Home ଜିଲ୍ଲା ପରିକ୍ରମା ଉତ୍କଳ କେଶରୀ ଆଗରପଡା ମହୋତ୍ସବ ଉଦ୍‌ଘାଟିତ୍‌, ଇତିହାସର ମୂକ ସାକ୍ଷୀ ଆଗରପଡା-ଶଶି ସାହୁ, ଅଭିନେତ୍ରୀ ଜିନା...

ଉତ୍କଳ କେଶରୀ ଆଗରପଡା ମହୋତ୍ସବ ଉଦ୍‌ଘାଟିତ୍‌, ଇତିହାସର ମୂକ ସାକ୍ଷୀ ଆଗରପଡା-ଶଶି ସାହୁ, ଅଭିନେତ୍ରୀ ଜିନା ଓ ସୁମନ କଲେ କମାଲ୍‌

7

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରପୁତ୍ର ମାଟି ଆଗରପଡା, ଯୋଗଜନ୍ମା ପୁରୁଷ ଉତ୍କଳ କେଶରୀ ଡ.ହରେକୃଷ୍ଣ ମହତାବ ଏ ମାଟିରେ ଜନ୍ମ ଗ୍ରହଣ କରି ଆମ ସମସ୍ତଙ୍କୁ ନୂତନ ଦିଗଦର୍ଶନ ଦେଇଛନ୍ତି । ତାଙ୍କ ନାମରେ ଦୀର୍ଘ ୧୩ ବର୍ଷ ଧରି ମହୋତ୍ସବ ଆୟୋଜନ ମାଧ୍ୟମରେ ଅଚଂଳବାସୀଙ୍କୁ ଖୁସି ବାଟିଂବା ସହ ଓଡିଶା ଇତିହାସ ବାବଦରେ ଆଲୋଚନା ସ୍ୱାଗତ ଯୋଗ୍ୟ ବୋଲି ଉତ୍କଳ କେଶରୀ ଆଗରପଡା ମହୋତ୍ସବର ଉଦଘାଟନୀ ଉତ୍ସବରେ ଯୋଗଦେଇ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ ସାମଲ କହିଛନ୍ତି । ମୁଖ୍ୟ ଆକର୍ଷଣ ଭାବେ ବିଶିଷ୍ଟ ସମାଜସେବୀ ତଥା ମହୋତ୍ସବ ମଣିଷ ଶଶି କୁମାର ସାହୁ ତାଙ୍କ ବକ୍ତବ୍ୟରେ କହିଲେ ଆଗରପଡା ମାଟି ଇତିହାସର କଥା କହେ, ଏ ମାଟି ଆଗାମୀ ପିଢୀ ଙ୍କ ପାଇଁଁ ମହତାବଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାରେ ପ୍ରେରଣା ଯୋଗାଇଥାଏ । ଏଠାରେ ମହୋତ୍ସବ ଆୟୋଜନର ନିଆଁରା ମଜା ଥାଏ ବୋଲି ସେ କହିଥିଲେ । ମହୋତ୍ସବ କମିଟିର ସଭାପତି ବରିଷ୍ଠ ଆଇନଜିବୀ ମନୋଜ ରାୟଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତା ଭାବେ ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀତାକାନ୍ତ ରାଉତ, ହସ୍ତଶିଳ୍ପ ସହ-ଅଧିକାରୀ ପ୍ରକାଶ ମିଶ୍ର, ବରିଷ୍ଠ ନାଗରିକ ସୁରକ୍ଷା ମଂଚ ସଭାପତି କୈଳାସ ଚନ୍ଦ୍ର ଧଳ,ସୁବୋଧ ସାହୁ, ନାରାୟଣ ଚନ୍ଦ୍ର ଲେଙ୍କା, ବୃନ୍ଦାବନ ମିଶ୍ର,ଉପ-ସଭାପତି ଅବିନାଶ ପଣ୍ଡା ପ୍ରମୁଖ ଯୋଗଦେଇ ମହୋତ୍ସବ ଆୟୋଜନରେ ଅନେକ ଲୋକଙ୍କୁ ଏକତ୍ରିତ କରି ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଉଦ୍‌ଜୀବିତ୍ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ସଭାରେ ମୁଖ୍ୟ ଆକର୍ଷଣ ଭାବେ ଚଳଚ୍ଚିତ୍ର ଅଭିନେତ୍ରୀ ଜିନା ସାମଲଙ୍କ ସଂଳାପ, ସଙ୍ଗୀତ ସାଙ୍ଗକୁ ହାସ୍ୟ ଅଭିନେତା ସୁମନଙ୍କ କମେଡି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା । ମହୋତ୍ସବ କମିଟିର ସମ୍ପାଦକ ସାମ୍ବାଦିକ ହେମନ୍ତ ସିଂହ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ରଖିଥିଲେ । ସହ-ସମ୍ପାଦକ ଗଦାଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଅନ୍ୱେଷଣ ଥିଏଟର ଗ୍ରୁପ୍ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସନ୍ଧ୍ୟାରେ ନୃତ୍ୟଗୁରୁ ସନାତନ ସାହୁ, ମଂଚ ଉପସ୍ଥାପକ ଚିତରଞ୍ଜନ ଦାସଙ୍କ ତତ୍ୱାବଧାନରେ ନୃତ୍ୟ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ପ୍ରଦୀପ ସିଂହ,ରତ୍ନାକର ନାୟକ, ଗୋଲକ ପୃଷ୍ଟି,ରାମଚନ୍ଦ୍ର ଦାସ, ଅଶୋକ ପରିଡା,ପଦ୍ମନାଭ ସେଠୀ, ମାମୁନି ସିଂହ, ଅଲେଖ ଚନ୍ଦ୍ର ବେହେରା, ରଞ୍ଜନ ଦାସ, ସନ୍ତୋଷ ମହାନ୍ତି,ଅଶୋକ ମହାନ୍ତି,ନିହାର ରଞ୍ଜନ ସାହୁ,ଶ୍ୟାମ ସୁନ୍ଦର ଦାସ, କରନ କୁମାର ଯେନା, ମାମାଲି ପତି, ନମିତା ବେହେରା,ଲକ୍ଷ୍ମୀପ୍ରିୟା ସାହୁ, ସାବିତ୍ରୀ ସାହୁ, ସୁଦର୍ଶନ ସିଂହ, ରାଜେଶ ଦାସ, ପବିତ୍ର ଯେନା ପ୍ରମୁଖ ପରିଚାଳନା କରିଥିଲେ । ହେମପଦ୍ମ ଗାଲାକ୍ସି ଠାରେ ଏହି ମହୋତ୍ସବ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ବେଳେ ପଡିଆରେ ବିଭିନ୍ନ ପ୍ରକାର ଦୋଳି, ମିନାବଜାର ଓ ଖାଦ୍ୟର ଦୋକାନ ମାନ ଶୋଭା ପାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.