି,ବୟାଙ୍ଗଡିହ,ପିତେଇପୁର,ନଦୀଗାଁ, ପନ୍ଦରବାଟିଆ ଆଦି ସ୍ଥାନରେ ଇଦ୍ ପର୍ବ ପାଳନ କରିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଧାମନଗର ଏସଡିପିଓ ଅନିରୁଦ୍ଧ ମୁଦୁଲି,ଥାନା ଅଧିକାରୀ ସୁବ୍ରଜିତ ଦାଶ,ଧୁଷୁରୀ ଥାନା ଅଧିକାରୀ ଅଜୟ ସୁଦର୍ଶନ ବେଜଙ୍କ ତତ୍ୱାବଧାନରେ ବିଭିନ୍ନ ଛକ ବଜାରରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.